For Quick Alerts
For Daily Alerts
ଲୋକାଭିମୁଖୀ ଓ ବିକାଶମୁଖୀ ବଜେଟ୍ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଉପସ୍ଥାପିତ ହୋଇଛି ରାଜ୍ୟ ବଜେଟ 2021 । ବିଧାନସଭାରେ ଚଳିତ 2021-22 ଆର୍ଥିକ ବର୍ଷର ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ତେବେ ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି । ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶାର ଯାତ୍ରାରେ ଏହି ବଜେଟ୍ ସହୟାକ ହେବ । ଏଥିସହ ବଜେଟ ଲୋକାଭିମୁଖୀ ଓ ବିକାଶମୁଖୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ରାଜ୍ୟକୁ ବିକାଶ ବାଟରେ ଆଗେଇ ନେବ ବୋଲି ସେ କହିଛନ୍ତି ।

ଏହା ଲୋକଙ୍କ ସପକ୍ଷରେ, ଲୋକଙ୍କ ଉନ୍ନତିର ବଜେଟ୍ । ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଠନରେ ଏହି ବଜେଟ୍ ସହାୟ ହେବ । ଏକ ଲକ୍ଷ 76 ହଜାର କୋଟି ଟଙ୍କାର ଏହି ବଜେଟ ଓଡ଼ିଶା ନିର୍ମାଣରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହା ସହିତ ଏହି ବଜେଟ ପ୍ରସ୍ତୁତି ପ୍ରକ୍ରିୟାରେ ସାମିଲ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି।