12ରୁ 2ୟ ପର୍ଯ୍ୟାୟ ବଜେଟ ଅଧିବେଶନ, ପୁଣିଥରେ ନେତା-ମନ୍ତ୍ରୀଙ୍କର ହେବ କରୋନା ଟେଷ୍ଟ
ଆସନ୍ତା 12 ତାରିଖରୁ ଆରମ୍ଭ ହେବ ବିଧାନସଭା 2ୟ ପର୍ଯ୍ୟାୟ ବଜେଟ ଅଧିବେଶନ । ତେବେ ଏହା ପୂର୍ବରୁ ପୁଣିଥରେ ସମସ୍ତ ବିଧାୟକ, ମନ୍ତ୍ରୀ ଓ ସହଯୋଗୀଙ୍କ ହେବ କରୋନା ଟେଷ୍ଟ ।
ଭୁବନେଶ୍ୱର: ଆସନ୍ତା 12 ତାରିଖରୁ ଆରମ୍ଭ ହେବ ବିଧାନସଭା 2ୟ ପର୍ଯ୍ୟାୟ ବଜେଟ ଅଧିବେଶନ । ତେବେ ଏହା ପୂର୍ବରୁ ପୁଣିଥରେ ସମସ୍ତ ବିଧାୟକ, ମନ୍ତ୍ରୀ ଓ ସହଯୋଗୀଙ୍କ ହେବ କରୋନା ଟେଷ୍ଟ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
ବାଚସ୍ପତି କହିଛନ୍ତି, ପ୍ରଥମ ପର୍ଯ୍ୟୟ ଅଧିବେସନ ବେଳେ ସମସ୍ତଙ୍କ ହୋଇଥିଲା କୋଭିଡ଼୍ ଟେଷ୍ଟ୍ । ବର୍ତ୍ତମାନ ଯେଉଁ ଟେଷ୍ଟ୍ ହେବ ସେ ହେଉଛି ଆଣ୍ଟିଜେନ୍ ଟେଷ୍ଟ୍ । ଯଦି କିଛି ଲକ୍ଷଣ ଦେଖାଯିବ କୋଭିଡ଼୍ ଟେଷ୍ଟ୍ ହେବ । ଆସନ୍ତାକାଲିଠୁ ହେବେ ଟେଷ୍ଟ ।

ବିଧାୟକଙ୍କ ଆଣ୍ଟିଜେନ ଟେଷ୍ଟ କରି ଦୁଇ ଘଣ୍ଟା ଭିତରେ ଦିଆଯିବ ରିପୋର୍ଟ । ଯାହାର ନେଗେଟିଭ ରିପୋର୍ଟ ଆସିବ, କେବଳ ସେମାନଙ୍କୁ ବିଧାନସଭା ଭିତରକୁ ପ୍ରବେଶ ଅନୁମତି ଦିଆଯିବ।
ସୂଚନାଯୋଗ୍ୟ, ଫେବୃୟାରୀ 18ରୁ ଆରମ୍ଭ ହୋଇଥିଲା ରାଜ୍ୟ ବଜେଟ ଅଧିବେସନ । 22 ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନା କରିଥିଲେ ରାଜ୍ୟ ବଜେଟ । ଏବେ 2 ପର୍ଯ୍ୟାୟ ବଜେଟ ଅଧିବେସନ ଆରମ୍ଭ ହେବାକୁ ଯାଉଛି ।












Click it and Unblock the Notifications