Get Updates
Get notified of breaking news, exclusive insights, and must-see stories!

ଜାପାନକୁ ପଛରେ ପକାଇ ଚତୁର୍ଥ ବୃହତ୍ତମ ଅର୍ଥନୀତି ହେଲା ଭାରତ

ଚଳିତ ବର୍ଷ ଭାରତୀୟ ଅର୍ଥନୀତି ଏକ ବଡ଼ ମାଇଲଖୁଣ୍ଟ ଅତକ୍ରମ କରିବାକୁ ଯାଉଛି । ଭାରତ ଆଉ ଏକ ପ୍ରମୁଖ ସଫଳତା ହାସଲ କରିଛି। ଏବେ ଭାରତ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ହୋଇଛି ଭାରତ। ଭାରତ ଅର୍ଥନୀତିରେ ଜାପାନକୁ ପଛରେ ପକାଇ ଦେଇଛି। ଏବେ କେବଳ ଆମେରିକା, ଚୀନ୍ ଏବଂ ଜର୍ମାନୀ ଭାରତଠାରୁ ଆଗରେ ଅଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ତାଙ୍କ ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ଏହି ସୂଚନା ସେୟାର କରିଛନ୍ତି। ଆଇଏମ୍‌ଏଫ୍‌ର ବିଶ୍ୱ ଅର୍ଥନୈତିକ ଆଉଟଲୁକ୍ ରିପୋର୍ଟ ଅନୁଯାୟୀ, ଭାରତର ଅର୍ଥନୀତି ୪.୧୮୭ ଟ୍ରିଲିୟନ ଡଲାରରେ ପହଞ୍ଚିଛି। ଏତିକି ବେଳେ ଏହା ଜାପାନର ୪.୧୮୬ ଟ୍ରିଲିୟନ ଡଲାର ଅର୍ଥନୀତିକୁ ପଛରେ ପକାଇ ଦେଇଛି।

ଏକ୍ସରେ ଆଇଏମ୍‌ଏଫ୍‌ର ରିପୋର୍ଟକୁ ପୋଷ୍ଟ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଯେ, 'ଏହା ପ୍ରତ୍ୟେକଟି ଭାରତୀୟଙ୍କ ପାଇଁ ଗର୍ବର ବିଷୟ ଅଟେ।' ଏଥିସହିତ ସେ କହିଛନ୍ତି ଯେ,'ଆଇଏମ୍‌ଏଫ୍‌ ର ତାଜା ରିପୋର୍ଟ ଅନୁସାରେ, ଭାରତ ଏବେ ଆନୁଷ୍ଠାନିକ ଭାବରେ ଜାପାନକୁ ପଛରେ ପକାଇ ୪.୧୮୭ ଟ୍ରିଲିୟନ ଡଲାର ଜିଡିପି ସହିତ ବିଶ୍ବର ଚତୁର୍ଥ ବୃହତମ ଅର୍ଥବ୍ୟବସ୍ଥା ହୋଇପାରିଛି।

Big achievement India to become 4th largest economy in 2025 overtaking Japan will be 3rd largest by 2028

ଏ ହେଉଛି ସେହିମାର୍ଗ, ଯେଉଁଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୃଷ୍ଟିକୋଣରେ ଆମେ ଏକାଠି ଚାଲିଛୁ। ତାଙ୍କର ସାହସିକ ନିଷ୍ପତ୍ତି, ଦୃଢ଼ ନିଷ୍ପତ୍ତି ଏବଂ ୧୪୦ କୋଟି ଭାରତୀୟଙ୍କ କ୍ଷମତା ଉପରେ ବିଶ୍ୱାସ ଏହି ପରିବର୍ତ୍ତନକୁ ପ୍ରେରଣା ଦେଇଛି।" ରିପୋର୍ଟ ଅନୁସାରେ ୨୦୨୫ରେ ବି ଆମେରିକା ଓ ଚାଇନା ବିଶ୍ୱର ପ୍ରଥମ ଦୁଇ ଅର୍ଥବ୍ୟବସ୍ଥା ହୋଇ ରହିବେ । କେବଳ ଚଳିତ ବର୍ଷ ନୁହେଁ, ବରଂ ଦଶନ୍ଧି ଶେଷ ଯାଏ ସେମାନେ ନିଜ ସ୍ଥାନ ବଜାୟ ରଖିବେ । ଆଇଏମଏଫର ୱାର୍ଲଡ ଇକୋନୋମିକ୍ ଆଉଟ୍‌ଲୁକ୍‌ରେ ଚେତାବନୀ ଦେଇଛି ଯେ ଗତ ୮୦ ବର୍ଷ ଧରି ଅଧିକାଂଶ ଦେଶ ଯେଉଁ ବିଶ୍ୱ ଅର୍ଥନୈତିକ ବ୍ୟବସ୍ଥା କାମ କରୁଛନ୍ତି, ତାହା ପୁନଃନିର୍ମାଣ ହେଉଛି । ଯାହା ବିଶ୍ୱକୁ ଏକ ନୂତନ ଯୁଗରେ ପ୍ରବେଶ କରାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+