ଜାନୁୟାରୀ ପହିଲାରୁ ଏଟିଏମ ଜରିଆରେ ଟଙ୍କା ଉଠାଣ ହେବ ମହଙ୍ଗା
ଭୁବନେଶ୍ବର: ବ୍ଯାଙ୍କ ଖାତା ଧାରକଙ୍କ ପାଇଁ ଆସିଲା ଏକ ଖରାପ ଖବର। ବିଶେଷ କରି ଯେଉଁ ମାନେ ଅଧିକାଂଶ ସମୟରେ ଏଟିଏମ ଜରିଆରେ ଟଙ୍କା ଉଠାଣ କରିଥାନ୍ତି ସେମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ ବ୍ଯାଙ୍କର ନୂଆ ନୀତି। କାରଣ ଆସନ୍ତା ଜାନୁୟାରୀ ପହିଲାରୁ ଏଟିଏମ ଜରିଆରେ ଟଙ୍କା ଉଠାଣ ମହଙ୍ଗା ହେବାକୁ ଯାଉଛି।

ମାସିକ ମାଗଣା କାରବାର ଶେଷ ହେବା ପରେ ଗ୍ରାହକଙ୍କୁ କାରବାର ପିଛା ୨୧ ଟଙ୍କା ସହ ଜିଏସଟି ବାବଦକୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ଉଭୟ ଆର୍ଥିକ ଓ ଅଣ ଆର୍ଥିକ କାରବାର ଶୁଳ୍କ ବୃଦ୍ଧିପାଇଁ ଅନୁମତି ପ୍ରଦାନ କରାଯାଇଛି।
ବର୍ତ୍ତମାନ ଗ୍ରାହକମାନଙ୍କୁ ମାଗଣା କାରବାର ସଂଖ୍ୟା ଶେଷ ହେବା ପରେ ପ୍ରତିଟି କାରବାର ପିଛା ୨୦ ଟଙ୍କା ବ୍ଯାଙ୍କକୁ ଦେବାକୁ ପଡୁଛି। ତେବେ ଆସନ୍ତା ଜାନୁଆରି ପହିଲାରୁ ଏହା ୨୧ ଟଙ୍କା ହେବ। ବ୍ଯାଙ୍କ ଗୁଡିକ ଗ୍ରାହକଙ୍କୁ ମାସିକ 5 ଥର ଏଟିଏମ କାରବାର କରିବାକୁ ସୁବିଧା ପ୍ରଦାନ କରିଥାନ୍ତି, ଏହା ପରେ ପ୍ରତ୍ଵେକ କାରବାର ପାଇଁ ଶୁଳ୍କ ଦେବାକୁ ପଡିଥାଏ।












Click it and Unblock the Notifications