ଶୀଘ୍ର କରି ନିଅନ୍ତୁ ଆପଣଙ୍କ କାମ, ମାର୍ଚ୍ଚରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ
ନୂଆଦିଲ୍ଲୀ: ଫେବୃଆରୀ ମାସ ଶେଷ ହେବାକୁ ଯାଉଛି ଏବଂ ମାର୍ଚ୍ଚ (ମାର୍ଚ୍ଚ ୨୦୨୪) ରେ ଭରପୂର ପର୍ବ ସହ ମାସ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ମାସରେ ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସୁଚନାନୁସାରେ ବିଭିନ୍ନ ପର୍ବପର୍ବାଣୀ ଥିବା କାରଣରୁ ମାର୍ଚ୍ଚରେ ୧୪ ଦିନ ବ୍ୟାଙ୍କରେ କୌଣସି କାମ ହେବ ନାହିଁ, ଅର୍ଥାତ୍ ମାର୍ଚ୍ଚରେ ଏହି ୧୪ ଦିନ ବ୍ୟାଙ୍କ ଛୁଟି ହେବ । ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ବ୍ୟାଙ୍କରେ ବହୁତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଛି, ତେବେ ଏହି ମାସର ଅବଶିଷ୍ଟ ଦିନରେ ଶୀଘ୍ର ଏହାକୁ ସମ୍ପୂର୍ଣ୍ଣ କରି ନିଅନ୍ତୁ । ଆସନ୍ତା ମାସରେ, ହୋଲି ଠାରୁ ଗୁଡ୍ ଫ୍ରାଇଡେ ପର୍ଯ୍ୟନ୍ତ ବ୍ୟାଙ୍କଗୁଡିକ ଅନେକ ଦିନ ବନ୍ଦ ରହିବ ।
ବ୍ୟାଙ୍କ ହଲିଡେ ତାଲିକା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହାର ଅଫିସିଆଲ୍ ୱେବସାଇଟରେ ଅପଲୋଡ୍ ହୋଇଛି ଏବଂ ମାର୍ଚ୍ଚ ମାସ ତାଲିକା ଅନୁଯାୟୀ ବ୍ୟାଙ୍କ ଶାଖାଗୁଡ଼ିକ ଅଧା ମାସ ବନ୍ଦ ରହିବ । ମାର୍ଚ୍ଚରେ ଯଦି ଆପଣ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଘରୁ ବାହାରକୁ ଯାଆନ୍ତି, ତେବେ ନିଶ୍ଚିତ ଭାବରେ ଆରବିଆଇର ଅଫିସିଆଲ୍ ୱେବସାଇଟ୍ (https://rbi.org.in/Scriptts/HolidayMatrix Display.aspx) ରେ କ୍ଲିକ୍ କରି ଛୁଟି ବିଷୟରେ ସୂଚନା ଯାଞ୍ଚ କରିନିଅନ୍ତୁ ।
ଆରବିଆଇର ଅଫିସିଆଲ୍ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ମାସରେ ବ୍ୟାଙ୍କଗୁଡ଼ିକରେ ଅନେକ ଛୁଟିଦିନ ଅଛି । ମାର୍ଚ୍ଚ ମାସରେ ବ୍ୟାଙ୍କଗୁଡିକ ୧୪ ଦିନ ପାଇଁ ବନ୍ଦ ରହିବ । ଏହି ଅବଧି ମଧ୍ୟରେ ଆପଣ ବ୍ୟାଙ୍କିଙ୍ଗ୍ ସମ୍ବନ୍ଧୀୟ କୌଣସି କାର୍ଯ୍ୟ କରିବାକୁ ସମର୍ଥ ହେବେ ନାହିଁ । ତେବେ ଆସନ୍ତୁ ଜାଣିବା ବ୍ୟାଙ୍କ ଛୁଟି କେବେ ପଡୁଛି ।

ମାର୍ଚ୍ଚ ୩ ତାରିଖ ରବିବାର ପଡ଼ୁଥିବାରୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ । ମାର୍ଚ୍ଚ ୯ ତାରିଖ ମାସର ଦ୍ୱିତୀୟ ଶନିବାର ହେତୁ ବ୍ୟାଙ୍କ ବନ୍ଦ ରହିବ । ମାର୍ଚ୍ଚ ୧୦ ତାରିଖ ରବିବାର ହୋଇଥିବାରୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ । ମାର୍ଚ୍ଚ ୧୭ ତାରିଖ ଏହି ତାରିଖ ବି ଏକ ରବିବାର ପଡୁଛି । ମାର୍ଚ୍ଚ ୨୩ ତାରିଖ ମାସର ଚତୁର୍ଥ ଶନିବାର ହେତୁ ବ୍ୟାଙ୍କ ରହିବ ବନ୍ଦ । ମାର୍ଚ୍ଚ ୩୧ ତାରିଖ ରବିବାର ପଡ଼ୁଥିବାରୁ ବ୍ୟାଙ୍କ ବନ୍ଦ ରହିବ ।
ଏହା ବ୍ୟତୀତ ମହାଶିବରାତ୍ରୀ ଏବଂ ହୋଲି ଭଳି ବିଭିନ୍ନ ପର୍ବ ଅବସରରେ ବ୍ୟାଙ୍କଗୁଡିକ ରାଜ୍ୟ ସ୍ତରରେ ଅନେକ ଦିନ ମାର୍ଚ୍ଚରେ ବନ୍ଦ ରହିବାକୁ ଯାଉଛି ।












Click it and Unblock the Notifications