Tariff War: ଚୀନ ଉପରେ ୨୪୫% ଶୁଳ୍କ ଲଗାଇଲା ଆମେରିକା

ଆମେରିକା ଏବଂ ଚୀନ୍ ମଧ୍ୟରେ ଶୁଳ୍କ ଯୁଦ୍ଧ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ। ୨ ଏପ୍ରିଲରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଚୀନ୍ ଉପରେ ୩୪ ପ୍ରତିଶତ ଶୁଳ୍କ ଲାଗୁ କଲେ, ଜବାବରେ ଚୀନ୍ ମଧ୍ୟ ଆମେରିକା ଉପରେ ସମାନ ଶୁଳ୍କ ଲାଗୁ କରି ଦେଲା। ଏହାପରେ ଟ୍ରମ୍ପ ପୁଣି ଶୁଳ୍କ ବଢ଼ାଇ ୮୪ ପ୍ରତିଶତ ଏବଂ ପରେ ୧୨୫ ପ୍ରତିଶତକୁ ବୃଦ୍ଧି କରିଦେଲେ। ଚୀନ ଏୟାରଲାଇନ୍ସ ବୋଇଁ ଜେଟ୍ ଅର୍ଡର ବାତିଲ୍ ପରେ ପଦକ୍ଷେପ। ଆମେରିକାରୁ ଚୀନ ଯାହା ଆମଦାନୀ କରିବ ୨୪୫% ପର୍ଯ୍ୟନ୍ତ ଟିକସ ଦେବାକୁ ଘୋଷଣା। ହ୍ୱାଇଟ୍ ହାଉସ୍ ଦ୍ୱାରା ଜାରି ଏକ ଦସ୍ତାବିଜରେ କୁହାଯାଇଛି ଯେ ଆମେରିକା ବିରୁଦ୍ଧରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଚୀନ୍ ଏବେ ୨୪୫% ପର୍ଯ୍ୟନ୍ତ ଶୁଳ୍କ ଆଦାୟ କରିବ।

ଆମଦାନୀ ହୋଇଥିବା ଖଣିଜ ପଦାର୍ଥ ଏବଂ ଏହାର ଉତ୍ପାଦ ଉପରେ ଆମେରିକାର ନିର୍ଭରଶୀଳତା ଯୋଗୁଁ ସୃଷ୍ଟି ହେଉଥିବା ବିପଦର ତଦନ୍ତ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ୱାକ୍ଷର କରିବା ପରେ ଏହି ସୂଚନା ସାମ୍ନାକୁ ଆସିଛି। ସେପଟେ ଟ୍ରମ୍ପଙ୍କ ଶୁଳ୍କକୁ ନେଇ ଚୀନ ପ୍ରତିକ୍ରିୟା ରଖିଛି। ଚୀନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ୍ ଜିଆନ୍ କହିଛନ୍ତି ଯେ ଚୀନ ବାଣିଜ୍ୟ ଯୁଦ୍ଧ ଲଢ଼ିବାକୁ ଭୟ କରେ ନାହିଁ। ଅନ୍ୟପଟେ ଶୁଳ୍କ ବୃଦ୍ଧି କରିବା ପୂର୍ବରୁ ଟ୍ରମ୍ପ କହିଥିଲେ ଆଲୋଚନା ମାଧ୍ୟମରେ ସମାଧାନ ଏବେ ଚୀନ ଉପରେ ନିର୍ଭର କରେ।

trade war

ଟ୍ରମ୍ପଙ୍କ ଏଭଳି ବୟାନକୁ ନେଇ ଚୀନ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ୍ ଜିଆନ୍ କହିଛନ୍ତି ଯେ ଯଦି ଆମେରିକା ପ୍ରକୃତରେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଚାହୁଁଛି, ତେବେ ଅତ୍ୟଧିକ ଚାପ ପ୍ରୟୋଗ କରିବା ବନ୍ଦ କରୁ। ସେ ଏହା ମଧ୍ୟ କହିଛନ୍ତି ଯେ ଟ୍ରମ୍ପଙ୍କୁ ଧମକ ଦେବା ଏବଂ ବ୍ଲାକମେଲିଂ ବନ୍ଦ କରିବା ଉଚିତ ଏବଂ ସମାନତା, ସମ୍ମାନ ଏବଂ ପାରସ୍ପରିକ ଲାଭ ଭିତ୍ତିରେ ଚୀନ୍ ସହିତ କଥାବାର୍ତ୍ତା କରିବା ଉଚିତ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+