ହିଣ୍ଡେନବର୍ଗ ର ଦାବିକୁ ଖଣ୍ଡନ କଲା ଆଦାନି ଗ୍ରୁପ, କହିଲା.....

ୱାସିଂଟନ: ଆମେରିକାର ସର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚ ପକ୍ଷରୁ ଆଜି ଆଦାନି ମାମଲାରେ ଆଉ ଏକ ବଡ଼ ରିପୋର୍ଟ ପ୍ରକାଶ କରାଯାଇଛି। ଏଥିରେ ସେବି ଅଧ୍ୟକ୍ଷ ମାଧବୀ ପୁରୀ ବୁଚ୍‌ଙ୍କୁ ସିଧାସଳଖ ଟାର୍ଗେଟ୍ କରାଯାଇଛି। ଆଦାନି ଗ୍ରୁପ୍‌ର ସ୍କାମ୍‌ରେ ଜଡିତ ବିଦେଶୀ କମ୍ପାନିରେ ସେବି ଅଧ୍ୟକ୍ଷ ମାଧବୀ ପୁରୀ ବୁଚ୍ ଏବଂ ତାଙ୍କ ସ୍ୱାମୀ ଧବଲ ବୁଚ୍‌ଙ୍କ ଅଂଶଧନ ରହିଥିବା ରିପୋର୍ଟରେ କୁହାଯାଇଥିଲା ।

ଶନିବାର ବିଳମ୍ବିତ ରାତିରେ ଆସିଥିବା ରିପୋର୍ଟ ଉପରେ ଆଦାନୀ ଗ୍ରୁପ୍ ଏହାର ପ୍ରଥମ ପ୍ରତିକ୍ରିୟା ଦେଇଛି। ଆଦାନି ଗ୍ରୁପ ରବିବାର ହିଣ୍ଡେନବର୍ଗର ଅଭିଯୋଗକୁ ଅସ୍ୱୀକାର କରି କହିଛି ଯେ, ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍‌ଙ୍କ ସହ ଏହାର କୌଣସି ବ୍ୟବସାୟିକ ସମ୍ପର୍କ ନାହିଁ, ଯାହା ହିଣ୍ଡେନବର୍ଗଙ୍କ ରିପୋର୍ଟରେ ଦାବି କରାଯାଇଛି।

ଗତକାଲି ଅର୍ଥାତ୍ ଅଗଷ୍ଟ ୧୦ ତାରିଖ ଦିନ ହିଣ୍ଡେନବର୍ଗ ପକ୍ଷରୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ'ରେ ଏକ ସୂଚନା ଜାରି କରାଯାଇଥିଲା । 'ଭାରତରେ ଖୁବଶୀଘ୍ର କିଛି ବଡ଼ ହେବାକୁ ଯାଉଛି' ବୋଲି ସେଥିରେ ଉଲ୍ଲେଖ କରାଯାଇଥିଲା । ଗତ ୨୦୨୩ ମସିହା ଜାନୁଆରୀ ୨୪ ତାରିଖରେ ହିଣ୍ଡେନବର୍ଗ ପକ୍ଷରୁ ରିପୋର୍ଟ ଜାରି ହେବା ପରେ ଦେଶର ଅନ୍ୟତମ ଧନୀବ୍ୟକ୍ତି ତଥା ଅଦାନୀ ଗ୍ରୁପର ମୁଖ୍ୟ ଗୌତମ ଅଦାନୀଙ୍କ ବିଶାଳ ସାମ୍ରାଜ୍ୟକୁ ଲାଗିଥିଲା ଏକ ଶକ୍ତ ଝଟକା । ତେଣୁ ଆମେରିକୀୟ ଶର୍ଟ ସେସଲର ଫାର୍ମ ପୁଣି କିଛି ବଡ଼ ଖୁଲାସା କରିପାରେ ବୋଲି ଆଶଙ୍କା କରାଯାଉଥିଲା ।

ହିଣ୍ଡେନବର୍ଗ ରିପୋର୍ଟରେ କୁହାଯାଇଛି, ଅଦାନୀ ମନୀ ସାଇଫନିଂ ସ୍କାଣ୍ଡାଲରେ ଯେଉଁ ଅଫଶୋର ସଂସ୍ଥାଗୁଡ଼ିକୁ ବ୍ୟବହାର କରାଯାଇଥିଲା ସେଥିରେ ସେବି ଅଧ୍ୟକ୍ଷା ମାଧବୀ ପୁରୀ ବୁଚଙ୍କ ଅଂଶଧନ ରହିଥିଲା । ହ୍ୱିସଲବ୍ଲୋଅରରୁ ମିଳିଥିବା ଡକ୍ୟୁମେଣ୍ଟର ଏହା ଜଣାପଡ଼ିଛି ।

ମାଧବୀ ବୁଚ ଓ ତାଙ୍କ ପତି ଧବଲ ବୁଚ ୨୦୧୫ ମସିହା ଜୁନ ୫ରେ ସିଙ୍ଗାପୁରରେ ଆଇପିଈ ପ୍ଲସ ଫଣ୍ଡ ୧ ସହିତ ନିଜର ଖାତା ଖୋଲିଥିଲେ । ନିବେଶର ସ୍ରୋତ ସାଲାରୀ ଅଟେ ଓ ଦମ୍ପତ୍ତିଙ୍କ ମୋଟ ନିବେଶ ୧୦ ମିଲିୟନ ଡଲାର ବୋଲି ଆକଳନ କରାଯାଇଥିବା ଆଈଆଈଏଫଏଲର ଜଣେ ପ୍ରିନ୍ସପାଲଙ୍କ ହସ୍ତାକ୍ଷର ରହିଥିବା ଫଣ୍ଡର ଘୋଷଣାରେ କୁହାଯାଇଥିଲା ।

ଅଫଶୋର ମରିଶସ ଫଣ୍ଡର ସ୍ଥାପନା ଇଣ୍ଡିଆ ଇନଫୋଲାଇନ ମାଧ୍ୟମରେ ଅଦାନୀ ଗ୍ରୁପର ଜଣେ ନିର୍ଦ୍ଦେଶକ କରିଥିଲେ ଓ ତାହା ଟ୍ୟାକ୍ସ ହେବନ ମରିଶସରେ ପଞ୍ଜିକୃତ ହୋଇଥିବା ହିଣ୍ଡେନବର୍ଗ ପକ୍ଷରୁ ଅଭିଯୋଗ ଅଣାଯାଇଛି । ନିୟାମକ ପକ୍ଷରୁ ହସ୍ତକ୍ଷେପର ଆଶଙ୍କା ପରେ ବି ଅଦାନୀ ଗ୍ରୁପ ପୂରା ବିଶ୍ୱାସର ସହିତ ନିଜର କାମ ଜାରି ରଖିଥିଲା । ତେଣୁ ସେବି ଅଧ୍ୟକ୍ଷା ମାଧବୀ ପୁରୀ ବୁଚ ଓ ଅଦାନୀ ଗ୍ରୁପ ମଧ୍ୟରେ କୌଣସି ସମ୍ବନ୍ଧ ରହିଥିବା ବୁଝିବାକୁ ପଡ଼ିବ । ସୂଚନାଯୋଗ୍ୟ ଯେ, ଗତବର୍ଷ ଜାନୁଆରୀରେ ହିଣ୍ଡେନବର୍ଗ ରିସର୍ଚ୍ଚ ପକ୍ଷରୁ ଚକିତ କଲା ଭଳି ରିପୋର୍ଟ ଜାରି ହେବା ପରେ ଅଦାନୀ ଗ୍ରୁପର ଶେୟାର ପାଖାପାଖି ୮୬ ବିଲିୟନ ଡଲାର ହ୍ରାସ ଘଟିଥିଲା ।

goutam adani

ଗତବର୍ଷ ଜାନୁୟାରୀ ୨୪ରେ ହିଣ୍ଡେନ୍‌ବର୍ଗ ନିଜ ଓ୍ବେବ୍‌ସାଇଟ୍‌ରେ ଏକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ କରିଥିଲା। ଉକ୍ତ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ଆଦାନୀ ଗ୍ରୁପ୍‌ ୧୭.୮ ଟ୍ରିଲିୟନ୍‌ ବା ଲକ୍ଷ କୋଟି ଟଙ୍କା (୨୧୮ ବିଲିୟନ୍‌ ଆମେରିକୀୟ ଡଲାର) ହେରଫେର କରିଛି। ଏହି କମ୍ପାନୀ ନିଜ ଷ୍ଟକ୍ସ ଏବଂ ଆକାଉଣ୍ଟରେ ଅନେକ ଦଶନ୍ଧି ଧରି ଏହି କାରସାଦି କରିଥିବା ନେଇ ୨ ବର୍ଷର ଯାଞ୍ଚ ଓ ଖୋଳତାଡ଼ ପରେ ପ୍ରମାଣ ମିଳିଛି। ଆଦାନୀ ଗ୍ରୁପ୍‌ ପ୍ରତିଷ୍ଠାତା ଗୌତମ ଆଦାନୀ ଅସାଧୁ ଉପାୟରେ ଷ୍ଟକ୍‌ ମୂଲ୍ୟରେ ବୃଦ୍ଧି ଘଟାଇ ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୧୨୦ ବିଲିୟନ ଡଲାର ଠୁଳ କରିଛନ୍ତି।

ପୁଞ୍ଜି ବଜାରରେ ତାଲିକାଭୁକ୍ତ ହୋଇଥିବା ଆଦାନୀ ସମୂହର କମ୍ପାନୀଗୁଡ଼ିକ ଏହି ଅବଧି ମଧ୍ୟରେ ହାରାହାରି ୮୧୯% ଉପରକୁ ଉଠିଛି। ଗବେଷଣା ବେଳେ ଆଦାନୀ ଗ୍ରୁପ୍‌ର ସିନିୟର ଏକ୍‌ଜିକ୍ୟୁଟିଭମାନଙ୍କ ମତାମତ ନେଇ, ଅନେକ ହଜାର ଦସ୍ତାବିଜର ସମୀକ୍ଷା ସହ ପ୍ରାୟ ଅଧ ଡଜନ ଦେଶରେ ଅନୁଧ୍ୟାନ କରାଯାଇଥିବା ଏଥିରେ ଉଲ୍ଲେଖ କରାଯାଇଥିଲା। ଏହି ଗବେଷଣାକୁ ଅଣଦେଖା କରି ଆଦାନୀ ଗ୍ରୁପ୍‌ ଅଧୀନ ୭ କମ୍ପାନୀର ଶେୟାର କିଣୁଥିବା ନିବେଶକମାନଙ୍କ ଉଦ୍ଦେଶ୍ୟରେ ଆହୁରି କୁହାଯାଇଥିଲା ଯେ, ଏହାର ଫେସ୍‌ ଭାଲ୍ୟୁ ୮୫% ପର୍ଯ୍ୟନ୍ତ ତଳକୁ ଖସିବ। ତେଣୁ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଆଦାନୀଙ୍କ କମ୍ପାନୀଗୁଡ଼ିର ଶେୟାରଗୁଡ଼ିକୁ ଶର୍ଟ ସେଲ୍‌ କରିଥିବା ଉକ୍ତ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା।

କେବଳ ଏତିକି ନୁହେଁ, ଆଦାନୀଙ୍କ ପରିବାର ସଦସ୍ୟମାନେ ଟିକସ ଫାଙ୍କିବା ପାଇଁ ବିଦେଶରେ ଜାଲ୍‌ କମ୍ପାନୀ ଖୋଲିଛନ୍ତି। ସେମାନେ ଜାଲ୍‌ ଦସ୍ତାବିଜ ପ୍ରସ୍ତୁତ କରି ମରିସସ୍‌, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ କାରିବିଆନ୍‌ ଆଇଲାଣ୍ଡ ଭଳି ଦେଶ ସହ ଆମଦାନୀ/ରପ୍ତାନି କରିଥିବା ଏଥିରେ ଅଭିଯୋଗ ଅଣାଯାଇଥିଲା। ୨୦୦୪-୨୦୦୫ରେ ହୋଇଥିବା ହୀରା କାରବାରରେ ଗୌତମ ଆଦାନୀଙ୍କ ସାନଭାଇ ରାଜେଶ ଆଦାନୀ ମୁଖ୍ୟ ଭୂମିକା ନେଇଥିବା ଡାଇରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ (ଡିଆର୍‌ଆଇ) ପକ୍ଷରୁ ଅଭିଯୋଗ ଅଣାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+