ସୂର୍ଯ୍ୟପରାଗ ଶେଷ ହେବା ପରେ ନିଶ୍ଚୟ କରନ୍ତୁ ଏହି କାମ, ସବୁ ସମସ୍ୟା ହୋଇଯିବ ଦୂର
ସୂର୍ଯ୍ୟପରାଗ ଶେଷ ହେବା ପରେ କଣ କରିବା ଉଚିତ୍ ? ଏହି ପ୍ରଶ୍ନ ଏବେ ଆପଣଙ୍କ ମନରେ ଉଙ୍କି ମାରୁଥିବା । ତେବେ ଚିନ୍ତା କରିବାର ନାହିଁ, କାରଣ ଆମେ କହିବୁ ଆପଣଙ୍କୁ ସଠିକ୍ ଉପାୟ ।
What to do After Solar Eclipse Over: ସୂର୍ଯ୍ୟପରାଗ ଶେଷ ହେବା ପରେ କଣ କରିବା ଉଚିତ୍ ? ଏହି ପ୍ରଶ୍ନ ଏବେ ଆପଣଙ୍କ ମନରେ ଉଙ୍କି ମାରୁଥିବା । ତେବେ ଚିନ୍ତା କରିବାର ନାହିଁ, କାରଣ ଆମେ କହିବୁ ଆପଣଙ୍କୁ ସଠିକ୍ ଉପାୟ । ପ୍ରଥମେ କହିରଖୁ କି, ଆଜିର ସୂର୍ଯ୍ୟପରାଗ ଏକ ଆଂଶିକ ସୂର୍ଯ୍ୟପରାଗ ଥିଲା । ଯାହା ପ୍ରଥମେ ଅମୃତସରରେ ଦେଖା ଯାଇଥିଲା । ଏହା ପରେ ଦିଲ୍ଲୀ ସମେତ ଅନ୍ୟାନ୍ୟ ସହରରେ ଦୃଶ୍ୟମାନ ହୋଇଥିଲା ।

ସୂର୍ଯ୍ୟପରାଗ ସମାପ୍ତ ହେବା ପରେ କଣ କରିବା ଉଚିତ୍ ?
ସୂର୍ଯ୍ୟପରାଗ ଶେଷ ହେବା ପରେ ନିଜ ଘର ସଫା କରନ୍ତୁ । ଗାଧୋଇବା ପରେ ପରିଷ୍କାର ପୋଷାକ ପିନ୍ଧନ୍ତୁ ଏବଂ ପୂଜାପାଠ ସ୍ଥାନରେ ଗଙ୍ଗାଜାଲ ଛିଞ୍ଚନ୍ତୁ । ଘର ଏବଂ ମନ୍ଦିରରେ ଧୂପ, ଦୀପ ଜାଳନ୍ତୁ । ଯାହାଫଳରେ ସମସ୍ତ ନକାରାତ୍ମକ ଶକ୍ତି ଘରୁ ବାହାରି ଯିବ । ଏହା ପରେ ତୁଲସୀ ଗଛ ସାମ୍ନାରେ ଏକ ଦୀପ ଜାଳନ୍ତୁ ଏବଂ ନିଜର ଓ ନିଜ ପରିବାର ବର୍ଗଙ୍କ ସୁଖ ଏବଂ ଶାନ୍ତି ପାଇଁ ପ୍ରାର୍ଥନା କରନ୍ତୁ । ଏହା ପରେ ତୁଳସୀପତ୍ରକୁ ଖାଦ୍ୟ ସାମଗ୍ରୀ ଓ ପାଣିରେ ବୁଡାଇ ରଖନ୍ତୁ । ଯଦି ସମ୍ଭବ, ଗରିବ ଲୋକଙ୍କୁ କିଛି ଦାନ କରନ୍ତୁ ଏବଂ ଗଣେଶ ଜୀ, ହନୁମାନ ଜୀ ଏବଂ ସୂର୍ଯ୍ୟଦେବଙ୍କୁ ଆରତୀ କରନ୍ତୁ ।
ଯେହେତୁ ସୂର୍ଯ୍ୟ ଭଗବାନଙ୍କୁ ପରାଗ ଲାଗିଥିଲା । ତେଣୁ ସେ ଯନ୍ତ୍ରଣା ଭୋଗୁଛନ୍ତି । ଏଭଳି ପରିସ୍ଥିତିରେ ତାଙ୍କୁ ପୂଜା କରାଯିବା ଆବଶ୍ୟକ । ଏହି କାରଣରୁ ଜଣେ ବ୍ୟକ୍ତିର ସମସ୍ତ ଯନ୍ତ୍ରଣା ଦୂର ହୋଇଯାଏ ।












Click it and Unblock the Notifications