ବିଶ୍ୱ ବାଣିଜ୍ୟ ସଂଗଠନ ନିକଟରେ ଭାରତ ବିରୋଧରେ ଚାଇନା କଲା ଅଭିଯୋଗ

ଚାଇନା ଭାରତର ଇଲେକ୍ଟ୍ରିକ୍ ଯାନ (ଇଭି) ଓ ବ୍ୟାଟେରୀ ପାଇଁ ଦିଆଯାଉଥିବା ସବସିଡି ବିରୋଧରେ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ରେ ଅଭିଯୋଗ କରିଛି। ଚାଇନା ବାଣିଜ୍ୟ ମନ୍ତ୍ରଣାଳୟ କହିଛି, ଭାରତର ଏହି ଯୋଜନା ଡବ୍ଲ୍ୟୁଟିଓ ନିୟମ ଉଲ୍ଲଙ୍ଘନ କରୁଛି। ଏହା ଘରୋଇ କମ୍ପାନୀକୁ ଅଧିକ ଲାଭ ଦେଉଛି ଏବଂ ଆମଦାନୀ ବଦଳରେ ସବସିଡି ଯାହା ନିଷିଦ୍ଧ। ଯାହା ଚାଇନାର ସ୍ୱାର୍ଥକୁ କ୍ଷତି ପହଞ୍ଚାଉଛି।

ଚାଇନା ଭାରତକୁ ନିଜ ଇଭି ଗାଡ଼ି ରପ୍ତାନି ବଢ଼ାଇବାକୁ ଚାହୁଁଛି। ଲଦାଖ ସୀମା ବିବାଦ ପରେ ଦୁଇ ଦେଶ ସମ୍ପର୍କ ସୁଧାରୁଛନ୍ତି। ଭାରତର ବଡ଼ ଅଟୋ ବଜାରକୁ ଚୀନୀ କମ୍ପାନୀ ଲକ୍ଷ୍ୟ କରିଛନ୍ତି। ଚାଇନାରେ ଇଭି ଅଧିକ ଉତ୍ପାଦନ ହେଉଛି, କିନ୍ତୁ ଦେଶ ଭିତରେ ବିକ୍ରି କମ ରହିଛି। ତେଣୁ ବିଦେଶରେ ଏହାର ବିକ୍ରି ବଢାଇବାକୁ ଚାହୁଁଛି।

China

ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ କହିଛନ୍ତି, ଚାଇନାର ଅଭିଯୋଗ ଦେଖାଯିବ। ଚାଇନା ତୁର୍କୀ, କାନାଡ଼ା ଓ ଇୟୁ ବିରୋଧରେ ମଧ୍ୟ ଅଭିଯୋଗ କରିଛି। ଏବେ କଥାବାର୍ତ୍ତା (କନ୍ସଲଟେସନ୍) ଚାହୁଁଛି, ଯାହା ଡବ୍ଲ୍ୟୁଟିଓର ପ୍ରଥମ ପଦକ୍ଷେପ। ସଫଳ ନ ହେଲେ ପ୍ୟାନେଲ୍ ଗଠନ ହୋଇପାରେ।

ଚାଇନା ଭାରତର ଦ୍ୱିତୀୟ ବଡ଼ ବାଣିଜ୍ୟ ସହଯୋଗୀ। ୨୦୨୪-୨୫ରେ ଭାରତରୁ ଚାଇନକୁ ରପ୍ତାନି ୧୪.୨୫ରୁ କମି ୧୪.୫% ବିଲିୟନ୍ ଡଲାର୍ ହୋଇଥିଲା ବେଳେ, ଆମଦାନୀ ୧୧.୫୨% ବଢ଼ି ୧୧୩.୪୫ ବିଲିୟନ୍ ଡଲାର୍ ହୋଇଛି ଏବଂ ବାଣିଜ୍ୟ ନିଅଣ୍ଟ ୯୯.୨ ବିଲିୟନ୍ ଡଲାରରେ ପହଞ୍ଚିଛି। ସେହିଭଳି ଚଳିତବର୍ଷ ୮ ମାସରେ ୨.୦୧ ମିଲିୟନ୍ ଇଭି ରପ୍ତାନି ହୋଇଛି, ଯାହା ୫୧% ଅଧିକ। କିନ୍ତୁ ଇୟୁ ୨୭% ଟାରିଫ୍ ଲଗାଇଛି।ତେବେ ଭାରତ ଇଭି ନୀତି ଓ ପିଏଲ୍‌ଆଇ ଯୋଜନା ଦ୍ୱାରା ଘରୋଇ ଉତ୍ପାଦନ ବଢ଼ାଇବାରେ ସଫଳ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+