ଧନତେରାସ 2022: ହ୍ରାସ ପାଇଲା ସୁନା ଓ ରୂପା ମୂଲ୍ୟ

ରାଜଧାନୀ ଦିଲ୍ଲୀର ସରଫା ବଜାରରେ 3500 ଟଙ୍କା ଶସ୍ତାରେ ଉପଲବ୍ଧ ହେଉଛି । ସେହିଭଳି ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଇଥିବା ଦେଖାଦେଇଛି।

ନୂଆଦିଲ୍ଲୀ: ଧନତେରାସରେ ସୁନା ଗହଣା କିଣିବା ଶୁଭଦାୟକ ବୋଲି ବିଶ୍ବାସ ରହିଛି । ଏନେଇ କାଲିଠାରୁ ମାର୍କେଟରେ ଜମିଲାଣି ଭିଡ। ଆଜି ବି ଏନେଇ ମାର୍କେଟରେ ସୁନା କିଣିବା ପାଇଁ ଭିଡ ଲାଗିଛି । ରାଜଧାନୀ ଦିଲ୍ଲୀର ସରଫା ବଜାରରେ 3500 ଟଙ୍କା ଶସ୍ତାରେ ଉପଲବ୍ଧ ହେଉଛି । ସେହିଭଳି ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଇଥିବା ଦେଖାଦେଇଛି।

GOLD PRICE

ଇଣ୍ଡିଆନ ବୁଲିୟନ ଓ ଜ୍ବେଲର୍ସ ଆସୋସିଏସନର ସୂଚନା ଅନୁସାରେ, ବର୍ତ୍ତମାନ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 50,062 ରହିଛି। ଏହା ପୂର୍ବରୁ ଚଳିତ ବର୍ଷ ଏପ୍ରିଲ ମାସରେ ସୁନା ମୂଲ୍ୟ 53,602 ଟଙ୍କା ହୋଇଥିଲା। କେବଳ ସୁନା ନୁହେଁ ରୂପାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି । ରୂପା କେଜି ପିଛା 15335 ଟଙ୍କା ଶସ୍ତା ହୋଇଛି। ତେବେ ଚଳିତ ବର୍ଷ ମାର୍ଚ୍ଚ 8 ତାରିଖରେ ରୂପା ମୂଲ୍ୟ 70890 ଟଙ୍କା ହୋଇଯାଇଥିଲା। କିନ୍ତୁ ବର୍ତ୍ତମାନ ରୂପା ମୂଲ୍ୟ କେଜି ପ୍ରତି 55555 ଟଙ୍କା ରହିଛି। ଅର୍ଥାତ୍ ରୂପା ମୂଲ୍ୟରେ 15335 ଟଙ୍କା ଶସ୍ତା ହୋଇଛି। ଚଳିତ ସପ୍ତାହର ମୂଲ୍ୟ ଦେଖିଲେ ଗତ ଶୁକ୍ରବାର ମୂଲ୍ୟ 56042 ତୁଳନାରେ ଚଳିତ ସପ୍ତାହର ଶୁକ୍ରବାର ରୂପା ମୂଲ୍ୟ 55555 ହୋଇଛି। ଅର୍ଥାତ ସପ୍ତାହରେ ରୂପା ମୂଲ୍ୟରେ 487 ଟଙ୍କା ହ୍ରାସ ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+