ବାଧ୍ୟତାମୂଳକ ହେବ ରୁପାର ହଲ୍ମାର୍କିଂ
ନୂଆଦିଲ୍ଲୀ : ସୁନା ପରି ରୁପା ଅଳଙ୍କାରରେ ହେବ ହଲମାର୍କିଂ । ଦେଶରେ ସୁନା ପରି ଖୁବଶୀଘ୍ର ରୁପାରେ ହଲମାର୍କିଂ ବାଧ୍ୟତାମୂଳକ ହେବ । ରୁପା ଗହଣା ପ୍ରତି ଲୋକଙ୍କ ଆଗ୍ରହ ବଢୁଛି । ଏହାକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ଏଥିରେ ହଲମାର୍କିଂ କରିବାକୁ ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ର ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପ୍ରଦ୍ଲାଦ ଯୋଶୀ ଏନେଇ ସୂଚନା ଦେଇଛନ୍ତି ।
ରୁପାର ହଲ୍ମାର୍କିଂ କରିବାକୁ ଗୁଜରାଟ, କର୍ଣ୍ଣାଟକ ଓ ଅନ୍ୟ କେତେକ ରାଜ୍ୟର ଗ୍ରାହକ ଦାବି କରିଥିବା ମନ୍ତ୍ରୀ କହିଛନ୍ତି। ବିଆଇଏସ୍ର ୭୮ତମ ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କରି ସେ କହିଛନ୍ତି ରୁପାର ହଲ୍ମାର୍କିଂ ହେଉଛି ଗ୍ରାହକଙ୍କ ଦାବି। ବିଆଇଏସ୍ ତାହା ଉପରେ ବିଚାର କରି ନିଷ୍ପତ୍ତି ନେଇପାରିବ।

ଗ୍ରାହକଙ୍କ ସ୍ବାର୍ଥ ରକ୍ଷା ଲାଗି ବର୍ତ୍ତମାନ ସୁନା ଓ ସେଥିରେ ତିଆରି ଜିନିଷର ହଲ୍ମାର୍କିଂ ବାଧ୍ୟତାମୂଳକ କରାଯାଇଛି। ଏଥିରେ ଛଅ ସଂଖ୍ୟା ବିଶିଷ୍ଟ କୋଡ୍ ଦିଆଯାଉଛି ଯାହା ସୁନାର ଶୁଦ୍ଧତାକୁ ସ୍ପଷ୍ଟ କରୁଛନ୍ତି। ରୁପାର ହଲମାର୍କିଂ ବାଧ୍ୟତାମୂଳକ ହେଲେ ଗ୍ରାହକମାନେ ଆଉ ନକଲି ରୁପା ଠକାମିର ଶିକାର ହେବେନାହିଁ।












Click it and Unblock the Notifications