ମହଙ୍ଗା ହେବ ଅତ୍ୟାବଶ୍ୟକ ଔଷଧ: ୧୨ ପ୍ରତିଶତ ବଢିବ ମୂଲ୍ୟ

ନୂଆଦିଲ୍ଲୀ: ଏପ୍ରିଲ ୧ ତାରିଖ ଠାରୁ ବଢ଼ିବ ଅତ୍ୟାବଶ୍ୟକ ଔଷଧ ମୂଲ୍ୟ । ପେନ୍ କିଲର୍ସ, ଆଣ୍ଟିବାୟୋଟିକ୍, ଆଣ୍ଟ-ଇନ୍ଫେକ୍ଟିଭ୍ ଓ ହୃଦରୋଗ ସମ୍ପର୍କିତ କିଛି ଅତ୍ୟାବଶ୍ୟକ ଔଷଧର ମୂଲ୍ୟରେ ୧୨ ପ୍ରତିଶତ ବୃଦ୍ଧି ହେବ ବୋଲି ସୂଚନା ମିଳିଛି ।
ପାଇକାରୀ ମୂଲ୍ୟ ସୂଚୀ-WPI ବୃଦ୍ଧି ଆଧାରରେ ୨୭ଟି ବର୍ଗର ୮୦୦ରୁ ଅଧିକ ଔଷଧର ମୂଲ୍ୟ ବଢ଼ାଇବାକୁ କମ୍ପାନିଙ୍କୁ ଅନୁମତି ଦେଇଛି ନ୍ୟାସନାଲ ଫାର୍ମାସିଟିକାଲ ପ୍ରାଇସିଂ ଅଥରିଟି NPPA । ବର୍ତ୍ତମାନ ମହଙ୍ଗା ସ୍ଥିତି ରହୁଥିବାରୁ ଔଷଧ ତିଆରି କରିବା ପାଇଁ ଆବଶ୍ୟକୀୟ କଞ୍ଚାମାଲ ବିଦେଶରୁ ଆମଦାନୀ କରିବା ମହଙ୍ଗା ପଡ଼ୁଛି। ଏଥିସହିତ ଔଷଧର ପ୍ୟାକେଜିଂ କରିବା ଓ ପରିବହନ ଖର୍ଚ୍ଚ ମଧ୍ୟ ବଢିଛି। ଏସବୁକୁ ନଜରରେ ରଖି ଫାର୍ମା କମ୍ପାନୀଗୁଡ଼ିକ ଔଷଧର ମୂଲ୍ୟ ବୃଦ୍ଧି କରିବା ନେଇ ଅନେକ ଦିନ ହେଲା ଦାବି କରି ଆସୁଛନ୍ତି।
ସୂଚନାଥାଉ କି, ଗତବର୍ଷ ଏପ୍ରିଲ ପହିଲାରେ ମଧ୍ୟ ୮୦୦ ଅତ୍ୟାବଶ୍ୟକୀୟ ଔଷଧର ମୂଲ୍ୟ ୧୦.୭ ପ୍ରତିଶତ ବୃଦ୍ଧି ହୋଇଥିଲା। ତେଣେ ରୋଗୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେବାକୁ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ କହିଥିବା ବେଳେ ଜେନେରିକ୍ ମେଡିସିନ୍ ଆପଣାଇବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।












Click it and Unblock the Notifications