ମହଙ୍ଗା ବଜାରରେ କିଣନ୍ତୁ ଶସ୍ତାରେ ସୁନା : କଣ ରହିଛି ସ୍କିମ ? କେମିତି ରହିବେ ଫାଇଦାରେ ଜାଣନ୍ତୁ
ମହଙ୍ଗା ବଜାରରେ କିଣନ୍ତୁ ଶସ୍ତାରେ ସୁନା : କଣ ରହିଛି ସ୍କିମ ? କେମିତି ରହିବେ ଫାଇଦାରେ ଜାଣନ୍ତୁ
ଦିଲ୍ଲୀ : ଆଗକୁ ଆସୁଛି ଧନତେରାସ୍ । ଏହି ଦିନ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ୱାସ ରହିଛି । ହେଲେ ବର୍ତ୍ତମାନ ସମୟରେ ସୁନାର ଦର ଆକାଶଛୁଆଁ ରହିଛି । ଆଗକୁ ବିବାହ ଋତୁ ମଧ୍ୟ ଆସୁଛି । ଏହି ସମୟରେ ସୁନା କିଭଳି କିଣିବେ ଏହାକୁ ନେଇ ସମସ୍ତଙ୍କର ଚିନ୍ତା । ଧନତେରାସରେ ଅନେକ ସୁନା ଦୋକାନୀମାନେ ଭଳିକି ଭଳି ଅଫର୍ ଦିଅନ୍ତି । କେହି କେହି ଗଢା ମଜୁରୀ ଉପରେ ରହିତି ଦିଅନ୍ତି ତ ଆଉ କେହି ସୁନା ସହ ଅନ୍ୟାନ ଗିପ୍ଟ ଦେଇ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା କରନ୍ତି । ତେବେ ସୁନାର ବଜାର ଦର ଏବେ ଯାହା ରହିଛି ଏପରି କ୍ଷେତ୍ରରେ ସୁନା କିଣିବା ଚିନ୍ତାରେ ପକେଇଛି ।

କଣ ରହିଛି ସ୍କିମ୍ ?
କେନ୍ଦ୍ର ସରକାର ଯେଉଁ ସ୍କିମ୍ ଆଣିବାକୁ ଯାଉଛନ୍ତି ତାକୁ ନେଇ ଆପଣ ସୁନା ଦୋକାନରେ ନିଜେ ଯାଇ ସୁନା କିଣିବେ ନାହିଁ । କଥା ହେଉଛି କେନ୍ଦ୍ର ସରକାର 'ସବରେନ୍ ଗୋଲ୍ଡ ସ୍କିମ୍' ପୁଣି ଆରମ୍ଭ କରିବାକୁ ଯାଉଛନ୍ତି । ଏହି ସ୍କିମ୍ ଅନୁସାରେ ଆପଣ ନିବେଶରେ ଅଧିକ ଫାଇଦା ପାଇ ପାରିବେ । ତେବେ ଏହି ବଣ୍ଡର ମୂଲ୍ୟ ବଜାର ଦର ଠାରୁ ବହୁତ କମ୍ ରହିଛି ।
ଭାରତୀୟ ରିର୍ଜଭ ବ୍ୟାଙ୍କ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ ଏହିଥର ବଣ୍ଡର ଦର 5 ହଜାର 177 ଟଙ୍କା ପ୍ରତି ଗ୍ରାମ ପିଛା ରହିଛି । ସେହିପରି ସବୁଥର ଭଳି ଏହିଥରକ ମଧ୍ୟ ଅନଲାଇନ୍ ଆବେଦନକାରୀଙ୍କ ପାଇଁ ପ୍ରତି ଗ୍ରାମ ପିଛା ବଣ୍ଡରେ 50 ଟଙ୍କାର ରିହାତି ରହିଛି ।
ନିବେଶକମାନେ ମଧ୍ୟ ଅନଲାଇନ୍ ଜରିଆରେ ଏହି ବଣ୍ଡ ଉପରେ ନିବେଶ କରିବେ । ନିବେଶକଙ୍କ ପାଇଁ ବଣ୍ଡର ମୂଲ୍ୟ 5 ହଜାର 127 ଟଙ୍କା ରହିଛି । ଆପଣଙ୍କୁ କହି ରଖିବାକୁ ଚାହୁଁ ଯେ, ବଣ୍ଡ ଗୁଡିକର ଅବଧି ଆଠ ବର୍ଷ ରହିଥିବା ବେଳେ ପାଞ୍ଚ ବର୍ଷ ପରେ ଏହାକୁ ବାହାର କରିଦେବାକୁ ବିକଳ୍ପ ରହିଛି । ଏହି ବଣ୍ଡ କିଣିବା ପାଇଁ ଆପଣମାନଙ୍କୁ ଆପଣଙ୍କ ନିଜ ବ୍ୟାଙ୍କ, ବିଏସଆଇ ଓ ଏନଏସଆଇର ଓ୍ୱେବସାଇଟ୍ କିମ୍ବା ଡାକଘର ସହ ଯୋଗାଯୋଗ କରିବାକୁ ପଡିବ ।












Click it and Unblock the Notifications