Cement Price Hike: ଏଣିକି ଘର ନିର୍ମାଣ ହେବ ମହଙ୍ଗା, 50 ଟଙ୍କା ବଢିବ ସିମେଣ୍ଟ ଦର
ଘର ତିଆରି ପାଇଁ ବ୍ୟବହୃତ ସିମେଣ୍ଟ ଦାମ ବୃଦ୍ଧି ପାଇବାକୁ ଯାଉଛି । ସିମେଣ୍ଟ ଦାମ୍ 5 କି 10 ନୁହେଁ ଏକାଥରକେ 25ରୁ 50 ଟଙ୍କା ଲେଖାଏଁ ବୃଦ୍ଧି ପାଇବାକୁ ଯାଉଛି ।
Cement Price Hike: ଯଦି ଆପଣ ଏବେ ଘର ନିର୍ମାଣ କରିବାକୁ ଯାଉଛନ୍ତି, ତେବେ ବଜାର ମୂଲ୍ୟ ମଧ୍ୟ ଟିକେ ପରଖି ନିଅନ୍ତୁ ଆଉ ଆପଣଙ୍କ ବଜେଟକୁ ଟିକେ ବୃଦ୍ଧି କରନ୍ତୁ । କାରଣ ଏବେ ମହଙ୍ଗା ହେବାକୁ ଯାଉଛି ଗୃହ ନିର୍ମାଣ । ଘର ତିଆରି ପାଇଁ ବ୍ୟବହୃତ ସିମେଣ୍ଟ ଦାମ ବୃଦ୍ଧି ପାଇବାକୁ ଯାଉଛି । ସିମେଣ୍ଟ ଦାମ୍ 5 କି 10 ନୁହେଁ ଏକାଥରକେ 25ରୁ 50 ଟଙ୍କା ଲେଖାଏଁ ବୃଦ୍ଧି ପାଇବାକୁ ଯାଉଛି ।

ବ୍ୟାଗ ପିଛା ମୂଲ୍ୟ 435 ଟଙ୍କା ହୋଇପାରେ
ରେଟିଂ ଏଜେନ୍ସି କ୍ରିସିଲ କହିଛି ଯେ, ଗତ ଏକ ବର୍ଷ ମଧ୍ୟରେ ବ୍ୟାଗ ପିଛା ସିମେଣ୍ଟ ମୂଲ୍ୟ 390 ଟଙ୍କାକୁ ବୃଦ୍ଧି ପାଇଛି। ବର୍ତ୍ତମାନ ଏହାର ମୂଲ୍ୟ ଅଖା ପିଛା 25 ରୁ 50 ଟଙ୍କା ବୃଦ୍ଧି ହୋଇପାରେ ଏବଂ ମୂଲ୍ୟ 435 ଟଙ୍କାରେ ପହଞ୍ଚିପାରେ ।
ମାଲ ପରିବହନ ମଧ୍ୟ ବୃଦ୍ଧି ପାଇଲା
କ୍ରିସିଲଙ୍କ ତରଫରୁ କୁହାଯାଇଥିଲା ଯେ, ମାର୍ଚ୍ଚରେ ଅଶୋଧିତ ତୈଳ ବ୍ୟାରେଲ ପିଛା 115 ଡଲାର ଅତିକ୍ରମ କରିଛି। ଅନ୍ୟପକ୍ଷରେ କୋଇଲା ଦର ମଧ୍ୟ ବୃଦ୍ଧି ପାଇଛି। ଇଣ୍ଡୋନେସିଆରୁ କୋଇଲା ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଯିବା ହେତୁ ସିମେଣ୍ଟର ଚାହିଦା ବୃଦ୍ଧି ପାଇଛି। ବିଦ୍ୟୁତ୍ ଏବଂ ଇନ୍ଧନର ମୂଲ୍ୟ ବୃଦ୍ଧି ସହିତ ମାଲ ପରିବହନ ମଧ୍ୟ ବୃଦ୍ଧି ପାଇଛି । ଆପଣଙ୍କୁ କହି ରଖୁ କି, ସିମେଣ୍ଟର 50 ପ୍ରତିଶତ କେବଳ ସଡକ ମାଧ୍ୟମରେ ପରିବହନ କରାଯାଇଥାଏ ।
ମୂଲ୍ୟ ବୃଦ୍ଧି ଚାହିଦା ହ୍ରାସ କରିବ
କ୍ରିସିଲ ରିସର୍ଚ୍ଚର ନିର୍ଦ୍ଦେଶକ ଏଚ୍ ଗାନ୍ଧୀ କହିଛନ୍ତି ଯେ, 2021-22 ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ସିମେଣ୍ଟର ଚାହିଦା ବାର୍ଷିକ 20 ପ୍ରତିଶତ ବୃଦ୍ଧି ପାଇଛି। କିନ୍ତୁ ଦ୍ୱିତୀୟାର୍ଦ୍ଧରେ, ଅତିରିକ୍ତ ବର୍ଷା ଏବଂ ଶ୍ରମିକଙ୍କ ଉପଲବ୍ଧତା ନ ଥିବାରୁ ଚାହିଦା ହ୍ରାସ ପାଇବ ।












Click it and Unblock the Notifications