Get Updates
Get notified of breaking news, exclusive insights, and must-see stories!

ଏୟାର ଇଣ୍ଡିଆ ପାଇଁ ବିଡ୍ ଦାଖଲ କଲା ଟାଟା: ୬୭ ବର୍ଷ ପରେ ପୁଣି ହେବ କି ଘର ବାହୁଡା?

ନୂଆଦିଲ୍ଲୀ: ଋଣ ଭାରରେ ବୁଡି ରହିଥିବା ସରକାରୀ ବିମାନ ସେବା ସଂସ୍ଥା ଏୟାର ଇଣ୍ଡିଆକୁ ଟେକ୍ ଓଭର୍ କରିବା ପାଇଁ ଟାଟା ଆଗ୍ରହ ପ୍ରକାଶ କରିଛି । ଇନଭେଷ୍ଟ୍ମ୍ୟାଂଟ୍ ଆଣ୍ଡ୍ ପବ୍ଲିକ୍ ଆସେଟ୍ ମ୍ୟାନେଜମେଂଟ୍ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏୟାର ଇଣ୍ଡିଆ ବିନିବେଶ ପାଇଁ ନିଲାମ ପ୍ରକ୍ରିୟା ଜାରି ରହିଛି । ଏହି ପ୍ରକ୍ରିୟା ଏବେ ଶେଷ ପର୍ଯ୍ୟାୟରେ ପହଁଚିଥିବା ବେଳେ ଟାଟା ଏଥିପାଇଁ ବୋଲି ଲଗାଇଛି ।

Air India

କ୍ଷତିରେ ଚାଲିଥିବା ଏୟାର ଇଣ୍ଡିଆର ବିନିବେଶ ପାଇଁ ଆରମ୍ଭ ହୋଇଥିବା ବିନିବେଶ ପ୍ରକ୍ରିୟା ନିମନ୍ତେ ନିଲାମର ଶେଷ ଦିବସ ଥିଲା ୧୫ ସେପ୍ଟେମ୍ବର । ଶେଷ ଦିନରେ ଟାଟା ସନସ୍ ପକ୍ଷରୁ ଆବଶ୍ୟକ କାଗଜପତ୍ର ଦାଖଲ କରାଯାଇଛି ବୋଲି ଆସେଟ୍ ମ୍ୟାନେଜମେଂଟ୍ ବିଭାଗ ଜଣାଇଛି । ପୂର୍ବରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସ୍ପଷ୍ଟ କରିଥିଲେ ଯେ, ନିଲାମ ସମ୍ବନ୍ଧିତ ଆବେଦନର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୧୫ ତାରିଖ ଏବଂ ଏଥିରେ କୌଣସି ପରିବର୍ତନ ହେବ ନାହିଁ । ଆଜି ଦିନରେ ଏୟାର ଇଣ୍ଡିଆ ଉପରେ ୪୩ ହଜାର କୋଟି ଟଙ୍କାର ଆର୍ଥିକ ବୋଝ ରହିଛି ଯେଉଁଥିରେ କି ୨୨ ହଜାର କୋଟି ଟଙ୍କା ଏୟାର ଇଣ୍ଡିଆ ଆସେଟ୍ ହୋଲଡିଙ୍ଗ୍ ଲିମିଟେଡକୁ ଟ୍ରାନ୍ସଫର୍ କରାଯିବ । ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ଏୟାର୍ ଲାଇନ୍ ଏବଂ ଏୟାର୍ ଇଣ୍ଡିଆ ଏକ୍ସପ୍ରେସରେ ୧୦୦ ପ୍ରତିଶତ ଅଂଶଧନ ବିକ୍ରି କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ।


୧୯୩୨ରେ ଟାଟା ହିଁ ଆରମ୍ଭ କରିଥିଲା ଏୟାର୍ ଲାଇନସ୍:

AI

ଭାରତରେ ୧୯୩୨ ମସିହାରେ ଟାଟା କମ୍ପାନି ହିଁ ଏୟାର୍ ଲାଇନସ୍ ସ୍ଥାପନା କରିଥିଲା । ୧୯୪୬ ମସିହାରେ ଏହାକୁ ଏୟାର୍ ଇଣ୍ଡିଆ ନାମରେ ନାମିତ କରାଯାଇଥିଲା । ଭାରତ ସରକାର ୧୯୫୩ ମସିହାରେ ଏୟାରଲାଇନସ୍ ନିୟନ୍ତ୍ରଣ ନିଜ ହାତକୁ ନେଇଯାଇଥିଲେ । ତେବେ ଜେଆରଡି ଟାଟା ୧୯୭୭ ମସିହା ଯାଏଁ ଏହାର ଅଧ୍ୟକ୍ଷ ରହିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ବିନିବେଶ ପ୍ରକ୍ରିୟାରେ ଯଦି ଏବେ ଟାଟା ବିଡ୍ ହାସଲ କରିବାରେ ସଫଳ ହେବ, ତା'ହେଲେ ୬୭ ବର୍ଷ ପରେ ଏୟାର୍ ଇଣ୍ଡିଆ ପୁଣି ଘର ବାହୁଡା କରି ଫେରିବ ଟାଟା ହାତକୁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+