ଆରମ୍ଭ ହେଲା ବଜେଟ୍ ଅଧିବେଶନ 2022
ଆରମ୍ଭ ହେଲା ବଜେଟ୍ ଅଧିବେଶନ 2022 । ସଂସଦରେ ବଜେଟ୍ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିର୍ମଳାଙ୍କ ଅର୍ଥପେଡି଼ରୁ କଣ ବାହାରିବ ଆଜି.... ତାହା ଉପରେ ରହିଛି ସାରା ଦେଶବାସୀଙ୍କ ନଜର ।
ନୂଆଦିଲ୍ଲୀ: ଆରମ୍ଭ ହେଲା ବଜେଟ୍ ଅଧିବେଶନ 2022 । ସଂସଦରେ ବଜେଟ୍ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନିର୍ମଳାଙ୍କ ଅର୍ଥପେଡି଼ରୁ କଣ ବାହାରିବ ଆଜି.... ତାହା ଉପରେ ରହିଛି ସାରା ଦେଶବାସୀଙ୍କ ନଜର । କଣ ଶସ୍ତା ଓ କଣ ହେବ ମହଙ୍ଗା ? କାହା ଉପରୁ ହଟିବ ଟିକସ୍ ତ କାହା ଉପରେ ଲାଗିବ ଅଧିକ ଟ୍ୟାକ୍ସ ? ଏହି ସବୁର ଉତ୍ତର ମିଳିବ ଆଜି ସଂସଦ ବଜେଟରୁ ।

ଏଥର ବଜେଟରେ କୋଭିଡ୍ ମହାମାରୀରେ ଅସ୍ତବ୍ୟସ୍ତ ଚାକିରିଆ ଓ ମଧ୍ୟବିତ୍ତବର୍ଗକୁ ଟିକସ ରିହାତି ମିଳିବା ନେଇ ଆଶା କରାଯାଉଛି । ସେହିପରି କ୍ରିପ୍ଟୋ କରେନ୍ସି ନେଇ ଟିକସ ବ୍ୟବସ୍ଥା କଣ ରହିବ ତା ଉପରେ ବି ନଜର ରହିଛି ।
ପାରମ୍ପରିକ କୃଷି ଓ ଭିତ୍ତିଭୂମି ସାଙ୍ଗକୁ କରୋନା ମାଡ଼ରେ ବିପର୍ଯ୍ୟୟ ଶିକ୍ଷା ଓ ସେବା କ୍ଷେତ୍ର ଉପରେ ଅର୍ଥମନ୍ତ୍ରୀଙ୍କର ସ୍ୱତନ୍ତ୍ର ନଜର ରହିବ ବୋଲି ଆକଳନ କରାଯାଉଛି। ଏହାବାଦ ଭାରତକୁ ଇଣ୍ଡଷ୍ଟ୍ରିଆଲ ହବ୍ରେ ପରିଣତ କରିବାକୁ ସରକାରଙ୍କ ଲକ୍ଷ୍ୟ ଥିବାରୁ ଦକ୍ଷତା ବିକାଶ, ଷ୍ଟାଟ୍-ଅପ୍, ସେମି କଣ୍ଡକ୍ଟର ଓ ବୈଦୁତ୍ୟିକ ଯାନ ଲାଗି ବ୍ୟାଟେରୀ ନିର୍ମାଣ ଭଳି ନୂଆ ଓ ରପ୍ତାନୀଭିତ୍ତିକ ଶିଳ୍ପ ଉପରେ ପ୍ରାଧାନ୍ୟ ଦିଆଯାଇପାରେ ବୋଲି କହିଛନ୍ତି ବିଶେଷଜ୍ଞ।
ଆଜିଠୁ ଆରମ୍ଭ ହେବାକୁ ଥିବେ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃଆରି ୧୧ ଯାଏ ଚାଲିବ । ତା' ପରେ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୪ରୁ ଆରମ୍ଭ ହୋଇ ଏପ୍ରିଲ ୮ ତାରିଖରେ ଶେଷ ହେବ ।












Click it and Unblock the Notifications