୧୩ ବର୍ଷ ପରେ ଆପଲ ସାମସଙ୍ଗଠୁ ଛଡ଼ାଇନେଲା ମାର୍କେଟ, ଆପଲ ବନିଲା ବିଶ୍ୱର ନଂ-୧ ସ୍ମାଟଫୋନ୍ ବ୍ରାଣ୍ଡ
ଅଗ୍ରୀଣ ସ୍ମାର୍ଟଫୋନ୍ ନିର୍ମାତା ଭାବରେ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ରହି ସମାସଙ୍ଗ ବିଶ୍ୱରେ ରେକର୍ଡ଼ ସୃଷ୍ଟି କରିଥିଲା । କିନ୍ତୁ ବର୍ତ୍ତମାନ ଏହି କ୍ଷେତ୍ରରେ ଆପଲ୍ ସାମସଙ୍ଗକୁ ଅତିକ୍ରମ କରିଛି । କମ୍ପାନୀ ୨୦୨୩ ମସିହାରେ ସର୍ବାଧିକ ସଂଖ୍ୟକ ସ୍ମାର୍ଟଫୋନ୍ ବିକ୍ରି କରିଛି । ଏହା ଆଇଡିସି ରିପୋର୍ଟରେ ପ୍ରକାଶ ପାଇଛି ୨୦୧୦ ପରଠାରୁ ଏହା ପ୍ରଥମ ଥର ପାଇଁ ବିଶ୍ୱର ସ୍ମାର୍ଟଫୋନ୍ ନିର୍ମାତା କ୍ଷେତ୍ରରେ ଆପଲ୍ ସାମସଙ୍ଗକୁ ଅତିକ୍ରମ କରିଛି ।
ଆପଲ୍ ର ଏହି ଅଭିବୃଦ୍ଧିର କାରଣ ହେଉଛି ପ୍ରିମିୟମ୍ ଆଇଫୋନ୍ ମଡେଲ୍ ଏବଂ ଆକର୍ଷଣୀୟ ଅଫରଗୁଡିକର ଲୋକପ୍ରିୟତା । ୨୦୨୩ ମସିହାରେ ବିଶ୍ୱର ସ୍ମାର୍ଟଫୋନ୍ ସିପମେଣ୍ଟ ହ୍ରାସ ପାଇଥିଲା । ଗତ ବର୍ଷ ତୁଳନାରେ ଏଥର ୩.୨ ପ୍ରତିଶତ ହ୍ରାସ ଘଟିଛି । ତେବେ, ୨୦୨୩ ବର୍ଷର ଶେଷ ତ୍ରୟୋ ମାସିକରେ, ୨୦୨୨ ବର୍ଷ ତୁଳନାରେ ୮.୫ ପ୍ରତିଶତ ଅଭିବୃଦ୍ଧି ଦେଖାଯାଇଛି । ୨୦୨୪ ମସିହାରେ ମଧ୍ୟ ଏହି ଅଭିବୃଦ୍ଧି ଦେଖାଯିବ ବୋଲି ଆଶା କରାଯାଉଛି ।

ବିଶ୍ୱର ଶ୍ରେଷ୍ଠ ସ୍ମାର୍ଟଫୋନ୍ ବ୍ରାଣ୍ଡ ବିଷୟରେ କହିବାକୁ ଗଲେ ବର୍ତ୍ତମାନ ଆପଲ୍ ଶୀର୍ଷରେ ପହଞ୍ଚିଛି । ସାମସଙ୍ଗ ଦ୍ୱିତୀୟ ସ୍ଥାନରେ ରହିଛି ଏହା ପରେ ଜାଓମି ତୃତୀୟ ସ୍ଥାନରେ, ଓପୋ ଚତୁର୍ଥ ସ୍ଥାନରେ ଏବଂ ଟ୍ରାନ୍ସସିଅନ୍ ହୋଲ୍ଡିଂ ୫ ମ ସ୍ଥାନରେ ଅଛି । ଆଇଡ଼ିସି ରିପୋର୍ଟ ଅନୁଯାୟୀ, ସ୍ମାର୍ଟଫୋନ୍ ସିପମେଣ୍ଟ ହ୍ରାସ ହେବାର କାରଣ ହେଉଛି କଠିନ ମାକ୍ରୋ-ଅର୍ଥନୈତିକ ପରିବେଶ ।
-
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର












Click it and Unblock the Notifications