For Quick Alerts
Turn On Notification  
For Daily Alerts
Oneindia App Download

ନୂଆ ନାଁରେ ଆସିବ ଫେସବୁକ୍ !

ବଦଳିବ ଫେସବୁକର ନାଁ । ନୂଆ ନାଁରେ ଆସିବ ଫେସବୁକ୍ । ବର୍ତ୍ତମାନ ଏହାର ରି-ବ୍ରାଣ୍ଡିଂ ପାଇଁ ପ୍ରସ୍ତୁତି ଚାଲିଛି । ଖବର ମୁତାବକ, ଫେସବୁକର ନାମ ପରିବର୍ତ୍ତନ ହେବାକୁ ଯାଉଛି ଏବଂ ଏହାର ଅଫିସିଆଲ୍ ଘୋଷଣା ଖୁବ୍ ଶୀଘ୍ର ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ କରିବେ।

|

ନୂଆଦିଲ୍ଲୀ: ବଦଳିବ ଫେସବୁକର ନାଁ । ନୂଆ ନାଁରେ ଆସିବ ଫେସବୁକ୍ । ବର୍ତ୍ତମାନ ଏହାର ରି-ବ୍ରାଣ୍ଡିଂ ପାଇଁ ପ୍ରସ୍ତୁତି ଚାଲିଛି । ଖବର ମୁତାବକ, ଫେସବୁକର ନାମ ପରିବର୍ତ୍ତନ ହେବାକୁ ଯାଉଛି ଏବଂ ଏହାର ଅଫିସିଆଲ୍ ଘୋଷଣା ଖୁବ୍ ଶୀଘ୍ର ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ କରିବେ।

Facebook

ଅକ୍ଟୋବର ୨୮ ତାରିଖରେ ଫେସ୍‌ବୁକ୍‌ର ବାର୍ଷିକ କନେକ୍ଟ କନ୍‌ଫରେନ୍ସ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିରେ ମାର୍କ ଜୁକରବର୍ଗ ଫେସବୁକର ନୂତନ ନାମ ଘୋଷଣା କରିବେ। ରିପୋର୍ଟରେ କୁହାଯାଇଛି ଯେ ଫେସବୁକ୍ ଆପ୍ ବ୍ୟତୀତ ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍, ଓକୁଲସ୍ ଇତ୍ୟାଦି କମ୍ପାନୀର ଅନ୍ୟାନ୍ୟ ଉତ୍ପାଦର ନାମ ବିଷୟରେ ମଧ୍ୟ ବଡ଼ ଘୋଷଣା ହୋଇପାରେ। କିନ୍ତୁ ଏହି ରିପୋର୍ଟରେ ଫେସବୁକ୍ ଦ୍ୱାରା କୌଣସି ଅଫିସିଆଲ୍ ମନ୍ତବ୍ୟ ଦିଆଯାଇ ନାହିଁ। ପରିଚୟ ବଦଳାଇବା ପରେ ବି ଏହା ଏକ ସୋଶାଲ୍ ମିଡିଆ ପ୍ଲାଟ୍‌ଫର୍ମ ଭାବେ ଚାଲିବ।

ଏହି ସପ୍ତାହ ଆରମ୍ଭରୁ, ଫେସବୁକ କହିଥିଲା, ସେ ବର୍ତ୍ତମାନ ଏକ ମେଟାଭର୍ସ କମ୍ପାନୀ ହେବାକୁ ଯାଉଛି, ଯେଉଁଥିପାଇଁ ସେ ୧୦,୦୦୦ ଲୋକଙ୍କୁ ନିଯୁକ୍ତି ଦେଇଛି ଏବଂ ଭବିଷ୍ୟତରେ ଅନ୍ୟାନ୍ୟ ନିଯୁକ୍ତି ମଧ୍ୟ ହେବ। ମେଟାଭର୍ ଏକ ଭର୍ଚୁଆଲ୍ ଦୁନିଆକୁ ବୁଝାଏ ଯେଉଁଠାରେ ଲୋକମାନେ ଶାରୀରିକ ଭାବରେ ଉପସ୍ଥିତ ନହୋଇ ମଧ୍ୟ ଉପସ୍ଥିତ ରହିବେ। ମାର୍କ ଜୁକରବର୍ଗ ବିଶ୍ୱାସ କରନ୍ତି ଯେ ଆଗାମୀ ସମୟରେ ଲୋକମାନେ ଫେସବୁକକୁ କେବଳ ସୋସିଆଲ ମିଡିଆ କମ୍ପାନୀ ନୁହେଁ ମେଟାଭର୍ସ କମ୍ପାନୀ ଭାବରେ ଜାଣିବେ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Facebook to rebrand with a new name
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X