ପେଟିଏମ ପରେ ଭାରତ ପେକୁ ଲାଗିଲା ବଡ଼ ଝଟକା, ବନ୍ଦ ହୋଇଯିବ କି ଅଶନୀରଙ୍କ ୟୁପିଆଇ ଆପ୍?
ଅନଲାଇନ ପେମେଣ୍ଟ ଏବଂ ବ୍ୟାଙ୍କିଙ୍ଗ ଆପ ପେଟିଏମ୍କୁ ନେଇ ବିବାଦ ଜାରି ରହିଥିବା ବେଳେ ବର୍ତ୍ତମାନ ଭାରତ ପେକୁ ମଧ୍ୟ ଏକ ନୂଆ ନୋଟିସ ଦିଆଯାଇଛି । କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଅନଲାଇନ୍ ୟୁପିଆଇ ପେମେଣ୍ଟ ଆପ୍ ଏବଂ ଫିନଟେକ୍ କମ୍ପାନୀ ଭାରତ ପେ'ଙ୍କୁ ଏକ ନୂତନ ବିଜ୍ଞପ୍ତି ଜାରି କରିଛି । ଏଇଳି ପରିସ୍ଥିତିରେ ୟୁପିଆଇ ବ୍ୟବହାର କରୁଥିବା ଲୋକଙ୍କ ମନକୁ ଅନେକ ପ୍ରଶ୍ନ ଆସୁଛି ।
ସରକାରଙ୍କର ଗୋଟିଏ ପରେ ଗୋଟିଏ କାର୍ଯ୍ୟାନୁଷ୍ଠାନ ଯୋଗୁ ୟୁପିଆଇ ବନ୍ଦ ହୋଇ ଯିବ କି ବୋଲି ଲୋକମାନେ ସନ୍ଦେହ କରିବା ଆରମ୍ଭ କରିଲେଣି । ତେବେ ଆସନ୍ତୁ ଜାଣିବା ସରକାର କାହିଁକି ଏହି ବିଜ୍ଞପ୍ତି ପଠାଇଛନ୍ତି । ରିପୋର୍ଟ ଅନୁଯାୟୀ, ବିଜ୍ଞପ୍ତିରେ ସରକାର ଏହାର ପ୍ରତିଷ୍ଠାତା ଅଶନୀର ଗୋଭରଙ୍କ ବିରୋଧରେ ନିଆଯାଇଥିବା ଆଇନଗତ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କମ୍ପାନୀଠାରୁ ସୂଚନା ମାଗିଛନ୍ତି ।

ଗ୍ରୋଭରଙ୍କ ବିରୋଧରେ ଦାଖଲ ହୋଇଥିବା ଅପରାଧିକ ମାମଲାରେ କମ୍ପାନୀ କୋର୍ଟରେ ଦାଖଲ କରିଥିବା ପ୍ରମାଣ ସମ୍ପର୍କରେ କର୍ପୋରେଟ ମନ୍ତ୍ରଣାଳୟ କମ୍ପାନୀଠାରୁ ସୂଚନା ମାଗିଛି । ଏହି ମାମଲା ପ୍ରାୟ ଦୁଇ ବର୍ଷ ଧରି ଚାଲିଆସୁଛି । ଫନଟେକ କମ୍ପାନୀ ଭାରତ ପେ' ଏ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି । କମ୍ପାନୀ କହିଛି ଯେ ରେଜିଷ୍ଟ୍ରାର ଅଫ କମ୍ପାନୀଜ୍ ଏକ ଚିଠି ପଠାଇଛନ୍ତି ଯେଉଁଥରେ କିଛି ଅତିରିକ୍ତ ସୂଚନା ମଗାଯାଇଛି । କମ୍ପାନୀ ଯଥାସମ୍ଭବ କର୍ତ୍ତୃପକ୍ଷଙ୍କ ସହଯୋଗ କରୁଛି ।












Click it and Unblock the Notifications