ଟ୍ବିଟର ପରେ ଏଣିକି ଫେସବୁକ୍ ବିକିବ ବ୍ଲୁ ଟିକ୍, ୟୁଜର୍ସଙ୍କୁ ଗଣିବାକୁ ପଡିବ ମୋଟା ଅଙ୍କର ଟଙ୍କା
ଟ୍ବିଟର ପରେ ଏଣିକି ଫେସବୁକ୍ ବିକିବ ବ୍ଲୁ ଟିକ୍ । ଚଳିତ ସପ୍ତାହରେ ମେଟା ଭେରିଫାଏଡ୍ ଲଞ୍ଚ କରାଯିବା ନେଇ ଘୋଷଣା କରିଛନ୍ତି ମେଟା ଫାଉଣ୍ଡର ମାର୍କ ଜୁକରବର୍କ ।

Facebook Blue Tick: ଟ୍ବିଟର ପରେ ଏଣିକି ଫେସବୁକ୍ ବିକିବ ବ୍ଲୁ ଟିକ୍ । ଚଳିତ ସପ୍ତାହରେ ମେଟା ଭେରିଫାଏଡ୍ ଲଞ୍ଚ କରାଯିବା ନେଇ ଘୋଷଣା କରିଛନ୍ତି ମେଟା ଫାଉଣ୍ଡର ମାର୍କ ଜୁକରବର୍କ । ଟଙ୍କା ଦେଇ ଆକାଣ୍ଟ ଭେରିଫାଏ କରିବା ସହ ବ୍ଲୁ ଟିକ୍ ପାଇ ପାରିବେ ୟୁଜର୍ସ । ଏହା ପୂର୍ବରୁ ଟ୍ୱିଟରକୁ ନେଇ ଏଲନ୍ ମସ୍କ ମଧ୍ୟ ଏଭଳି ଘୋଷଣା କରି ସାରିଛନ୍ତି ।
ବ୍ଲୁ ଟିକକୁ ନେଇ ଫେସବୁକ ବଡ଼ ଘୋଷଣା କରିବ ବୋଲି ଦୀର୍ଘ ଦିନରୁ ଚର୍ଚ୍ଚା ଲାଗି ରହିଥିଲା । ଏଥିପାଇଁ ମାର୍କ ଜୁକରବର୍ଗଙ୍କ ଟିମ୍ ଦୀର୍ଘ ଦିନ ଧରି ମେଟା ଭେରିଫାଏଡ ଡାଟା ଉପରେ ଗବେଷଣା ମଧ୍ୟ କରୁଥିଲେ । ଜୁକରବର୍ଗ ତାଙ୍କ ଫେସବୁକ ପୋଷ୍ଟରେ ଲେଖିଛନ୍ତି, ଚଳିତ ସପ୍ତାହରେ ଆମେ ମେଟା ଭେରିଫାଏଡ୍ ନାମକ ଏକ ସବସ୍କ୍ରିପସନ୍ ସର୍ଭିସ ଆରମ୍ଭ କରିବାକୁ ଯାଉଛୁ । ଏହା ଦ୍ୱାରା ଜଣେ ବ୍ୟକ୍ତି ସରକାରୀ ପରିଚୟ ପତ୍ର ଦେଇ ନିଜର ଆକାଉଣ୍ଟକୁ ଭେରିଫିକେସନ୍ କରିପାରିବେ ।
ତେବେ ୱେବ ୟୁଜର୍ସଙ୍କୁ ମାସିକ ୧୧.୯୯ ଡଲାର ଅର୍ଥାତ ପ୍ରାୟ ୧ ହଜାର ଟଙ୍କା ଓ ଆଇଫୋନ ୟୁଜର୍ସଙ୍କୁ ୧୪.୯୯ ଅର୍ଥାତ ପ୍ରାୟ ୧୨ ଶହ ଟଙ୍କା ମାସିକ ଦେବାକୁ ହେବ । ଏହି ସର୍ଭିସ ଲାଗୁ ହେବା ଦ୍ବାରା ଫେକ୍ ଆକାଉଣ୍ଟ ସମସ୍ୟା ରହିବ ନାହିଁ । ଏହା ସହ ୟୁଜର୍ସ ସିଧାସଳଖ କଷ୍ଟମର ସପୋର୍ଟଙ୍କ ସହ ସମ୍ପର୍କ କରି ପାରିବେ । ପ୍ରଥମେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡରେ ଏହି ସେବା ଆରମ୍ଭ ହେବ । ପରେ ଅନ୍ୟ ଦେଶରେ ଏହାକୁ ଆରମ୍ଭ କରାଯିବ ବୋଲି ଜୁକରବର୍ଗ କହିଛନ୍ତି । ଉଭୟ ଫେସବୁକ ଓ ଇନଷ୍ଟାଗ୍ରାମ ପାଇଁ ବ୍ଲୁ ଟିକ୍ ସେବା ଆରମ୍ଭ କରିବ ପ୍ୟାରେଣ୍ଟ କମ୍ପାନୀ ମେଟା ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications