ଆଜିକୁ ଠିକ୍ ଚାରି ବର୍ଷ ତଳେ : ଅଧ ରାତିରେ ଅକାମୀ ହୋଇଥିଲା 500 ଓ 1000 ଟଙ୍କିଆ ନୋଟ୍
2016 ମସିହାରେ ନିଷିଦ୍ଧ ହୋଇଥିଲା 500 ଓ 1000 ଟଙ୍କିଆ ନୋଟ୍
ଭୁବନେଶ୍ୱର : 2016 ମସିହା ନଭେମ୍ବର 8 ତାରିଖ । ଭାରତୀୟ ଇତିହାସରେ ଏହି ଦିନ ବେସ୍ ଗୁରୁତ୍ୱ ବହନ କରେ । ରାତି 8ଟାରେ ଦୂରଦର୍ଶନରେ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ତାଙ୍କର ଭାଷଣ ରଖିଥିଲେ । ପୁରୁଣା 500 ଟଙ୍କିଆ ନୋଟ୍ ଏବଂ 1000 ଟଙ୍କିଆ ନୋଟ୍ ରାତି 12ଟା ପରେ ଅକାମୀ ହୋଇଯିବା ନେଇ ଘୋଷଣା କରିଥିଲେ । ସେତବେଳେ ବହୁଳ ଭାବରେ ବ୍ୟବହୃତ ହେଉଥିବା ଏହି ଦୁଇଟି ନୋଟ୍ ଅକାମୀ ହୋଇଯିବା ଫଳରେ ଲୋକେ ଆତଙ୍କିତ ହୋଇଯାଇଥିଲେ । ଏପରିକି ସାଙ୍ଗେସାଙ୍ଗେ ଏଟିଏମ୍ ଆଗରେ ଧାଡି ଲାଗିଯାଇଥିଲା । ବ୍ୟାଙ୍କରେ ନୋଟ୍ ଜମା କରିବା ପାଇଁ ଲୋକଙ୍କୁ ଅନେକ ସମୟ ଦିଆଯାଇଥିଲା ।

ଏପରିକି ବାରମ୍ବାର କେନ୍ଦ୍ର ସରକାର ନିୟମ ମଧ୍ୟ ପରିବର୍ତ୍ତନ କରିଥିଲେ । ତଥାପି ବ୍ୟାଙ୍କ ଆଗରେ ଲୋକଙ୍କ ଧାଡି କମିବା ପରିବର୍ତ୍ତେ ବଢି ଚାଲିଥିଲା । ସେହି ସମୟରେ ହଜାରେ ଓ ପାଞ୍ଚ ଶହ ଟଙ୍କିଆ ନୋଟ୍ ବନ୍ଦ କରିବା ନେଇ ତିନୋଟି କାରଣ କୁହାଯାଇଥିଲା । ଦେଶରେ ଦୁର୍ନୀତିକୁ ରୋକିବା ଓ ଅର୍ଥନୀତିକରୁ କଳାଟଙ୍କା କାଢିବା, ନକଲି ନୋଟକୁ ବାହାର କରିବା ଏବଂ ଆତଙ୍କବାଦୀଙ୍କୁ ଯୋଗାଇ ଦିଆଯାଉଥିବା ଅର୍ଥ ଉପରେ ରୋକ ଲଗାଇବା । କିନ୍ତୁ ସମୟ ଆଗେଇବା ସହ ସରକାର ଏହି ତିନୋଟି ଦିଗରେ ଆଖି ଦୃଶିଆ ସଫଳତା ପାଇନଥିବା ବିରୋଧୀ ସମାଲୋଚନା କରିଥିଲେ । ଏହାପରେ ସରକାରଙ୍କ ପକ୍ଷରୁ ଭିନ୍ନ ଯୁକ୍ତି ଦର୍ଶା ଯାଇଥିଲା ।
ନୋଟବନ୍ଦୀର କାରଣ ଡିଜିଟାଲ୍ ପେମେଣ୍ଟକୁ ଅଧିକ ଗୁରୁତ୍ୱ ଦେବା ବୋଲି କୁହାଯାଇଥିଲା । ଚାରି ବର୍ଷ ପରେ ଦେଶରେ ଡିଜିଟାଲ୍ ପେମେଣ୍ଟ ବଢିଛି । ହେଲେ ଏହାର ଶ୍ରେୟ ନୋଟବନ୍ଦିକୁ କେହି ଦେବାକୁ ପ୍ରସ୍ତୁତ ନୁହନ୍ତି । ବରଂ କରୋନା ମହାମାରି ଯୋଗୁ ଏହି ଡିଜିଟାଲ୍ ପେମେଣ୍ଟ୍ କାରବାର ବଢିଥିବା କହିଛନ୍ତି । ଡିଜିଟାଲ୍ କାରବାର ଯୋଗୁଁ ଅର୍ଥନୀତିରେ କଳାଟଙ୍କାର କାରବାର କମିଥିବା ଲୋକାଲସକର୍ଲସ ପକ୍ଷରୁ କୁହାଯାଇଛି । ଲକଡାଉନରେ ଯୋଗୁ ଲୋକେ ତାଙ୍କ ସାମଗ୍ରୀକୁ ଅନଲାଇନ୍ ଜରିଆରେ କିଣିବାକୁ ପସନ୍ଦ କରୁଛନ୍ତି । ଦେଶରେ ବିମୁଦ୍ରାକରଣ ବା ନୋଟବନ୍ଦୀ ପାଇଁ ଡିଜିଟାଲ୍ କାରବାରର ଭିତ୍ତିଭୂମି ପଡିଥିଲା । ଜିଏସଟି ପରେ ଡିଜିଟାଲ କାରବାର ଆଉ ଟିକେ ବ୍ୟାପକ ହୋଇଥିଲା । ଲୋକେ ଏବେ ଡିଜିଟାଲ୍ କାରବାରକୁ ଅଧିକ ପସନ୍ଦ କରୁଥିବା ଏହି ସର୍ଭେ ରିପୋର୍ଟରେ କୁହାଯାଇଥିଲା । ଦେଶର 300ରୁ ଅଧିକ ଜିଲ୍ଲାରୁ 45 ହଜାର ଲୋକଙ୍କୁ ନେଇ ଏହି ସର୍ଭେ କରିଥିଲା ଲୋକାଲସର୍କଲ୍ସ ।












Click it and Unblock the Notifications