ଆଜିଠୁ ଆରମ୍ଭ 2000 ଟଙ୍କିଆ ନୋଟ୍ ବଦଳ ପ୍ରକ୍ରିୟା
ଭୁବନେଶ୍ୱର:ଆଜିଠୁ ଆରମ୍ଭ ହେଉଛି 2 ହଜାର ଟଙ୍କାର ବଦଳ ପ୍ରକ୍ରିୟା । ବ୍ୟାଙ୍କରେ 2000ଟଙ୍କିଆ ନୋଟ୍ ଜମା କରି ତା ବଦଳରେ 500 ଟଙ୍କିଆ 200 ଟଙ୍କା ପରି ଅନ୍ୟ ନୋଟ୍ ମଧ୍ୟ ଆଣିପାରିବେ । ନଚେତ୍ ନିଜ ଖାତାରେ ଟଙ୍କା ଡିପୋଜିଟ୍ ମଧ୍ୟ କରିପାରିବେ । ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ ।
ସୂଚନାଥାଉ ଯେ, ଟଙ୍କା ବଦଳାଇବା ପାଇଁ କୌଣସି ପରିଚୟ ପତ୍ରର ଆବଶ୍ୟକ ନାହିଁ । ଟଙ୍କା ବଦଳ କରିବାକୁ ଗ୍ରାହକଙ୍କୁ ସବୁ ସୁବିଧା ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛି RBI । ଦେଶରେ ଥିବା ଆରବିଆଇର ୧୯ଟି ଆଞ୍ଚଳିକ କାର୍ଯ୍ୟାଳୟ ସମେତ ସମସ୍ତ ରାଷ୍ଟ୍ରାୟତ ଏବଂ ଘରୋଇ ବ୍ୟାଙ୍କରେ ଟଙ୍କା ବଦଳ କରିପାରିବେ ଲୋକେ ।

RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି, ଆଜିଠୁ ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ ନୋଟ୍ ବଦଳ ପ୍ରକ୍ରିୟା ଜାରି ରହିବ ତେଣୁ ହାତରେ ପ୍ରାୟ ୪ ମାସର ସମୟ ରହିଛି ଲୋକେ ଛାନିଆ ନ ହୋଇ ଆରମରେ ନିଜ ପାଖରେ ଥିବା ଟଙ୍କାକୁ ବଦଳାଇପାରିବେ ।
ଆରବିଆଇ ଗଭର୍ଣ୍ଣର ଆହୁରି କହିଛନ୍ତି, 'ବ୍ୟାଙ୍କଗୁଡ଼ିକରେ ସାଧାରଣ ପ୍ରକ୍ରିୟା ଅଧୀନରେ 2000 ନୋଟ୍ ବଦଳାଯିବ ଏବଂ ଏଥିପାଇଁ 4 ମାସରୁ ଅଧିକ ସମୟ ଦିଆଯାଇଛି । ତେଣୁ ନୋଟ୍ ବଦଳାଇବା ନେଇ ବିବ୍ରତ ହେବାର ଆବଶ୍ୟକତା ନାହିଁ । ସେପ୍ଟେମ୍ବର 30 ର ସମୟସୀମା ରଖାଯାଇଛି ଯାହା ଦ୍ୱାରା ଲୋକମାନେ ନୋଟ୍ ବିନିମୟ ପାଇଁ ପର୍ଯ୍ୟାପ୍ତ ସମୟ ପାଇବେ । କୌଣସି କାରଣରୁ ଚିନ୍ତା କରିବା ଆବଶ୍ୟକ ନାହିଁ । ଯେକୌଣସି ବ୍ୟାଙ୍କରେ ଏକ ସମୟରେ 2000 ଟଙ୍କାର 10 ଟି ନୋଟ୍ ପରିବର୍ତ୍ତନ କରାଯାଇପାରିବ ।
ସୂଚନାଥାଉ ଯେ, ୨୦୦୦ ଟଙ୍କିଆ ନୋଟ୍ ଅଚଳ ହେବା ନେଇ ମେ 19 ତାରିଖରେ ଘୋଷଣା କରିଥିଲା ଆରବିଆଇ । ଆଗକୁ ଅଚଳ ହୋଇଯିବ ୨୦୦୦ ଟଙ୍କିଆ ନୋଟ୍ ।












Click it and Unblock the Notifications