ଦୁଇଦିନ ମଧ୍ୟରେ ବନ୍ଦ ହୋଇପାରେ ଫେସବୁକ୍, ଇନଷ୍ଟାଗ୍ରାମ ଓ ଟ୍ୱିଟର !
ଆସନ୍ତା ଦୁଇଦିନ ଭିତରେ ଫେସବୁକ, ଟ୍ୱିଟର ଓ ଇନଷ୍ଟାଗ୍ରାମ ସେବା ବନ୍ଦ ହୋଇପାରେ। ଉକ୍ତ ସୋସିଆଲ ମିଡ଼ିଆ କମ୍ପାନୀଗୁଡ଼ିକ ସରକାରୀ ନିୟମ ପାଳନ କରିନଥିବାରୁ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି
ନୂଆଦିଲ୍ଲୀ: ଆସନ୍ତା ଦୁଇଦିନ ଭିତରେ ଫେସବୁକ, ଟ୍ୱିଟର ଓ ଇନଷ୍ଟାଗ୍ରାମ ସେବା ବନ୍ଦ ହୋଇପାରେ। ଉକ୍ତ ସୋସିଆଲ ମିଡ଼ିଆ କମ୍ପାନୀଗୁଡ଼ିକ ସରକାରୀ ନିୟମ ପାଳନ କରିନଥିବାରୁ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି। ଗତ ଫେବୃଆରୀ ମାସରେ କିଛି ନିୟମ ପାଳନ ନେଇ ସରକାର ଏହି କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲ ।

ସରକାର କମ୍ପାନୀଗୁଡ଼ିକୁ 3 ମାସର ସମୟ ଦେଇଥିଲେ, ଯାହାର ଅବଧି ଆସନ୍ତା 26 ତାରିଖରେ ସମାପ୍ତ ହେବାକୁ ଯାଉଛି । ସୂଚନା ଅନୁସାରେ, ଡିଜିଟାଲ କଣ୍ଟେଣ୍ଟକୁ ନିୟନ୍ତ୍ରଣ କରିବା ପାଇଁ ଆଇଟି ମନ୍ତ୍ରାଳୟ ପକ୍ଷରୁ କିଛି ଗାଇଡଲାଇନ ଜାରି କରାଯାଇଥିଲା। କମ୍ପ୍ଲେନ୍ସ ଅଫିସର, ନୋଡାଲ ଅଫିସର ପଦରେ କିଛି ଭାରତୀୟଙ୍କୁ ନିଯୁକ୍ତ କରିବାକୁ ଏହି କମ୍ପାନୀଗୁଡ଼ିକୁ କୁହାଯାଇଥିଲା। ହେଲେ କମ୍ପାନୀମାନେ ବର୍ତ୍ତମାନ ସୁଦ୍ଧା ପାଳନ କରିନାହାନ୍ତି। ତେଣୁ ଏହି କମ୍ପାନୀଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି କୁହାଯାଉଛି।












Click it and Unblock the Notifications