ଇପିଏଫଓ ସୁଧ ହାର ବୃଦ୍ଧି:ଜାଣନ୍ତୁ କେତେ ପ୍ରତିଶତ ବଢିଲା, ଉପକୃତ ହେବେ ସାଢେ ୬ କୋଟି ଉପଭୋକ୍ତା
ନୂଆଦିଲ୍ଲୀ: ସରକାରୀ ଏବଂ ବେସରକାରୀ କ୍ଷେତ୍ର କର୍ମଚାରୀଙ୍କ ପାଇଁ ଖୁସି, ମୋଦି ସରକାର ଇପିଏଫ୍ ସୁଧ ହାର ବଢାଇଛନ୍ତି । ବର୍ତ୍ତମାନ PF ଉପରେ 8.15 ପ୍ରତିଶତ ସୁଧ ହାର ବୃଦ୍ଧି କରାଯାଇଛି । ଏନେଇ ଆଜି ବିଦ୍ଧିବଦ୍ଧ ଭାବେ ଘୋଷଣା କରାଯାଇଛି ।
ସୂଚନା ଅନୁସାରେ, କର୍ମଚାରୀ ସଂଗଠନଗୁଡ଼ିକ PF ଉପରେ ସୁଧ ହାର ବୃଦ୍ଧି କରିବାକୁ ସରକାରଙ୍କୁ ଦାବି କରିଆସୁଥିଲେ । ଯାହାକୁ ନେଇ କେନ୍ଦ୍ର ସରକାର ସୋମବାର ଦିନ ବଡ଼ ଘୋଷଣା କରିଛନ୍ତି । ତେବେ ପିଏଫ୍ ଉପରେ ସୁଧ ହାରକୁ ୮.୧୫ ପ୍ରତିଶତ ବୃଦ୍ଧି କରିବାକୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ନିର୍ଦ୍ଧାରଣ କରିଥିଲା କର୍ମଚାରୀ ଭବିଷ୍ୟତ ବୋର୍ଡ ।

ତେବେ ଏହାପୂ୍ର୍ବରୁ ସୁଧ ହାର ୮.୧୦ ପ୍ରତିଶତ ଥିଲା । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଭବିଷ୍ୟନିଧି ଯୋଗଦାନ ପାଇଁ ସୁଧହାର ୮.୧୫କୁ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି । ୨୦୨୩ରୁ ଉପଭୋକ୍ତାଙ୍କୁ ନୂଆ ସୁଧହାର ମିଳିବ । ପ୍ରଥମେ ସିବିଟିର ସୁପାରିଶ ପରେ ସୁଧହାର ଅର୍ଥ ମନ୍ତ୍ରଣାଳ ଦ୍ୱାରା ନୋଟିଫାଏ କାରାଯାଇଥାଏ । ଏହା ପରେ ଇପିଏଫଓ ଉପଭୋକ୍ତାଙ୍କ ଖାତାରେ ଏହି ସୁଧହାରକୁ ଜମା କରାଯାଇଥାଏ ।
ଜାଣନ୍ତୁ କେମିତି ଚେକ୍ କରିବେ ପିଏଫ୍ ରାଶି
ସର୍ବପ୍ରଥମେ ଆପଣଙ୍କ କମ୍ପାନୀରୁ PF ନମ୍ବର ଏବଂ UAN ନମ୍ବର ନିଅନ୍ତୁ । ଏହା ପରେ EPF ପାସବୁକ୍ ପୋର୍ଟାଲକୁ ଯାଆନ୍ତୁ । ସେଠାରେ ଆପଣ UAN ନମ୍ବର ଏବଂ ପାସୱାର୍ଡ ବ୍ୟବହାର କରି ଲଗଇନ୍ କରିବାର ବିକଳ୍ପ ପାଇବେ । ଲଗଇନ୍ ପରେ, ଡାଉନଲୋଡ୍ / ପାସବୁକ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ । ଏହା ପରେ, ଆପଣ PF ଆକାଉଣ୍ଟରେ ଜମା ହୋଇଥିବା ପରିମାଣ ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇବେ । ଯଦି ଆପଣଙ୍କର ଇଣ୍ଟରନେଟ୍ ନାହିଁ, ତେବେ ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ 011-22901406ରେ ଏକ ମିସ୍ କଲ୍ ଦିଅନ୍ତୁ । ଏହା ପରେ ଆପଣଙ୍କ PF ଏକାଉଣ୍ଟରେ କେତେ ଟଙ୍କା ଅଛି ସେନେଇ ଏକ ମ୍ୟାସେଜ ମାଧ୍ୟମରେ ସୂଚନା ପାଇପାରିବେ ।












Click it and Unblock the Notifications