ବଜେଟ୍ 2022: କଣ ଆସିଲା ଯୋଜନା ? କେଉଁ ମନ୍ତ୍ରଣାଳୟକୁ କେତେ ଟଙ୍କା ?
ବର୍ଷ ୨୦୨୨-୨୩ ପାଇଁ ସଂସଦରେ ଉପସ୍ଥାପିତ ହୋଇଛି ବଜେଟ୍ । ଚଳିତ ବଜେଟରେ ବିଭିନ୍ନ ନୂଆ ଯୋଜନା ରହିଛି । ପିଏମ୍ ଗତି ଶକ୍ତି ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଇଛି ।
ନୂଆଦିଲ୍ଲୀ: ବର୍ଷ ୨୦୨୨-୨୩ ପାଇଁ ସଂସଦରେ ଉପସ୍ଥାପିତ ହୋଇଛି ବଜେଟ୍ । ଚଳିତ ବଜେଟରେ ବିଭିନ୍ନ ନୂଆ ଯୋଜନା ରହିଛି । ପିଏମ୍ ଗତି ଶକ୍ତି ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ୮ଟି ନୂଆ ରୋପୱେ ତିଆରି ହେବ । ୨୦୨୨-୨୩ରେ ୮୦ ଲକ୍ଷ ଘର ଯୋଗାଇବା ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ୪୮ ହଜାର କୋଟି ବ୍ୟୟ ଅଟକଳ କରାଯାଇଛି । 'ହର ଘର ନଳ' ଯୋଜନାରେ ୬୦ ହଜାର କୋଟି ଖର୍ଚ୍ଚ ହେବ । ଏହି ଯୋଜନାରେ ୫ କୋଟି ୫୦ ଲକ୍ଷ ଘରକୁ ସୁବିଧା ମିଳିବ ।

ସେହିପରି ଚଳିତ ବଜେଟରେ ଭିତ୍ତିଭୂମି, ପରିବେଶ ଓ କୃଷି କ୍ଷେତ୍ରକୁ ସକରାର ସବୁଠାରୁ ଅଧିକ ପ୍ରାଧ୍ୟାନ୍ୟ ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା କଣ ଆସିଲା ନୂଆ ଯୋଜନା ଓ କେଉଁ ବିଭାଗକୁ ମିଳିଲା କେତେ ଟଙ୍କା ?
କେଉଁ ମନ୍ତ୍ରଣାଳୟକୁ କେତେ ଟଙ୍କା ?
- ଯୋଗାଯୋଗ ମନ୍ତ୍ରଣାଳୟ: ୧,୦୫,୪୦୬.୮୨ କୋଟି ଟଙ୍କା
- କେମିକାଲ ଓ କୀଟନାଶକ-୧,୦୭,୭୧୫.୩୮ କୋଟି
- କୃଷି ମନ୍ତ୍ରଣାଳୟ: ୧,୩୨,୫୧୩.୬୨ କୋଟି
- ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟ: ୧,୩୮,୨୦୩.୬୩ କୋଟି
- ରେଳ ମନ୍ତ୍ରଣାଳୟ: ୧,୪୦,୩୬୭.୧୩ କୋଟି
- ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ: ୧,୮୫,୭୭୬.୫୫ କୋଟି
- ସଡ଼କ ପରିବହନ ଓ ଜାତୀୟ ରାଜପଥ: ୧,୯୯,୧୦୭.୭୧ କୋଟି
- ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ: ୨,୧୭,୬୮୪.୪୬ କୋଟି
- ପ୍ରତିରକ୍ଷା ମନ୍ତ୍ରଣାଳୟ: ୫,୨୫,୧୬୬.୧୫ କୋଟି
ବଜେଟରେ ନୂଆ କଣ ?
- ଦେଢ ଲକ୍ଷ ପୋଷ୍ଟ ଅଫିସରେ ଖୋଲିବ ଏଟିଏମ
- ସ୍କୁଲର ସବୁ କ୍ଲାସ ରୁମରେ ଲାଗିବ ଟିଭି
- ଆରମ୍ଭ ହେବ ଇ-ପାସପୋର୍ଟ, ରହିବ ଚିପ୍
- ଚଳିତ ବର୍ଷରୁ ଆରମ୍ଭ ହେବ ଫାଇଭ୍-ଜି ସେବା
- ଆରବିଆଇ ଆଣିବ ଡିଜିଟାଲ କରେନ୍ସି












Click it and Unblock the Notifications