୧୪୦୦ ପଏଣ୍ଟ ବଢିଲା ସେନ୍ସେକ୍ସ, ନିବେଶକଙ୍କ ଗୋଟିଏ ଦିନରେ ଲାଭ ୬ଲକ୍ଷ କୋଟି
ମ୍ବାଇ: ନୂଆବର୍ଷରେ ଷ୍ଟକ ବଜାରରେ ଉତ୍ସାହ ଜାରି ରହିଛି । ଜାନୁଆରି ୧ ପରି ଆଜି ଅର୍ଥାତ୍ ଜାନୁଆରି ୨ରେ ବି ଭାରତୀୟ ଷ୍ଟକ ବଜାରରେ ବୃଦ୍ଧି ଦେଖିବାକୁ ମିଳିଛି । ବିଏସ୍ଇ ସେନସେକ୍ସ ୧୪୩୬.୩୦ ପଏଣ୍ଟ (୧.୮୩%) ବୃଦ୍ଧି ପାଇ ୭୯,୯୪୩.୭୧ ପଏଣ୍ଟରେ ବନ୍ଦ ହୋଇଛି। ଅନ୍ୟପକ୍ଷରେ ଏନଏସଇ ନିଫ୍ଟି ୫୦ ମଧ୍ୟ ୪୪୫.୭୫ ପଏଣ୍ଟ (୧.୮୮%) ବୃଦ୍ଧି ସହ ୨୪,୧୮୮.୬୫ ପଏଣ୍ଟରେ ବନ୍ଦ ହୋଇଛି।
ସେୟାର ବଜାରରେ ଆଜିର ଏହି ବୃଦ୍ଧି ଯୋଗୁଁ ନିବେଶକଙ୍କୁ ପ୍ରାୟ ୬ ଲକ୍ଷ କୋଟି ଟଙ୍କାର ଲାଭ ହୋଇଛି । ବଜାରରେ ଆଜିର ବୃଦ୍ଧି ସବୁ ସେକ୍ଟରରେ ଦେଖିବାକୁ ମିଳିଥିଲା । ବିଏସ୍ଇର ମିଡ୍କ୍ୟାପ୍ ଏବଂ ସ୍ମଲ୍କ୍ୟାପ୍ ସୂଚକାଙ୍କ ଯଥାକ୍ରମେ ୦.୮୯ ପ୍ରତିଶତ ଏବଂ ୦.୬୮ ପ୍ରତିଶତ ବୃଦ୍ଧି ପାଇଛି । ବିଏସ୍ଇର ସମସ୍ତ ସେକ୍ଟୋରାଲ ଇଣ୍ଡେକ୍ସ ଆଜି ବି ସବୁଜ ସଂକେତରେ ବନ୍ଦ ହୋଇଛି । ସବୁଠୁ ଅଧିକ ବୃଦ୍ଧି ଆଇଟି, କଞ୍ଜୁମର ଡ୍ୟୁରେବଲ୍ସ ଏବଂ ବ୍ୟାଙ୍କିଂ ସେୟାରରେ ଦେଖିବାକୁ ମିଳିଛି ।

କାରବାର ଶେଷରେ ବିଏସ୍ଇର ୩୦ ସେୟାର ବିଶିଷ୍ଟ ସୂଚକାଙ୍କ ସେନସେକ୍ସ ୧୪୩୬.୩୦ ଅଙ୍କ ବା ୧.୮୩ ପ୍ରତିଶତ ବଢି ୭୯,୯୪୩.୭୧ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍ଏସ୍ଇର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୪୪୫.୭୫ ଅଙ୍କ ବା ୧.୮୮ ପ୍ରତିଶତ ବଢି ୨୪,୧୮୮.୬୫ ସ୍ତରରେ ବନ୍ଦ ହୋଇଛି ।
ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ବଢି ୪୫୦.୪୩ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ଅର୍ଥାତ୍ ବୁଧବାର ଜାନୁଆରୀ ୧ରେ ଏହା ୪୪୪.୪୩ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୬ ଲକ୍ଷ କୋଟି ଟଙ୍କା ବଢିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କ ସମ୍ପତ୍ତିରେ ପ୍ରାୟ ୬ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଛି ।












Click it and Unblock the Notifications