ଇପିଏଫ୍ଓରେ ଯୋଡ଼ିହେଲେ ୧୯.୧୪ ଲକ୍ଷ ସଦସ୍ୟ
କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ରେ ଚଳିତ ବର୍ଷ ଏପ୍ରିଲ୍ରେ ୧୯.୧୪ ଲକ୍ଷ ସଦସ୍ୟ ଯୋଡ଼ି ହୋଇଛନ୍ତି। ସେଥିରୁ ୮.୪୯ ଲକ୍ଷ ହେଉଛନ୍ତି ନୂଆ ସଦସ୍ୟ। ବର୍ଦ୍ଧିତ ନିଯୁକ୍ତି ସୁଯୋଗ, କର୍ମଚାରୀ ଲାଭକୁ ନେଇ ସଚେତନତାରେ ବୃଦ୍ଧି ଓ ଇପିଏଫ୍ଓର ଆଉଟ୍ରିଚ୍ କାର୍ଯ୍ୟକ୍ରମ ପାଇଁ ସଦସ୍ୟ ସଂଖ୍ୟା ବଢ଼ୁଥିବା ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏଥର ୧୮-୨୫ ବର୍ଷ ବୟସ ବର୍ଗରେ ୪.୮୯ ଲକ୍ଷ ନୂଆ ସଦସ୍ୟ ଯୋଡ଼ିହୋଇଛନ୍ତି।
ଏଥିରୁ ବୁଝାପଡ଼ୁଛି ଯେ ଯୁବବର୍ଗଙ୍କୁ ନୂଆ ଚାକିରି ମିଳୁଛି। ଚଳିତ ବର୍ଷ ମାର୍ଚ୍ଚ ତୁଳନାରେ ଏପ୍ରିଲ୍ରେ ଏହି ବର୍ଗରେ ନୂଆ ସଦସ୍ୟ ସଂଖ୍ୟା ୧୦ ପ୍ରତିଶତ ବଢ଼ିଛି। କୌଣସି ନା କୌଣସି କାରଣ ପାଇଁ ପୂର୍ବରୁ ଇପିଏଫ୍ଓରୁ ବାହାରି ଯାଇଥିବା ୧୫.୭୭ ଲକ୍ଷ ସଦସ୍ୟ ଗତ ଏପ୍ରିଲ୍ରେ ପୁଣି ଥରେ ଫେରିଛନ୍ତି। ସେମାନେ ନିଜ ଚାକିରି ବଦଳାଇଥାଇପାରନ୍ତି ବୋଲି ବିଚାର କରାଯାଉଛି।

ଆଲୋଚ୍ୟ ମାସରେ ୨.୪୫ ନୂଆ ମହିଳା ସଦସ୍ୟ ଇପିଏଫ୍ଓରେ ଯୋଡ଼ି ହୋଇଛନ୍ତି ଯାହା ମାସିକ ଭିତ୍ତିରେ ୩୫.୨୪ ପ୍ରତିଶତ ଅଧିକ। ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ରରୁ ସର୍ବାଧିକ ୨୧.୨୨ ପ୍ରତିଶତ ସଦସ୍ୟ ଯୋଡ଼ି ହୋଇଛନ୍ତି। ଏହା ବ୍ୟତୀତ କର୍ଣ୍ଣାଟକ, ତାମିଲନାଡୁ, ଗୁଜରାଟ, ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶ ଓ ତେଲେଙ୍ଗାନା ମଧ୍ୟ ୫ ପ୍ରତିଶତରୁ ଅଧିକ ସସଦ୍ୟ ଯୋଡ଼ିଛନ୍ତି।












Click it and Unblock the Notifications