ସହାୟତାର ହାତ ବଢ଼ିଲା ଚାଇନା କମ୍ପାନୀ ଭିଭୋ : ଭାରତକୁ ଏତିକି ଟଙ୍କାର ସହାୟତା ରାଶି ଦେବା ନେଇ ଘୋଷଣା

ଭିଭୋ ଇଣ୍ଡିଆ ଦେଶରେ କରୋନା ଯୋଗୁଁ ଉପୁଜିଥିବା ଅକ୍ସିଜେନ ସମସ୍ୟାକୁ ଦୂରେଇବା ପାଇଁ 2 କୋଟି ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛି

ନୂଆଦିଲ୍ଲୀ: ଭାରତରେ ବଢୁଥିବା କରୋନା ସଂକ୍ରମଣ ଯୋଗୁଁ ଘୋର ସଂଙ୍କଟ ଦେଖାଦେଇଛି। ଏହାରି ଭିତରେ ବିଭିନ୍ନ ଟେକ କମ୍ପାନୀମାନେ ସହାୟତା ପାଇଁ ଆଗକୁ ଆସିଛନ୍ତି। ସୋମବାର ଭାରତରେ ଲଗାତାର ପଞ୍ଚମ ଦିନରେ ଭାରତରେ 3 ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବାବେଳେ ସପ୍ତମ ଦିନରେ ମୃତ୍ୟୁ ସଂଖ୍ୟ 2000 ଉପରେ ରହିଛି।
ତେବେ ଏଭଳି ସ୍ଥିତିରେ ଭିଭୋ ଇଣ୍ଡିଆ ଦେଶରେ କରୋନା ଯୋଗୁଁ ଉପୁଜିଥିବା ଅକ୍ସିଜେନ ସମସ୍ୟାକୁ ଦୂରେଇବା ପାଇଁ 2 କୋଟି ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛି। ଗତ ବର୍ଷ ଭିଭୋ 9 ଲକ୍ଷ ମାସ୍କ, 15000 ପିପିଇ ସୁଟ, 50000 ଲିଟର ସାନିଟାଇଜର କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସଂସ୍ଥାକୁ ଯୋଗାଇଥିଲା।

ଓପୋ
ଭିଭୋ ଇଣ୍ଡିଆର ବ୍ରାଣ୍ଡ ଷ୍ଟ୍ରାଟେଜୀ ନିର୍ଦ୍ଦେଶକ ନିପୁନ ମାରୟା, କହିଛନ୍ତି , " ଆମ ସମସ୍ତଙ୍କୁ ଏହି ପରିସ୍ଥିତିରେ ଏକ ହୋଇ କୋଭିଡ-୧୯ ବିରୋଧର ଲଢ଼ିବାକୁ ପଡିବ। ଭିଭୋ ମଧ୍ୟ ଏଥିରେ ସହଯୋଗ ପାଇଁ ପ୍ରତିଶ୍ରୁତି ବଦ୍ଧ। ଆମର ଏହି ଛୋଟ ସହଯୋଗ ଅନେକଙ୍କ ଜୀବନ ରକ୍ଷା କରିପାରିବ। ଆମକୁ ଏହି ପରିସ୍ଥିତିରେ ସାହସ ଦେଖାଇବାକୁ ପଡିବ।"
ପୂର୍ବରୁ ସ୍ମାର୍ଟଫୋନ କଂପାନୀ ସାଓମି ମଧ୍ୟ କରୋନାରୁ ଲଢିବା ପାଇଁ ସହାୟତାର ହାତ ବଢାଇଛି। ସାଓମି ମହାରାଷ୍ଟ୍ର, ଦିଲ୍ଲୀ, କର୍ଣ୍ଣାଟକ ଏବଂ କିଛି ଅନ୍ୟ ରାଜ୍ୟ ଯେଉଁଠାରେ ଅକ୍ସିଜେନ ଘୋର ଅଭବ ଦେଖାଦେଇଛି ସେଠାରେ 1000 ଅକ୍ସିଜେନ କନସେନଟ୍ରେଟର ଯୋଗାଇବା ପାଇଁ 3 କୋଟିର ସହାୟତା ପ୍ରଦାନ। ଗତ ବର୍ଷ ସାଓମି 15 କୋଟି ସହାୟତା ପ୍ରଦାନ କରିବା ସହ ମାଗଣାରେ ମାସ୍କ ଯୋଗାଇଥିଲା। ସାଓମି ଗିଭ ଇଣ୍ଡିଆ ସହ ସହଭାଗିତରେ କୋଭିଡ ସମମ୍ମୁଖ ଯୋଦ୍ଧାଙ୍କୁ ପାଇଁ 1 କୋଟିର ସହାୟତା ପ୍ରଦାନ ନିମନ୍ତେ ଆହ୍ୱାନ କରିଛି। ଏଥିପାଇଁ କଂପାନୀ ନଜର ଅଫିସିଆଲ ୱେବସାଇଟରେ ଏକ ପେଜ ରହିଛି ଯେଉଁଥିରେ ସାଓମିର ଫ୍ୟାନ୍ସ, ପାର୍ଟନର ଏବଂ ଗ୍ରାହକଙ୍କୁ ଏଥିରେ ଦାନ କରିବାକୁ ଆହ୍ୱାନ କରିଛି।
ପୂର୍ବରୁ ଗୁଗୁଲ, ଆପଲ ଏବଂ ମାଇକ୍ରୋସଫ୍ଟ ଭଳି ଟେକ କଂପାନୀ ଏହି କୋଭିଡ ପରିସ୍ଥିତିରେ ଭାରତକୁ ସହଯୋଗ କରିବା ପାଇଁ ହାତ ବଢାଇଛନ୍ତି। ଆପଲ ସିଇଓ ଟିମ୍ କୁକ ଭାରତକୁ ସହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏନେଇ ଏକ ଟ୍ୱିଟ କରି ମଙ୍ଗଳବାର ଘୋଷଣା କରିଛନ୍ତି । ସେହିଭଳି ଗୁଗୁଲ ମଧ୍ୟ ସୋମବାର 135 କୋଟିର ଫଣ୍ଡ ଭାରତକୁ ଦେବାପାଇଁ ଘୋଷଣା କରିଛି। ମାଇକ୍ରୋସଫ୍ଟ ମଧ୍ୟ ଅକ୍ସିଜେନ ଏବଂ ଅନ୍ୟାନ୍ୟ ମେଡିକାଲ ସରଞ୍ଜାମ ଯୋଗାଇବା ଅନ୍ୟାନ୍ୟ ଉତ୍ସ ମାଧ୍ୟମରେ ନିରନ୍ତର ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛି।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+