ଆଉ ନାହାଁନ୍ତି ଷ୍ଟକ ମାର୍କେଟ ବିଗ୍ ବୁଲ ରାକେଶ ଝୁନଝୁନୱାଲା
ପରଲୋକରେ ଭାରତର ବିଶିଷ୍ଟ ଶିଳ୍ପପତି, ଷ୍ଟକ ମାର୍କେଟ ନିବେଶକ ତଥା ଆକାଶ ଏୟାରର ପ୍ରତିଷ୍ଠାତା ରାକେଶ ଝୁନଝୁନୱାଲା । ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 62 ବର୍ଷ ବୟସ ହୋଇଥିଲା ।
ମୁମ୍ବାଇ: ପରଲୋକରେ ଭାରତର ବିଶିଷ୍ଟ ଶିଳ୍ପପତି, ଷ୍ଟକ ମାର୍କେଟ ନିବେଶକ ତଥା ଆକାଶ ଏୟାରର ପ୍ରତିଷ୍ଠାତା ରାକେଶ ଝୁନଝୁନୱାଲା । ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 62 ବର୍ଷ ବୟସ ହୋଇଥିଲା । କିଛି ଦିନ ହେବ ସେ କିଡନୀ ଜନିତ ରୋଗରେ ପୀଡିତ ଥିବା କୁହଯାଉଛି। ଝୁନଝୁନୱାଲାଙ୍କୁ ଆଜି ସକାଳ 6ଟା 45 ମିନିଟ୍ ସମୟରେ ମୁମ୍ବାଇ ସ୍ଥିତ ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ଗତ ଦୁଇ ତିନି ସପ୍ତାହ ପୂର୍ବରୁ ଷ୍ଟକ ମାର୍କେଟ ନିବେଶକ ରାକେଶ ଝୁନଝୁନୱାଲା ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । ହେଲେ ଆଜି ସକାଳେ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡି ଯିବାରୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।
କଲେଜ ପଢା ପରେ ରାକେଶ ପ୍ରଥମ ଥର ପାଇଁ ମାତ୍ର 5 ହଜାର ଟଙ୍କା ଷ୍ଟକ ମାର୍କେଟରେ ଇନଭେଷ୍ଟ କରିଥିଲେ । ତାହା ବର୍ତ୍ତମାନ ବଦଳି 5.5 ବିଲିୟନରେ ପହଞ୍ଚିଲାଣି ।1960 ମସିହା ଜୁଲାଇ 5 ତାରିଖରେ ଏକ ମଧ୍ୟବିତ୍ତ ପରିବାରରେ ଝୁନଝୁନୱାଲା ଜନ୍ମ ନେଇଥିଲେ । ତେବେ ବାପାଙ୍କ ଠାରୁ ଷ୍ଟକ ମାର୍କେଟ ସମ୍ପର୍କରେ ଶୁଣି ସେ ଏହାପ୍ରତି ଆଗ୍ରହୀ ହୋଇଥିଲେ ବୋଲି କୁହନ୍ତି ଝୁନଝୁନୱାଲା ।












Click it and Unblock the Notifications