ବର୍ଷକରେ ବିକ୍ରି ହେଲା ୨୩ ଲକ୍ଷ ଇଭି ଗାଡ଼ି
ଗତବର୍ଷ (୨୦୨୫)ରେ ଦେଶରେ ୨୩ ଲକ୍ଷରୁ ଅଧିକ ଇଲେକ୍ଟ୍ରିକ ଯାନ (ଇଭି) ବିକ୍ରି ହୋଇଛି ଯାହା ୨୦୨୪ରେ ହୋଇଥିବା ବିକ୍ରି ତୁଳନାରେ ୪ ପ୍ରତିଶତ ଅଧିକ। ବିଭିନ୍ନ ରାଜ୍ୟ ସରକାର ଦେଇଥିବା ପ୍ରୋତ୍ସାହନ ଓ ଉତ୍ସବ ଋତୁ ଅଫର ପ୍ରଭାବରେ ଇଭି ବିକ୍ରି ବଢ଼ିଛି। ଅଧିକାଂଶ ଅର୍ଥାତ ୧୨.୮ ଲକ୍ଷ ଗାଡ଼ି ଦୁଇଚକିଆ ବର୍ଗରେ ବିକ୍ରି ହୋଇଛି।
ଇଭି ବିକ୍ରିରେ ଦୁଇଚକିଆ ଇଲେକ୍ଟ୍ରିକ ଯାନର ଭାଗ ୫୭ ପ୍ରତିଶତ ରହିଛି। ତିନିଚକିଆ ଇଲେକ୍ଟ୍ରିକ ଯାନ ଭାଗ ୩୫ ପ୍ରତିଶତ ରହିଛି। ଗତବର୍ଷ ୮୦ ଲକ୍ଷ ଇଲେକ୍ଟ୍ରିକ ତିନିଚକିଆ ଯାନ ବିକ୍ରି ହୋଇଛି। ଚାରିଚକିଆ ଇଭି ବିକ୍ରି ୧,୭୫,୦୦୦ ୟୁନିଟ୍ ରହିଛି। ଇଭି ବିକ୍ରିରେ ୪ ଲକ୍ଷ ଗାଡ଼ି ସହ ଉତ୍ତରପ୍ରଦେଶ ପ୍ରଥମ ସ୍ଥାନରେ ରହିଛି। ଦେଶର ୧୮ ପ୍ରତିଶତ ଇଭି ସେହି ରାଜ୍ୟରେ ବିକ୍ରି ହୋଇଛି। ଏହା ପଛକୁ ରହିଛି ମହାରାଷ୍ଟ୍ର।
ସେଠାରେ ୨,୬୬,୦୦୦ ଗାଡ଼ି ବିକ୍ରି ହୋଇଛି। କର୍ଣ୍ଣାଟକରେ ୨,୦୦,୦୦୦ ଇଭି ବିକ୍ରି ହୋଇଛି। ଏହି ତିନି ରାଜ୍ୟରେ ଦେଶର ୪୦ ପ୍ରତିଶତ ଇଭି ବିକ୍ରି ହୋଇଛି। ଛୋଟ ରାଜ୍ୟଗୁଡ଼ିକ ମଧ୍ୟରେ ଦିଲ୍ଲୀ, କେରଳ ଓ ଗୋଆ, ଉତ୍ତରପୂର୍ବାଞ୍ଚଳ ରାଜ୍ୟ, ତ୍ରିପୁରା ଓ ଆସାମରେ ବିକ୍ରି ମଧ୍ୟ ଉତ୍ସାହଜନକ ରହିଛି।

ସର୍ବାଧିକ ଉପଲବ୍ଧି ତିନିଚକିଆ ଇଭି ବର୍ଗରେ ହାସଲ କରାଯାଇଛି। ଛୋଟ ଇଭି ଗାଡ଼ିଗୁଡ଼ିକର ଗ୍ରହଣୀୟତା ବଢ଼ୁଥିବା ବେଳେ ସରକାର ନିଜ ଉଦ୍ୟମରେ ବଡ଼ ଗାଡ଼ିର ବିଦ୍ୟୁତ୍କରଣ କରିବାକୁ ଉଦ୍ୟମ କରୁଛନ୍ତି। ପିଏମ୍ ଇ-ଡ୍ରାଇଭ୍ ସ୍କିମ୍ରେ ୧୦,୯୦୦ କୋଟି ଟଙ୍କାରେ ୧୦,୯୦୦ ବଡ଼ ଇଲେକ୍ଟ୍ରିକ୍ ବସ୍ ମଗାଇବା ବରାଦ ଦିଆଯାଇଛି।












Click it and Unblock the Notifications