Union Budget 2021: କରୋନା ଟିକା ପାଇଁ 35 ହଜାର କୋଟି

ସାଧାରଣ ବଜେଟ୍ ଉପସ୍ଥାପନ ହେଲା କରୋନା ଟିକା ପାଇଁ 35 ହଜାର କୋଟି ଟଙ୍କା । ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ନୂଆଦିଲ୍ଲୀ: ସାଧାରଣ ବଜେଟ୍ ଉପସ୍ଥାପନ ହେଲା କରୋନା ଟିକା ପାଇଁ 35 ହଜାର କୋଟି ଟଙ୍କା । ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ସ୍ୱାସ୍ଥ୍ୟ କ୍ଷେତ୍ରର ବଜେଟକୁ 137 ପ୍ରତିଶତ ବୃଦ୍ଧି କରାଯାଇଛି।

ସେ କହିଛନ୍ତି, ଏଥର ସ୍ୱାସ୍ଥ୍ୟ ବଜେଟ୍ ହେଉଛି 2 ଲକ୍ଷ 32 ହଜାର କୋଟି ଟଙ୍କା । ଶେଷ ଥର ପାଇଁ 92 ହଜାର କୋଟି ଥିଲା । କେବଳ ଏବଂ କେବଳ ଭାରତରେ ଟିକା ବିକାଶ ପାଇଁ 35 ହଜାର କୋଟି ବଜେଟ୍ ଘୋଷଣା କରାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ଏବଂ ଆବଶ୍ୟକ ହେଲେ ଅଧିକ ଅର୍ଥ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।

Union Budget 2021

କଣ କହିଲେ ନିର୍ମଳା:

ଆଜି ଆମ ପାଖରେ ଦୁଇଟି ଟିକା ଅଛି । 100 ରୁ ଅଧିକ ଦେଶ ଏଥିରୁ ଉପକୃତ ହେଉଛନ୍ତି। ଆମ ଦେଶକୁ ଦୁଇଟିରୁ ଅଧିକ ଟିକା ଆସୁଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମର ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। 2021 ରେ କରୋନା ବିରୁଦ୍ଧରେ ଆମର ସଂଗ୍ରାମ ମଧ୍ୟ ଜାରି ରହିଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+