2000 ଟଙ୍କା ନୋଟ୍: ଏବେ ବି ଫେରିନି ସବୁ ଗୋଲାପୀ ନୋଟ୍, ବଜାରରେ ରହିଛି ଏତେ କୋଟି ଟଙ୍କାର ନୋଟ୍
ବଜାରରୁ ସରୁନି ଗୋଲାପୀ ନୋଟ୍ । ପ୍ରଚଳନରୁ ବାହାର ହେବା ପରେ ବି ଲୋକଙ୍କ ପାଖରେ ଏବେବି ରହିଛି 2000 ଟଙ୍କା ନୋଟ୍ । ବିମୁଦ୍ରୀକରଣ ପରେ 2016 ରେ ବଜାରକୁ ଆସିଥିଲା 2000 ଟଙ୍କିଆ ନୋଟ୍ । ଏହା ପରେ 23 ମେ 2023 ରେ ଏହି ନୋଟ୍ ପ୍ରଚଳନରୁ ବାହାର କରିବାକୁ ଘୋଷଣା କରିଥିଲା ଆରବିଆଇ । ଏହା ପରେ ଆରମ୍ଭ ହୋଇଥିଲା ଟଙ୍କା ଫେରସ୍ତ । ଏହାକୁ ବ୍ୟାଙ୍କ ରେ ଜମା କରିବାକୁ ଆରବିଆଇ କହିଥିଲା । ଏହାର ଗୋଟିଏ ବର୍ଷ ପରେ ମଧ୍ୟ ବଜାରରେ ଥିବା ସମସ୍ତ ନୋଟ୍ ଆରବିଆଇକୁ ଫେରି ନାହିଁ ।

ଆରବିଆଇ ଅନୁଯାୟୀ, ଏବେ ବି 2.2 ପ୍ରତିଶତ ଅର୍ଥାତ୍ 7755 କୋଟି ଟଙ୍କାର 2000 ଟଙ୍କିଆ ନୋଟ୍ ଫେରସ୍ତ କରାଯାଇ ନାହିଁ । ଆରବିଆଇ ଅନୁଯାୟୀ, 2000 ଟଙ୍କିଆ ନୋଟ୍ ର 97.82 ପ୍ରତିଶତ ଆସିଥିବା ବେଳେ 7,755 କୋଟି ଟଙ୍କାର ନୋଟ୍ ଏବେ ମଧ୍ୟ ଲୋକଙ୍କ ପାଖରେ ଅଛି ।
19 ମଇ 2023 ରେ ଦୁଇ ହଜାର ଟଙ୍କା ନୋଟ୍ ପ୍ରତ୍ୟାହାର ନେଇ ନିଷ୍ପତ୍ତି ସମୟରେ ବଜାରରେ ପ୍ରାୟ 3.65 ଲକ୍ଷ କୋଟି ଟଙ୍କାର 2000 ଟଙ୍କିଆ ନୋଟ୍ ପ୍ରଚଳିତ ଥିଲା । ଲୋକଙ୍କୁ ଏହି ନୋଟଗୁଡ଼ିକୁ ବ୍ୟାଙ୍କରେ ଜମା କରିବାକୁ ପର୍ଯ୍ୟାପ୍ତ ସମୟ ଦିଆଯାଇଥିଲା । ସାଧାରଣ ଜନତାଙ୍କ ପାଇଁ ବ୍ୟାଙ୍କରେ 2000 ଟଙ୍କିଆ ନୋଟ୍ ବିନିମୟ କିମ୍ବା ଜମା କରିବାର ଶେଷ ତାରିଖ ଥିଲା 7 ଅକ୍ଟୋବର 2023 । ଏହା ସତ୍ତ୍ୱେ କେବଳ 97.82 ପ୍ରତିଶତ ନୋଟ୍ ଫେରସ୍ତ କରାଯାଇଛି । ପାଖାପାଖି 7755 କୋଟି ଟଙ୍କା ମୂଲ୍ୟର ନୋଟ୍ ଫେରସ୍ତ ହୋଇନାହିଁ ।












Click it and Unblock the Notifications