ଶୀଘ୍ର ସାରି ଦିଅନ୍ତୁ ସବୁ କାମ, ଅଗଷ୍ଟରେ ଅଧା ମାସ ଛୁଟି ରହିବ ବ୍ୟାଙ୍କ: ଜାଣନ୍ତୁ, କେବେ ରହିବ ବ୍ୟାଙ୍କ ବନ୍ଦ ?
Bank Holidays in August: ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର । ଆଉ ଆକାଉଣ୍ଟଧାରୀଙ୍କ ପାଇଁ ବଡ଼ ଅସୁବିଧା ଜନକ ଖବର । କାରଣ ଅଗଷ୍ଟ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ । ତେଣୁ ଯଦି ଆପଣଙ୍କର କୌଣସି କାମ ବଳକା ରହିଛି, ଶୀଘ୍ର ସାରି ଦିଅନ୍ତୁ ସବୁ କାମ ।
ରିଜର୍ଭ ବ୍ୟାଙ୍କ ଦ୍ବାରା ପ୍ରକାଶିତ ତାଲିକା ଅନୁଯାୟୀ ଅଗଷ୍ଟ ୨୦୨୩ରେ ବ୍ୟାଙ୍କଗୁଡିକ ମୋଟ ୧୪ ଦିନ ବନ୍ଦ ରହିବ । ୪ ରବିବାର ଓ ୨ ଶନିବାର ଅର୍ଥାତ ୬ ଦିନ ବ୍ୟାଙ୍କ ବନ୍ଦ ରହିବ। କିନ୍ତୁ ଅଲଗା ଅଲଗା ଜାଗାରେ ଅଲଗା ଅଲଗା କାରଣରୁ ୮ ଦିନ ବ୍ୟାଙ୍କରେ କାମ ହେବନି । ଅଗଷ୍ଟ ମାସରେ କେଉଁ କେଉଁ ଦିନ ବ୍ୟାଙ୍କରେ କାମ ବନ୍ଦ ରହିବ ଜାଣନ୍ତୁ ।

ତେବେ ସ୍ୱାଧୀନତା ଦିବସ ଯୋଗୁଁ ଅଗଷ୍ଟ ୧୫ରେ ବ୍ୟାଙ୍କ ସମଗ୍ର ଦେଶରେ ବନ୍ଦ ରହିବ । ଏହା ବ୍ୟତୀତ ଅନାମ, ରାଧା ବୃନ୍ଦାବନ ଯୋଗୁଁ ଦେଶର ଅନେକ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ । କୋଚି ଓ ଥିରୁଅନନ୍ତପୁରମରେ ୨୬ ରୁ ୨୯ ଅଗଷ୍ଟ ପର୍ଯ୍ୟନ୍ତ ଲଗାତାର ୪ ଦିନ ବ୍ୟାଙ୍କ ବନ୍ଦ ରହିବ । ୨୬ ଅଗଷ୍ଟ ଚତୁର୍ଥ ଶନିବାର ଓ ୨୭ ଅଗଷ୍ଟ ରବିବାର ରହିଛି । ସେପଟେ ୨୮ ଅଗଷ୍ଟରେ ଓନାମ ଓ ୨୯ ଅଗଷ୍ଟରେ ତିରୁଓଣମ କାରଣରୁ କେରଳର ଏହି ଦୁଇ ସହରରେ ବ୍ୟାଙ୍କ ବନ୍ଦ ରହିବ ।
ଦେଖନ୍ତୁ ଅଗଷ୍ଟରେ ବ୍ୟାଙ୍କ ଛୁଟି ତାଲିକା:
- ୧. ଅଗଷ୍ଟ ୬- ରବିବାର
- ୨. ଅଗଷ୍ଟ ୮- ଗ୍ୟାଙ୍ଗଟକର ତେନ୍ଦୋଂ ଲୋ ରମ୍ ଫାତ
- ୩. ଅଗଷ୍ଟ ୧୨- ଦ୍ୱିତୀୟ ଶନିବାର
- ୪. ଅଗଷ୍ଟ ୧୩- ରବିବାର
- ୫. ଅଗଷ୍ଟ ୧୫- ସ୍ୱାଧୀନତା ଦିବସ
- ୬. ଅଗଷ୍ଟ ୧୬- ପାର୍ସୀ ନୂଆ ବର୍ଷ
- ୭. ଅଗଷ୍ଟ ୧୮- ଶ୍ରୀମନ୍ତ ଶଙ୍କରଦେବ ତିଥି
- ୮. ଅଗଷ୍ଟ ୨୦- ରବିବାର
- ୯. ଅଗଷ୍ଟ ୨୬ - ଚତୁର୍ଥ ଶନିବାର
- ୧୦. ଅଗଷ୍ଟ ୨୭- ରବିବାର
- ୧୧. ଅଗଷ୍ଟ ୨୮- ପ୍ରଥମ ଓନାମ
- ୧୨. ଅଗଷ୍ଟ ୨୯ - ତିରୁନାମ୍
- ୧୩. ଅଗଷ୍ଟ ୩୦- ରାଧା ବୃନ୍ଦାବନ
- ୧୪. ଅଗଷ୍ଟ ୩୧ - ରାଧା ବୃନ୍ଦାବନ / ଶ୍ରୀ ନାରାୟଣ ଗୁରୁ ଜୟନ୍ତୀ












Click it and Unblock the Notifications