For Quick Alerts
For Daily Alerts
ଲୋକାଭିମୁଖୀ ଓ ବିକାଶମୁଖୀ ବଜେଟ୍ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ବିଧାନସଭାରେ ଚଳିତ 2021-22 ଆର୍ଥିକ ବର୍ଷର ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ତେବେ ବଜେଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି।
ଭୁବନେଶ୍ୱର: ଉପସ୍ଥାପିତ ହୋଇଛି ରାଜ୍ୟ ବଜେଟ 2021 । ବିଧାନସଭାରେ ଚଳିତ 2021-22 ଆର୍ଥିକ ବର୍ଷର ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ତେବେ ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି । ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶାର ଯାତ୍ରାରେ ଏହି ବଜେଟ୍ ସହୟାକ ହେବ । ଏଥିସହ ବଜେଟ ଲୋକାଭିମୁଖୀ ଓ ବିକାଶମୁଖୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ରାଜ୍ୟକୁ ବିକାଶ ବାଟରେ ଆଗେଇ ନେବ ବୋଲି ସେ କହିଛନ୍ତି ।
ଏହା ଲୋକଙ୍କ ସପକ୍ଷରେ, ଲୋକଙ୍କ ଉନ୍ନତିର ବଜେଟ୍ । ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଠନରେ ଏହି ବଜେଟ୍ ସହାୟ ହେବ । ଏକ ଲକ୍ଷ 76 ହଜାର କୋଟି ଟଙ୍କାର ଏହି ବଜେଟ ଓଡ଼ିଶା ନିର୍ମାଣରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହା ସହିତ ଏହି ବଜେଟ ପ୍ରସ୍ତୁତି ପ୍ରକ୍ରିୟାରେ ସାମିଲ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି।
Comments
odisha assembly naveen patnaik chief minister odisha budget 2021 22 odisha budget 2021 odisha budget odisha budget in odia odisha budget 2021 in odia odisha budget highlights
English summary
Chief Minister Naveen Patnaik praised Odisha budget 2021