ଅନିଲଙ୍କ ବିରୋଧରେ ନୂଆ ଅର୍ଥ ହେରଫେର୍ ମାମଲା ରୁଜୁ କଲା ଇଡି
ଅନିଲ ଅମ୍ବାନୀଙ୍କ ସମସ୍ୟା ଥମିବାର ନାଁ ଧରୁନି। ପୂର୍ବରୁ ସିବିଆଇ ତାଙ୍କ ୟସ୍ ବ୍ୟାଙ୍କ ମାମଲାକୁ ବନ୍ଦ କରିବା ପାଇଁ ଆବେଦନକୁ ପ୍ରତ୍ୟାଖାନ କରିଥିଲା। ଆଉ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନିଲ ଅମ୍ବାନୀ ଏବଂ ଆରକମ୍ ବିରୋଧରେ ନୂଆ ଅର୍ଥ ହେରଫେର୍ ମାମଲା ରୁଜୁ କରିଛି । ଅଗଷ୍ଟ ମାସରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅନିଲ ଅମ୍ବାନୀଙ୍କ କମ୍ପାନୀ ବିରୋଧରେ ୨୯୨୯ କୋଟି ଟଙ୍କାର ଠକେଇ କରିଥିବା ନେଇ ଅଭିଯୋଗ କରିଥିଲା । ଏହା ପରେ ସିବିଆଇ ଟିମ୍ ଅନିଲ ଅମ୍ବାନୀଙ୍କ ଘରେ ଚଢ଼ଉ ମଧ୍ୟ କରିଥିଲା।

ତେବେ ୧୦ ବର୍ଷ ପୁରୁଣା ଏକ ମାମଲାରେ ଏହି ଖୋଳତାଡ଼ ହୋଇଛି ବୋଲି ଅନିଲ ଅମ୍ବାନୀଙ୍କ ତରଫରୁ କୁହାଯାଇଥିଲା। ପୂର୍ବରୁ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ଦେବାଳିଆ ହୋଇସାରିଥିବା ରିଲାଏନ୍ସ କମ୍ୟୁନିକେସନ ଓ କମ୍ପାନୀର ପୂର୍ବତନ ଡାଇରେକ୍ଟର ଅନିଲ ଅମ୍ବାନୀଙ୍କ ଲୋନ୍ ଆକାଉଣ୍ଟକୁ ଜାଲ୍ ଘୋଷିତ କରିଦେଇଥିଲା । ଗତ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନିଲ ଅମ୍ବାନୀଙ୍କୁ ପଚରାଉଚରା ପାଇଁ ଡକାଇଥିଲା । କମ୍ପାନୀକୁ ଋଣ ଦେବା ସମୟରେ ସବୁ କିଛି ସଠିକ୍ ଭାବେ ଯାଞ୍ଚ କରାଯାଇଥିଲା କି ନାହିଁ ତାହା ଜାଣିବା ପାଇଁ ଏଜେନ୍ସି ପ୍ରାୟ ୧୦ରୁ ଅଧିକ ବ୍ୟାଙ୍କରୁ ତଥ୍ୟ ମଗାଇ ଖୋଳତାଡ କରିଥିଲା।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications