ବଜେଟ-୨୦୨୨: ଜାଣନ୍ତୁ କ’ଣ ଶସ୍ତା ଓ କ’ଣ ହେଲା ମହଙ୍ଗା ?
ଚଳିତ ବଜେଟରେ କ’ଣ ସବୁ ଶସ୍ତା ହେବ ଆଉ କ’ଣ ମହଙ୍ଗା ହେବ ତାର ଉପରେ ସମସ୍ତଙ୍କ ନଜର ରହିଥିଲା।
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହା ହେଉଛି ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଚତୁର୍ଥ ବଜେଟ୍। ଚଳିତ ବଜେଟରେ କ'ଣ ସବୁ ଶସ୍ତା ହେବ ଆଉ କ'ଣ ମହଙ୍ଗା ହେବ ତାର ଉପରେ ସମସ୍ତଙ୍କ ନଜର ରହିଥିଲା।

ତେବେ ବଜେଟ ପରେ କୃଷିଜାତ ଦ୍ରବ୍ୟ ଶସ୍ତା ହେବ । ଏହା ବ୍ୟତୀତ ବଜେଟରେ କଟା ଏବଂ ପଲିସ୍ ହୋଇଥିବା ହୀରା ଉପରେ କଷ୍ଟମ୍ ଡ୍ୟୁଟି କଟାଯାଇଛି । ପଲିସ ହିରା ଉପରେ ଆମଦାନୀ ଶୁଳ୍କ ୫% କୁ ହ୍ରାସ ପାଇଛି । ଏହି ସମୟରେ, ବିଦେଶୀ ଛତା କିଣିବା ମହଙ୍ଗା ହେବ । ଛତା ଉପରେ କଷ୍ଟମ୍ ଡ୍ୟୁଟି ବୃଦ୍ଧି କରିବାକୁ ଘୋଷଣା କରାଯାଇଛି । ସେହିପରି ମଦ, ଖାଇବା ତେଲ, ଏଲଇଡି ଲାଇଟ୍ ମହଙ୍ଗା ହୋଇଛି ।
ଷ୍ଟିଲ୍, ଇମିଟେସନ ଗହଣା, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ବିଦେଶରୁ ଆମଦାନୀ ମେସିନ, ଔଷଧ, ମେଡିକାଲ ଉପକରଣ ଓ କେମିକାଲ ଆଦି ମଧ୍ୟ ଶସ୍ତା ହେବ।
ସେହିପରି ଛତା କିଣିବା ମହଙ୍ଗା ହେବ। ଛତା ଉପରେ କଷ୍ଟମ୍ ଡ୍ୟୁଟି ବୃଦ୍ଧି କରିବାକୁ ଘୋଷଣା କରାଯାଇଛି। ବିଦେଶୀ ସାମଗ୍ରୀ ଆମଦାନୀ ମହଙ୍ଗା ହେବ। ଏହା ବ୍ୟତୀତ ଅର୍ଥମନ୍ତ୍ରୀ ସୀତାରମଣ ମଧ୍ୟ କିଛି ରାସାୟନିକ ପଦାର୍ଥ ଉପରେ କଷ୍ଟମ ଡ୍ୟୁଟି ହ୍ରାସ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏଥିମଧ୍ୟରେ ମିଥାନୋଲ୍ ମଧ୍ୟ ଅନ୍ତର୍ଭୁକ୍ତ। ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଏହା କରାଯାଇଛି ବୋଲି ସେ କହିଛନ୍ତି। ଇସ୍ପାତ ସ୍କ୍ରାପ ଉପରେ କଷ୍ଟମ ଡ୍ୟୁଟି ଛାଡକୁ ଆଉ ଏକ ବର୍ଷ ବଢାଇବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।
କ'ଣ ହେଲା ଶସ୍ତା ?
- ଶସ୍ତା ହେଲା ଚମଡ଼ା ସାମଗ୍ରୀ
- କପଡ଼ା ଶସ୍ତା
- ଶସ୍ତା ହେଲା ବିଦେଶରୁ ଆସୁଥିବା ମେସିନ୍
- କୃଷି ଉପକରଣ ଶସ୍ତା
- ମୋବାଇଲ ଫୋନ, ଚାର୍ଜର ଶସ୍ତା
- ହୀରା ଗହଣା ଶସ୍ତା
- ପଲିସ ହିରା ଉପରେ ଆମଦାନୀ ଶୁଳ୍କ ୫% କୁ ହ୍ରାସ
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications