Get Updates
Get notified of breaking news, exclusive insights, and must-see stories!

ସେୟାର ବଜାରରେ ଉତ୍ସାହ, ଟ୍ରମ୍ପଙ୍କ ଘୋଷଣା ପରେ ୧୫୭୭ ପଏଣ୍ଟ ବଢିଲା ସେନସେକ୍ସ

ଲଗାତାର ଦ୍ୱିତୀୟ ଦିନରେ ଭାରତୀୟ ସେୟାର ବଜାରରେ ଜୋରଦାର ବୃଦ୍ଧି ଦେଖିବାକୁ ମିଳିଛି । ସେନ୍‌ସେକ୍ସ ୧୫୭୭ ପଏଣ୍ଟ ବଢି ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ପୁଣି ଥରେ ୨୩,୩୦୦ ପଏଣ୍ଟର ଗୁରୁତ୍ୱପୂର୍ଣ୍ଣ ସ୍ତର ଉପରକୁ ଉଠି ବନ୍ଦ ହୋଇଛି । ରିୟଲ୍ଟି, ବ୍ୟାଙ୍କିଂ ଓ ଅଟୋ ସେୟାରରେ ସବୁଠୁ ଅଧିକ କିଣାକିଣି ଦେଖିବାକୁ ମିଳିଥିଲା । ଏହି କାରଣରୁ ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକ ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୧୦.୭ ଲକ୍ଷ କୋଟି ଟଙ୍କା ବଢିଛି । ବିଏସ୍‌ଇ ମିଡ୍‌କ୍ୟାପ୍‌ ଓ ସ୍ମଲ୍‌କ୍ୟାପ୍ ଇଣ୍ଡେକ୍ସ ମଧ୍ୟ ୩ ପ୍ରତିଶତରୁ ଅଧିକ ବଢି ବନ୍ଦ ହୋଇଛି ।

ଆଜିର ଏହି ବୃଦ୍ଧି ପଛର ପ୍ରମୁଖ କାରଣ ହେଉଛି ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଟାରିଫ୍‌କୁ ନେଇ କୋହଳ ଅଭିମୁଖ୍ୟ । ଟ୍ରମ୍ପ ସ୍ମାର୍ଟଫୋନ୍ ଓ କମ୍ପ୍ୟୁଟର୍ ଉପରେ ଟାରିଫ୍ ରହାତି ନେଇ ଘୋଷଣା କରିଥିଲେ, ଏହାସହ ଅଟୋ ଟାରିଫ୍ ଉପରେ ବର୍ତ୍ତମାନ ସମୟରେ ରୋକ୍ କଥା କହିଛନ୍ତି । ଏହି କାରଣରୁ ଗ୍ଲୋବାଲ୍ ମାର୍କେଟ୍ ଆଶ୍ୱସ୍ତ ହୋଇଛି ଓ ଭାରତୀୟ ନିବେଶକ ମଧ୍ୟ ଏହାକୁ ଆପଣାଇଛନ୍ତି ।

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ୭୦ଟି ଦେଶ ଉପରେ ଟାରିଫ ବିରାମ ଦେବାର ନିଷ୍ପତ୍ତି ପରେ ବିଶ୍ୱବ୍ୟାପୀ ମାର୍କେଟରେ ତେଜି ଦେଖାଦେଇଛି। ଭାରତୀୟ ଶେୟାର ମାର୍କେଟରେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପରେ ଉତ୍ସାହ ଫେରିଛି। ଗତ କାରୋବାରୀ ଦିନ ଶୁକ୍ରବାରେ ସେନସେକ୍ସ ୧.୭୭ ପ୍ରତିଶତ ବୃଦ୍ଧି ସହିତ ୭୫,୧୫୭.୨୬ ପଏଣ୍ଟରେ ବନ୍ଦ ହୋଇଥିଲା। ସେହିପରି ନିଫଟି ୪୨୯.୪୦ ପଏଣ୍ଟ ବା ୧.୯୨% ବୃଦ୍ଧି ସହିତ ୨୨,୮୨୮.୫୫ ପଏଣ୍ଟରେ ବନ୍ଦ ହୋଇଥିଲା।

sensex

ମାର୍କେଟରେ ବୃଦ୍ଧିର କାରଣ

ଭାରତୀୟ ଶେୟାର ମାର୍କେଟରେ ଗତ ୫-୬ ମାସ ଧରି ବିକ୍ରିର ପରିବେଶ ରହିଛି। ମଝିରେ ମଝିରେ ମାର୍କେଟ କିଛି ଉପରକୁ ଗଲେ ମଧ୍ୟ ଅଧିକାଂଶ ସମୟ ତଳକୁ ରହିଛି। ଗତ ୨ ଏପ୍ରିଲରେ ଯେତେବେଳେ ଟ୍ରମ୍ପ ବିଶ୍ୱର ବିଭିନ୍ନ ଦେଶ ଉପରେ ରେସିପ୍ରୋକାଲ ଟାରିଫ ଲଗାଇଥିଲେ, ତା'ପରେ ଭାରତୀୟ ମାର୍କେଟ ଗୋଟିଏ ଦିନରେ ୫ ପ୍ରତିଶତରୁ ଅଧିକ ତଳକୁ ଖସିଥିଲା। କିନ୍ତୁ ଯେତେବେଳେ ଟ୍ରମ୍ପ ଟାରିଫକୁ ବିରାମ ଦେଲେ, ମାର୍କେଟ ପୁନରୁଦ୍ଧାର ହେଲା। ଆଜି ମଧ୍ୟ ଶେୟାର ମାର୍କେଟ ଉପରେ ଟ୍ରମ୍ପଙ୍କ ଟାରିଫ ରିହାତି, ବିଶ୍ୱବ୍ୟାପୀ ତଣାବ ହ୍ରାସ ଏବଂ ଆରବିଆଇ ପକ୍ଷରୁ ରେପୋ ରେଟରେ କରାଯାଇଥିବା ହ୍ରାସର ପ୍ରଭାବ ଦେଖାଯାଉଛି। ଏହାଛଡା ନିବେଶକମାନଙ୍କର ମାର୍କେଟ ପ୍ରତି ଆସ୍ଥା ମଧ୍ୟ ଦୃଶ୍ୟମାନ ହେଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+