Get Updates
Get notified of breaking news, exclusive insights, and must-see stories!

EPFO ଆକାଉଣ୍ଟଧାରୀଙ୍କ ପାଇଁ ବଡ ଖବର: ବିନା ପ୍ରିମିୟମରେ ମିଳିବ ୭ ଲକ୍ଷର ବୀମା, ଏମିତି କରନ୍ତୁ ଆବେଦନ...

ନୂଆଦିଲ୍ଲୀ: ଯଦି ଆପଣଙ୍କର EPFOରେ ଆକାଉଣ୍ଟ୍ ଅଛି । ତେବେ ଏହା ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ । ଆପଣ ଜାଣନ୍ତି କି, EPFO ​​ଏହାର ଆକାଉଣ୍ଟ ଧାରକମାନଙ୍କୁ ବୀମା ସୁବିଧା ଯୋଗାଇ ଥାଏ ।

EPFO ​​ର ସମସ୍ତ ସଦସ୍ୟ ଏହି ସୁବିଧା ପାଇବାକୁ ଯୋଗ୍ୟ ଅଟନ୍ତି । ଏଥିରେ ଆକାଉଣ୍ଟଧାରୀଙ୍କୁ 7 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁବିଧା ମିଳିଥାଏ । ଯେଉଁଥିପାଇଁ ସେମାନଙ୍କୁ କୌଣସି ପ୍ରିମିୟମ ଦେବାକୁ ପଡେ ନାହିଁ ।

ତେବେ ଏହି ବୀମା ସୁବିଧା ପାଇବା ପାଇଁ ଆପଣଙ୍କୁ ଅଲଗା ଅଲଗା କିଛି କରିବାକୁ ପଡିବ ନାହିଁ । ଯଦି ଜଣେ EPFO ​​ସଦସ୍ୟ ଅକାଳରେ ମରି ଯାଆନ୍ତି । ତେବେ ତାଙ୍କର ବୀମା ଦାବି କରାଯାଇ ପାରିବ । ଆସନ୍ତୁ ଜାଣିବା ନିୟମ କ'ଣ ?

EPFO

କିଏ ବୀମା ଦାବି କରିପାରିବ ? ଇପିଏଫଓ ସଦସ୍ୟଙ୍କ ମୃତ୍ୟୁ ପରେ ଏହି ବୀମାରାଶି ପାଇଁ ଅବେଦନ କରାଯାଇଥାଏ । ତେବେ ନୋମିନ ବା ଉତରାଧିକାରୀ ଏହି ଆବେଦନ କରିପାରିବେ । ଏହି ଯୋଜନା ଅନ୍ତର୍ଗତ ସର୍ବନିମ୍ନ ବୀମା ସୁବିଧା ରାଶି ହେଉଛି 2.5 ଲକ୍ଷ ଟଙ୍କା । ଯେତେବେଳେ କି, ସର୍ବାଧିକ ବୀମା ରାଶି 7 ଲକ୍ଷ ଟଙ୍କା । ବୀମା ରାଶି ସିଧାସଳଖ ନାମାଙ୍କନକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥାଏ ।

ବୀମା ରାଶି କିପରି ସ୍ଥିର ହୁଏ ? ବୀମା ରାଶି ମୃତ ଇପିଏଫଓ ସଦସ୍ୟଙ୍କ ଗତ 12 ମାସର ବେତନ ଆଧାରରେ ବୀମାରାଶି ହିସାବ କରାଯାଇଥାଏ । ବୀମା ପରିମାଣ ଗତ 12 ମାସରେ ପ୍ରାପ୍ତ ମୌଳିକ ବେତନର 35 ଗୁଣ ଅଟେ । ଏହି ସମୟରେ ଏହାର ସର୍ବାଧିକ ସୀମା 7 ଲକ୍ଷ ଟଙ୍କା । ଯାହାକି ପୂର୍ବରୁ 6 ଲକ୍ଷ ଟଙ୍କା ରହିଥିଲା । କିନ୍ତୁ ଏବେ ସରକାର ଏହାକୁ 7 ଲକ୍ଷ କରିଛନ୍ତି । କିନ୍ତୁ ଏହି ସ୍କିମରେ ସର୍ବନିମ୍ନ 2 ଲକ୍ଷ 50 ହଜାର ପ୍ରଦାନ କରାଯାଉଛି ।

ସବୁଠାରୁ ବଡ଼ କଥା ହେଉଛି କି, ଇପିଏଫଓ ସଦସ୍ୟ ସର୍ବ ପ୍ରଥମେ ନୋମିନଙ୍କ ନାମ ପଞ୍ଜିକରଣ କରିବା ଜରୁରୀ । କାହିଁକି ନାଁ ଆପଣ ଯଦି ନୋମିନ ନରଖିବେ ତାହେଲେ ଏହି ସୁବିଧା ପାଇବା ସହଜ ନୁହେଁ । ଉତରାଧିକାରୀ ଏହି ବୀମା ରାଶି ପାଇଁ ଆବେଦନ କରିବାବେଳେ ବହୁ କାଗଜପତ୍ର ଆବଶ୍ୟକ ହୋଇଥାଏ । ଏପରିକି ଅନେକ ସମୟ ଲାଗିବା ସହ ଟଙ୍କା ପାଇବା ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+