For Quick Alerts
Turn On Notification  
For Daily Alerts
Oneindia App Download

୨୦୨୦-୨୧ ବର୍ଷ ବଜେଟ ଅତ୍ୟନ୍ତ ନୈରାଶ୍ୟଜନକ: ପଞ୍ଚାନନ କାନୁନଗୋ

ଚଳିତ ବର୍ଷର ବଜେଟ୍ ପୂରାପୂରି ଋଣ ଓ କେନ୍ଦ୍ର ଉପରେ ନିର୍ଭରଶୀଳ ବୋଲି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ।

|

ଭୁବନେଶ୍ୱର: ଚଳିତ ବର୍ଷର ବଜେଟ୍ ପୂରାପୂରି ଋଣ ଓ କେନ୍ଦ୍ର ଉପରେ ନିର୍ଭରଶୀଳ ବୋଲି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି । ଆୟ ଦୃଷ୍ଟିରୁ ଦେଖିଲେ ଚଳିତବର୍ଷ ପାଇଁ ରାଜ୍ୟର ରାଜସ୍ୱ ଆୟ ୩୭ ହଜାର କୋଟି, ଅଣ ରାଜସ୍ୱ ଆୟ ୨୦ ହଜାର କୋଟି ଟଙ୍କାର ଆକଳନ କରାଯାଇଛି । ଋଣ ବାବଦରେ ୪୩ ହଜାର କୋଟି ଟଙ୍କା ଆଣିଲେ ହିଁ ରାଜସ୍ୱ ବଳକା ହେବ ବୋଲି ସେ କହିଛନ୍ତି ।

Panchanan Kanungo

ଅନ୍ୟପକ୍ଷରେ ୧ଲକ୍ଷ ୭୦ ହଜାର କୋଟି ଟଙ୍କାରୁ ଏହି ୧ ଲକ୍ଷ କୋଟି ଟଙ୍କା ବାଦ୍ ଦେଲେ କେନ୍ଦ୍ରଠାରୁ ରାଜ୍ୟ ବଜେଟ୍ ୭୦ ହଜାର କୋଟି ଟଙ୍କାର ଭରସା ରଖିଛି । ଋଣ ଓ କେନ୍ଦ୍ରୀୟ ଅନୁଦାନ ମିଳିଲେ ହିଁ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ଆୟବରାଦ ସଫଳ ହେବ । ଏଥିରେ ସମସ୍ତେ ଆଶା କରିଥିଲେ ପ୍ରାଥମିକ ସ୍ୱାସ୍ଥ୍ୟକୁ ସଶକ୍ତ କରିବା ଅର୍ଥାତ ଆବଶ୍ୟକ ବ୍ୟବସ୍ଥା ପୁରଣ ପାଇଁ ଅର୍ଥ ମଞ୍ଜୁର କରାଯିବ, ତା' ହୋଇ ନାହିଁ ବୋଲି ସେ କହିଛନ୍ତି ।

କରୋନା ମହାମାରୀ ସମୟରେ ୩୨୭୦ଟି ଅଣୁ, କ୍ଷ୍ୟୁଦ୍ର, ମଧ୍ୟମ ଶିଳ୍ପ ବନ୍ଦ ହୋଇଥିଲା ଓ ପୂର୍ବରୁ ଏହି ବର୍ଗର ବହୁ ଶିଳ୍ପ ଯଥା- ଚିନି କାରାଖାନା, ତେଲ କଳ, ଲୁଗା ଓ ସୂତାକଳର ପୁନଃଉଦ୍ଧାର ବ୍ୟବସ୍ଥା ପାଇଁ କୌଣସି ସୂଚନା ନାହିଁ । ଏଣୁ ନିଯୁକ୍ତି କ୍ଷେତ୍ର ପୂର୍ବ ବର୍ଷଠାରୁ ଆହୁରି ସଂକୁଚିତ ହେବ ବୋଲି କଂଗ୍ରେସ ନେତା ଶ୍ରୀ ପଂଚାନନ କାନୁନଗୋ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Congress leader Panchanan Kanungo on odisha budget 2021
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X