୨ ହଜାର ଟଙ୍କା ନୋଟ୍ ବଦଳାଇବା ପାଇଁ ପରିଚୟ ପତ୍ରର ଆବଶ୍ୟକ ରହିଛି କି ! SBI ଜାରି କଲା ଗାଇଡ୍ ଲାଇନ୍
2000 Note: ଆଗକୁ ବନ୍ଦ ହୋଇଯିବ ୨ ହଜାର ଟଙ୍କିଆ ନୋଟ । ଶୁକ୍ରବାର ଦିନ ୨୦୦୦ ଟଙ୍କିଆ ନୋଟ୍ ଅଚଳ ହେବା ନେଇ ଘୋଷଣା କରିଥିଲା ଆରବିଆଇ । ଲୋକେ ବ୍ୟାଙ୍କରେ ୨ ହଜାର ଟଙ୍କା ନୋଟ୍ ନିଜ ଆକାଉଣ୍ଟରେ ଡିପୋଜିଟ କରିପାରିବେ କିମ୍ବା ବଦଳାଇ ମଧ୍ୟ ପାରିବେ। ସେପପ୍ଟେମ୍ବର ୩୦ ଯାଏ ଏହାର ସମୟ ସୀମା ରହିଛି । ଏକାଥରେ ଜଣେ ୨୦ ହଜାର ଟଙ୍କାର ୨ ହଜାର ଟଙ୍କିଆ ନୋଟ୍ ବଦଳାଇ ପାରିବେ ।
ତେବେ ଏହାପୂର୍ବରୁ ରବିବାର ଦିନ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ନୋଟ ପରିବର୍ତ୍ତନକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଛି । ଏସବିଆଇ ସ୍ପଷ୍ଟ କରିଛି ଯେ ଏକା ଥରକରେ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ୍ ବିନିମୟ କରିବାର ସୁବିଧା ବିନା କୌଣସି ସ୍ଲିପରେ ଦିଆଯିବ।

ରିପୋର୍ଟ ଅନୁସାରେ, ୨ ହଜାର ଟଙ୍କାର ୧୦ଟି ନୋଟ୍ ବିନିମୟ ପାଇଁ କୌଣସି ପରିଚୟ ପତ୍ରର ଅର୍ଥାତ୍ ID ମଧ୍ୟ ଆବଶ୍ୟକ ନାହିଁ ଏବଂ କୌଣସି ଫର୍ମ ପୂରଣ କରିବାକୁ ପଡିବ ନାହିଁ । ଏସବିଆ ପକ୍ଷରୁ ପ୍ରକାଶ ବିଜ୍ଞପ୍ତି ଅନୁସାରେ, ସ୍ଲିପ୍ ବିନା ନୋଟ୍ ବିନିମୟ ହୋଇପାରିବ । ନୋଟ୍ ବିନିମୟ ସମୟରେ କୌଣସି ପ୍ରକାରର ପରିଚୟ ପତ୍ର ଦେଖାଇବାର ଆବଶ୍ୟକତା ନାହିଁ ।
SBI clarifies that the facility of exchange of Rs 2000 denomination bank notes upto a limit of Rs 20,000 at a time will be allowed without obtaining any requisition slip pic.twitter.com/TP6t2n9oeJ
— ANI (@ANI) May 21, 2023
ଜାଣି ରଖନ୍ତୁ...
ବ୍ୟାଙ୍କରେ ୨ ହଜାର ଟଙ୍କା ନୋଟ୍ ନିଜ ଆକାଉଣ୍ଟରେ ଡିପୋଜିଟ କରିପାରିବେ କିମ୍ବା ବଦଳାଇ ପାରିବେ । ବ୍ୟାଙ୍କରେ ଆପଣଙ୍କର ଆକାଉଣ୍ଟ ନଥିଲେ ମଧ୍ୟ ଆପଣ ୨ ହଜାର ଟଙ୍କା ବଦଳାଇ ପାରିବେ । ଆପଣ ଯେ କୌଣସି ବ୍ୟାଙ୍କର କାଉଣ୍ଟରରେ ନୋଟ୍ ବଦଳାଇ ପାରିବେ । ସେହିପରି , ଯଦି ଆପଣଙ୍କର ବ୍ୟାଙ୍କରେ ଆକାଉଣ୍ଟ ଅଛି, ତେବେ ଆପଣ ଏହାକୁ ମଧ୍ୟ ନିଜ ଆକାଉଣ୍ଟରେ ଜମା କରିପାରିବେ ।
ଉଲ୍ଲେଖଥାଉ କି, ୨୦୧୬ ମସିହାରେ ହୋଇଥିବା ନୋଟ ବନ୍ଦୀ ସମୟରେ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ କରିଥିଲା ।












Click it and Unblock the Notifications