ପୁଣି ଭୁଶୁଡ଼ିଲା ଭାରତୀୟ ପୁଞ୍ଜିବଜାର, ଦିନକରେ ନିବେଶକଙ୍କ ପ୍ରାୟ ୧୧ଲକ୍ଷ କୋଟି ସ୍ଵାହା
ଭାରତୀୟ ସେୟାର ବଜାର ପାଇଁ ୪ ଏପ୍ରିଲ ଶୁକ୍ରବାର 'ବ୍ଲାକ୍ ଫ୍ରାଇଡେ' ସାବ୍ୟସ୍ତ ହୋଇଛି। ସେନସେକ୍ସ ଓ ନିଫ୍ଟି ୧%ରୁ ଅଧିକ କ୍ରାସ ହୋଇଛି। ଗ୍ଲୋବାଲ ଟ୍ରେଡ ୱାର ଆରମ୍ଭ ହେବା ଆଶଙ୍କା ନିବେଶକଙ୍କ ମନବଳ ହ୍ରାସ କରିଛି। ଏଣୁ ବଜାରରେ ବିକ୍ରି ଦେଖାଦେଇଥିବା ବେଳେ କାରବାର ଶେଷ ବେଳକୁ ସେନସେକ୍ସ ୯୩୦ ପଏଣ୍ଟ ହ୍ରାସ ସହ ୭୫,୩୬୪ସ୍ତରରେ ଓ ନିଫ୍ଟି ୩୪୫ ପଏଣ୍ଟ ହ୍ରାସ ସହ ୨୨,୯୦୪ ସ୍ତରରେ ବନ୍ଦ ହୋଇଛି। ଷ୍ଟକ ବଜାରରେ ଏହି ହ୍ରାସ ଫଳରେ ଆଜି ନିବେଶକମାନେ ପ୍ରାୟ ୧୧ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି ।

ଟ୍ରମ୍ପଙ୍କ ପାରସ୍ପରିକ ଶୁଳ୍କ ଆମେରିକା ସମେତ ସାରା ବିଶ୍ୱରେ ମାନ୍ଦାବସ୍ଥାର ଭୟକୁ ବୃଦ୍ଧି କରିଛି। ଶୁଳ୍କ ଯୋଗୁଁ, ବିଶ୍ୱର ସର୍ବବୃହତ ଅର୍ଥନୀତି ଆମେରିକାରେ ମୁଦ୍ରାସ୍ଫୀତିରେ ତୀବ୍ର ବୃଦ୍ଧି ଏବଂ ଚାହିଦା ହ୍ରାସ ପାଇବାର ଆଶଙ୍କା ରହିଛି। ଏହି କାରଣରୁ, ନିବେଶକମାନେ ଭୟଭୀତ ହୋଇ ସେୟାର ବଜାରରୁ ଟଙ୍କା ଉଠାଇ ନେଉଛନ୍ତି।












Click it and Unblock the Notifications