Get Updates
Get notified of breaking news, exclusive insights, and must-see stories!

ଷ୍ଟକ ବଜାରରେ ହିଣ୍ଡେନବର୍ଗର ପ୍ରଭାବ: ଏତିକି ପ୍ରତିଶତ ହ୍ରାସ ପାଇଲା ଆଦାନୀ ସେୟାର

ମୁମ୍ବାଇ: ଆମେରିକୀୟ ଶର୍ଟ ସେଲିଂ ଫାର୍ମ (Short selling firm) ହିଣ୍ଡେନବର୍ଗ(Hindenburg) ମାମଲାରେ ଏକ ନୂତନ ମୋଡ଼ ଦେଖିବାକୁ ମିଳିଛି । ହିଣ୍ଡେନବର୍ଗ ଏହାର ନୂଆ ରିପୋର୍ଟରେ SEBI ଅଧ୍ୟକ୍ଷା ମାଧବୀ ପୁରୀ ବୁଚଙ୍କ ଉପରେ ଅଭିଯୋଗ ଆଣିଛନ୍ତିି । ଆଦାନୀ ଗ୍ରୁପ୍ କମ୍ପାନୀ ଶେୟାର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।

ଆଦାନୀ ଏଣ୍ଟରପ୍ରାଇଜେସ୍‌, ଆଦାନୀ ପାୱାର, ଆଦାନୀ ଗ୍ରୀନ୍ ଏବଂ ଆଦାନୀ ପୋର୍ଟ୍‌ସ ଶେୟାରରେ ହ୍ରାସ ପରିଲିଖିତ ହୋଇଛି । ହିଣ୍ଡେନବର୍ଗ ରିପୋର୍ଟ ପରେ ଖୋଲିଲା ଷ୍ଟକ ମାର୍କେଟ। ସେୟାର ବଜାରରେ ଆଦାନୀ ସେୟାର ଉପରେ ପଡ଼ିଛି ବଡ଼ ପ୍ରଭାବ। ଏବେ ସୁଦ୍ଧା ମିଳିଥିବା ଖବର ମୁତାବକ, ଆଦାନୀ ସେୟାର ୧୭ ପ୍ରତିଶତ ହ୍ରାସ ହୋଇଥିବା ଜଣାପଡିଛି। ସୋମବାର ଆଦାନୀ ଗ୍ରୁପ୍ ପାଇଁ ପୁଣି ଥରେ କଳା ଦିନ ସାବ୍ୟସ୍ତ ହୋଇଛି।

ଆଜି ଆଦାନି ଗ୍ରୁପର ଶେଆର 17% ହ୍ରାସ ପାଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ)ରେ ଆଦାନୀ ପାୱାର 10.94% ହ୍ରାସ ପାଇଛି। ସେହିପରି ଆଦାନୀ ଏଣ୍ଟରପ୍ରାଇଜେସ୍ 5.27% ହ୍ରାସ ପାଇ 3,018.55 ଟଙ୍କାରେ ପହଞ୍ଚିଛି। ବଜାର ଖୋଲିବା ମାତ୍ରେ ଆଦାନି ଏନର୍ଜି ସଲ୍ୟୁସନ୍ସ ବ୍ୟବସାୟର ସର୍ବ ବୃହତ ହ୍ରାସ ଘଟିଥିଲା। କିଛି ସମୟ ପରେ ଏଥିରେ ସାମାନ୍ୟ ପରିବର୍ତ୍ତନ ଆସିବା ପୂର୍ବରୁ 17.06% ହ୍ରାସ ପାଇଥିଲା ଏନର୍ଜି ସଲ୍ୟୁସନ୍ସ।

adani group

ସେହିପରି ଆଦାନୀ ଗ୍ରୀନ୍ ଏନର୍ଜି 6.96% ହ୍ରାସ ପାଇ 1,656.05 ଟଙ୍କା ହୋଇଛି। ଏଥିସହ ACC, ଅମ୍ବୁଜା ସିମେଣ୍ଟ ଏବଂ NDTV ମଧ୍ୟ 2-3% ହ୍ରାସ ଘଟିଛି।ହିଣ୍ଡେନବର୍ଗ ରିସର୍ଚର ନୂଆ ରିପୋର୍ଟ ଆସିବାର ଦୁଇ ଦିନ ପରେ ସୋମବାର ବଜାର ଖୋଲିଛି ଓ ଖୋଲିବା ମାତ୍ରକେ ଏଭଳି ଏକ ମନ୍ଦ ଖବର ସାମ୍ନାକୁ ଆସିଛି । ଏବେ ଆଦାନୀ ଗ୍ରୁପର ସେୟାରରେ ବ୍ୟାପକ ହ୍ରାସ ରେକର୍ଡ କରାଯାଇଛି। ଆରମ୍ଭରୁ ଆଦାନୀ ଗ୍ରୁପର ସେୟାର ୧୭ ପ୍ରତିଶତ ପର୍ୟ୍ୟନ୍ତ କ୍ଷତିରେ କାରବାର କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+