ନୂଆ ନାଁରେ ଆସିବ ଫେସବୁକ୍ !
ବଦଳିବ ଫେସବୁକର ନାଁ । ନୂଆ ନାଁରେ ଆସିବ ଫେସବୁକ୍ । ବର୍ତ୍ତମାନ ଏହାର ରି-ବ୍ରାଣ୍ଡିଂ ପାଇଁ ପ୍ରସ୍ତୁତି ଚାଲିଛି । ଖବର ମୁତାବକ, ଫେସବୁକର ନାମ ପରିବର୍ତ୍ତନ ହେବାକୁ ଯାଉଛି ଏବଂ ଏହାର ଅଫିସିଆଲ୍ ଘୋଷଣା ଖୁବ୍ ଶୀଘ୍ର ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ କରିବେ।
ନୂଆଦିଲ୍ଲୀ: ବଦଳିବ ଫେସବୁକର ନାଁ । ନୂଆ ନାଁରେ ଆସିବ ଫେସବୁକ୍ । ବର୍ତ୍ତମାନ ଏହାର ରି-ବ୍ରାଣ୍ଡିଂ ପାଇଁ ପ୍ରସ୍ତୁତି ଚାଲିଛି । ଖବର ମୁତାବକ, ଫେସବୁକର ନାମ ପରିବର୍ତ୍ତନ ହେବାକୁ ଯାଉଛି ଏବଂ ଏହାର ଅଫିସିଆଲ୍ ଘୋଷଣା ଖୁବ୍ ଶୀଘ୍ର ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ କରିବେ।

ଅକ୍ଟୋବର ୨୮ ତାରିଖରେ ଫେସ୍ବୁକ୍ର ବାର୍ଷିକ କନେକ୍ଟ କନ୍ଫରେନ୍ସ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିରେ ମାର୍କ ଜୁକରବର୍ଗ ଫେସବୁକର ନୂତନ ନାମ ଘୋଷଣା କରିବେ। ରିପୋର୍ଟରେ କୁହାଯାଇଛି ଯେ ଫେସବୁକ୍ ଆପ୍ ବ୍ୟତୀତ ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍, ଓକୁଲସ୍ ଇତ୍ୟାଦି କମ୍ପାନୀର ଅନ୍ୟାନ୍ୟ ଉତ୍ପାଦର ନାମ ବିଷୟରେ ମଧ୍ୟ ବଡ଼ ଘୋଷଣା ହୋଇପାରେ। କିନ୍ତୁ ଏହି ରିପୋର୍ଟରେ ଫେସବୁକ୍ ଦ୍ୱାରା କୌଣସି ଅଫିସିଆଲ୍ ମନ୍ତବ୍ୟ ଦିଆଯାଇ ନାହିଁ। ପରିଚୟ ବଦଳାଇବା ପରେ ବି ଏହା ଏକ ସୋଶାଲ୍ ମିଡିଆ ପ୍ଲାଟ୍ଫର୍ମ ଭାବେ ଚାଲିବ।
ଏହି ସପ୍ତାହ ଆରମ୍ଭରୁ, ଫେସବୁକ କହିଥିଲା, ସେ ବର୍ତ୍ତମାନ ଏକ ମେଟାଭର୍ସ କମ୍ପାନୀ ହେବାକୁ ଯାଉଛି, ଯେଉଁଥିପାଇଁ ସେ ୧୦,୦୦୦ ଲୋକଙ୍କୁ ନିଯୁକ୍ତି ଦେଇଛି ଏବଂ ଭବିଷ୍ୟତରେ ଅନ୍ୟାନ୍ୟ ନିଯୁକ୍ତି ମଧ୍ୟ ହେବ। ମେଟାଭର୍ ଏକ ଭର୍ଚୁଆଲ୍ ଦୁନିଆକୁ ବୁଝାଏ ଯେଉଁଠାରେ ଲୋକମାନେ ଶାରୀରିକ ଭାବରେ ଉପସ୍ଥିତ ନହୋଇ ମଧ୍ୟ ଉପସ୍ଥିତ ରହିବେ। ମାର୍କ ଜୁକରବର୍ଗ ବିଶ୍ୱାସ କରନ୍ତି ଯେ ଆଗାମୀ ସମୟରେ ଲୋକମାନେ ଫେସବୁକକୁ କେବଳ ସୋସିଆଲ ମିଡିଆ କମ୍ପାନୀ ନୁହେଁ ମେଟାଭର୍ସ କମ୍ପାନୀ ଭାବରେ ଜାଣିବେ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications