Get Updates
Get notified of breaking news, exclusive insights, and must-see stories!

ଏପ୍ରିଲରେ ଅଧା ମାସ ବନ୍ଦ ରହିବ ବ୍ୟାଙ୍କ: ଦେଖନ୍ତୁ, RBIର ହଲିଡେ' ଲିଷ୍ଟ୍

Bank Holidays in April

Bank Holidays in April 2023: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏପ୍ରିଲ ମାସରେ ବ୍ୟାଙ୍କର ଛୁଟି ତାଲିକା ପ୍ରକାଶ ପାଇଛି । ଏପ୍ରିଲ ମାସରେ ଦେଶରେ ଅନେକ ଗୁଡିଏ ପର୍ବ ରହିଛି । ଏଭଳି ଭାବେ ଏପ୍ରିଲ ମାସରେ ମୋଟ ୧୫ଦିନ ବ୍ୟାଙ୍କ ବନ୍ଦ ରହିବ । ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କିଛି କାମ ଥାଏ, ତେବେ ତୁରନ୍ତ ମେଣ୍ଟାଇ ନିଅନ୍ତୁ ।

ଆରବିଆଇର ନିର୍ଦ୍ଦେଶ ଅନୁଯାୟୀ, ଏପ୍ରିଲ ୨୦୨୩ରେ ଦ୍ବିତୀୟ ଓ ଚତୁର୍ଥ ଶନିବାର ସହିତ ରବିବାର ସମେତ ବ୍ୟାଙ୍କ ଗୁଡ଼ିକ ସମୁଦାୟ ୧୫ ଦିନ ବନ୍ଦ ରହିବ । ତେବେ ଏପ୍ରିଲ ମାସରେ ବ୍ୟାଙ୍କର ସମ୍ପୂର୍ଣ୍ଣ ହଲି ଡେ' ଲିଷ୍ଟ୍ ଚେକ୍ କରନ୍ତୁ... ଜାଣନ୍ତୁ ଏପ୍ରିଲ ମାସର କେଉଁ କେଉଁ ତାରିଖରେ ବନ୍ଦ ରହିବ ବ୍ୟାଙ୍କ ?

ଏହି ମାସର ପ୍ରଥମ ଛୁଟି ୧ ଏପ୍ରିଲ ବାର୍ଷିକ ବ୍ୟାଙ୍କ ଆକାଉଣ୍ଟ ବନ୍ଦରୁ ଆରମ୍ଭ ହେବ। ଏପ୍ରିଲ ୨ ରବିବାର କାରଣରୁ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ଏପ୍ରିଲ ୪ ତାରିଖରେ ମହାବୀର ଜୟନ୍ତୀ ପାଇଁ ସାରା ଦେଶରେ ବ୍ୟାଙ୍କ ବନ୍ଦ । ଏପ୍ରିଲ ୫ ତାରିଖରେ ବାବୁ ଜଗଜୀବନ ରାମଙ୍କ ଜନ୍ମଦିନ ପାଇଁ ବ୍ୟାଙ୍କ ବନ୍ଦ ।

ତେବେ ପୂରା ମାସରେ ବ୍ୟାଙ୍କ କାର୍ଯ୍ୟ ନେଇ କୌଣସି ସମସ୍ୟା ଦେଖା ଦେବ ନାହିଁ । ଏହି ସମୟ ମଧ୍ଯରେ ଏଟିଏମ୍, ଟଙ୍କା ଡି଼ପୋଜିଟ୍ , ଅନଲାଇନ ଓ ମୋବାଇଲ ବ୍ୟାଙ୍କିଙ୍ଗ କାର୍ଯ୍ୟ ଜାରି ରହିବ। ଛୁଟି ବିଭିନ୍ନ ରାଜ୍ୟ ଅନୁଯାୟୀ ବଦଳିପାରେ ।

ହଲି ଡେ' ଲିଷ୍ଟ୍

  • ଏପ୍ରିଲ ୧ (ଶନିବାର): ବାର୍ଷିକ ବ୍ୟାଙ୍କ ଆକାଉଣ୍ଟ ବନ୍ଦ
  • ଏପ୍ରିଲ ୨ (ରବିବାର): ଛୁଟିଦିନ
  • ଏପ୍ରିଲ ୪ (ମଙ୍ଗଳବାର): ମହାବୀର ଜୟନ୍ତୀ
  • ଏପ୍ରିଲ ୫ (ବୁଧବାର): ବାବୁ ଜଗଜୀବନ ରାମଙ୍କ ଜନ୍ମଦିନ
  • ଏପ୍ରିଲ ୭ (ଶୁକ୍ରବାର): ଗୁଡ଼ ଫ୍ରାଇଡ଼େ
  • ଏପ୍ରିଲ ୮ (ଶନିବାର): ମାସର ଦ୍ୱିତୀୟ ଶନିବାର
  • ଏପ୍ରିଲ ୯ (ରବିବାର): ଛୁଟିଦିନ
  • ଏପ୍ରିଲ ୧୪ (ଶୁକ୍ରବାର): ବାବା ସାହେବ ଆମ୍ବେଦକର ଜୟନ୍ତୀ
  • ଏପ୍ରିଲ ୧୫ (ଶନିବାର): ବିଷ୍ଣୁ / ବୋହାଗ ବିହୁ / ହିମାଚଳ ଦିବସ / ବଙ୍ଗାଳୀ ନବ ବର୍ଷ
  • ଏପ୍ରିଲ ୧୬ (ରବିବାର): ଛୁଟିଦିନ
  • ଏପ୍ରିଲ ୧୮ (ମଙ୍ଗଳବାର): ଶାବ-ଇ-କଦର
  • ଏପ୍ରିଲ ୨୧ (ଶୁକ୍ରବାର): ଇଦ୍-ଉଲ୍-ଫିତର (ରମଜାନ୍ ଇଦ୍)
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+