Weekly Horoscope: ଜାଣନ୍ତୁ ଏହି ସପ୍ତାହର ରାଶି ଫଳ, ପ୍ରତ୍ୟେକ କାର୍ଯ୍ୟ ମିଳିବ ସଫଳତା
ମେଷ: ନିଜ କାମ ପାଇଁ ପ୍ରଶଂସିତ ହେବେ । ନିଜ ସ୍ୱାସ୍ଥ୍ୟକୁ ଅଣଦେଖା କରନ୍ତୁ ନାହିଁ । ପେଟ ଜନିତ ସମସ୍ୟା ଦେଖାଦେଇ ପାରେ । ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ସଂଗୀତ କ୍ଷେତ୍ର ସହିତ ଜଡିତ ବ୍ୟକ୍ତି ଖ୍ୟାତି ପାଇପାରନ୍ତି । ଜୀବନସାଥୀଙ୍କ ସହିତ ବିବାଦ ସୃଷ୍ଟି ହୋଇପାରେ । ନିଜ କ୍ରୋଧକୁ ନିୟନ୍ତ୍ରଣ କରି ସମଧାନର ବାଟ କାଢନ୍ତୁ । ବ୍ୟବସାୟୀ ଲାଭରେ ରହିବେ ଏବଂ କର୍ମକ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । କୌଣସି ପ୍ରୋଜକ୍ଟର ନେତୃତ୍ୱ ନେଇ ପାରନ୍ତି ।
ବୃଷ:ଏହି ସପ୍ତାହରେ କାହା ସହ ଟଙ୍କା କାରବାର କରନ୍ତୁ ନାହିଁ । କର୍ମକ୍ଷେତ୍ରର ମାହୋଲ କିଛି ଭଲ ରହିବ ନାହିଁ । ଘରୋଇ କମ୍ପାନିରେ କାର୍ଯ୍ୟ କରୁଥିବା ବ୍ୟକ୍ତି କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ ଏବଂ ପଦୋନ୍ନତିର ସୁଯୋଗ ରହିଛି । ସେହିପରି ଏହି ସପ୍ତାହରେ ବିବାଦରୁ ଦୂରେଇ ରୁହନ୍ତୁ । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ସଫଳତା ମିଳିବ । ହେଲେ କିଛି ଛୋଟ ବଡ ସମସ୍ୟାକୁ ନେଇ ଚିନ୍ତାରେ ରହିପାରନ୍ତି । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ସପ୍ତାହ ଉତ୍ତମ ରହିବ । ପ୍ରେମ ସମ୍ପର୍କ ମଜବୁତ ହେବ । ଜୀବନସାଥିଙ୍କ ସହ ଅଧିକ ସମୟ ବିତାଇବେ ।

ମିଥୁନ:ଏହି ସପ୍ତାହ ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣିବ । ବ୍ୟବସାୟରେ ଲାଭ ମିଳିବ । ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି । ଚାକିରୀ ପରିବର୍ତ୍ତନ କରିବାର ଯୋଗ ରହିଛି । ନୂଆ ଯାନବାହନ କ୍ରୟ କରିବାର ସୁଯୋଗ ପାଇବେ । ଦୂରଯାତ୍ରା କରିବା ପାରନ୍ତି । ଦୀର୍ଘଦିନରୁ ଅଟକି ରହିଥିବା କାର୍ଯ୍ୟ ଏହି ସପ୍ତାହରେ ସମାପ୍ତ ହେବ । କୌଣସି ଶୁଭ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି । ମାନ-ସମ୍ମାନ ପ୍ରତିଷ୍ଠା ପରାକ୍ରମ ବୃଦ୍ଧି ପାଇବ । ଆପଣଙ୍କର ସମସ୍ତ ସ୍ଥଗିତ କାର୍ଯ୍ୟ ସମାପ୍ତ ହେବ । ନିଜ ବ୍ୟବସାୟ ଏବଂ ଚାକିରୀକ୍ଷେତ୍ରରେ ଅଧିକ ଧ୍ୟାନ
ଦିଅନ୍ତୁ ।
କର୍କଟ: ଏହି ସପ୍ତାହ ବେରୋଜଗାର ଲୋକମାନଙ୍କ ପାଇଁ ଶୁଭ ରହିବ ।ଚାକିରି ମିଳିପାରେ ଯାହାଦ୍ୱାରା ଆର୍ଥିକ ଅବସ୍ଥା ସୁଧୁରିବ। ଛାତ୍ରଛାତ୍ରୀ ପାଠପଢାରେ ଉନ୍ନତି କରିବେ । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ସିଂହ: କୌଣସି ନୂତନ ଯୋଜନା ଉପରେ କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ । ଅଯଥା ସମୟ ନଷ୍ଟ କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ସଫଳତା ପାଇବା ସହ ବନ୍ଧୁଙ୍କ ସହଯୋଗ ପାଇବେ । ବ୍ୟବସାୟରେ ଉନ୍ନତି ହେବା ସହ ଆକସ୍ମିକ ଧନ ଲାଭ ହେବାର ସମ୍ଭାବନା ରହିଛି । ଅଜଥା ବିବାଦରେ ପାଦ ଦିଅନ୍ତୁ ନାହିଁ । ଅସୁବିଧାରେ ପଡିପାରନ୍ତି ।
କନ୍ୟା: ପରିବାର ସହିତ ଅଧିକ ସମୟ ବିତାଇବେ । ଚାକିରି କ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟୀ ଲାଭବାନ ହେବେ । କାର୍ଯ୍ୟ ଦୃଷ୍ଟିକୋଣରୁ ଏହି ସପ୍ତାହ ଆପଣଙ୍କ କୌଣସି ଶୁଭ ଖବର ମିଳିପାରେ । ବ୍ୟବସାୟୀ ଦୁଇଗୁଣ ଲାଭ ପାଇପାରିବେ । ଯଦି ଆପଣ ସରକାରୀ ଚାକିରି ପାଇଁ ଚେଷ୍ଟା କରୁଛନ୍ତି ତେବେ ଖୁବ ଶୀଘ୍ର ସଫଳତା ପାଇପାରନ୍ତି । ଆର୍ଥିକ ପରିସ୍ଥିତି ଭଲ ରହିବ ।
ତୁଳା : ନିଜ ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ । ଏହି ସପ୍ତାହ ବ୍ୟବସାୟ କରୁଥିବା ଲୋକ ମାନେ ଲାଭରେ ରହିବେ । ନୂତନ ଘର, ସମ୍ପତ୍ତି ଇତ୍ୟାଦି କିଣିବାକୁ ଚିନ୍ତା କରିପାରନ୍ତି । ପାରିବାରିକ ସ୍ଥିତି ସ୍ୱାଭାବିକ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ଦେଇଥିବା ଟଙ୍କା ଫେରି ପାଇବେ । ପୁରୁଣା ବନ୍ଧୁଙ୍କ ସହିତ ମିଳନ ହୋଇପାରେ ।
ବିଛା : ସାମାଜିକ କାର୍ଯ୍ୟରେ ସମ୍ମାନିତ ହେବେ । ପରିବାରରେ ହସଖୁସିରେ ସମୟ ଅତିବାହିତ କରିବେ । ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିପାରନ୍ତି । ମହିଳା ମାନଙ୍କୁ ସମ୍ମାନ ମିଳିବ । ବୈବାହିକ ଜୀବନ ସୁଖଦ ରହିବ । ଆପଣଙ୍କର କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାଧା ଉପୁଜିପାରେ । ଆର୍ଥିକ ସ୍ଥିତି ସ୍ୱାଭାବିକ ରହିବ ।
ଧନୁ: ଏହି ସପ୍ତାହ ଆପଣଙ୍କୁ ସତର୍କ ରୁହିବା ପାଇଁ ପଡିବ । ଟଙ୍କା ବିନିଯୋଗରୁ ଦୂରେଇ ରୁହନ୍ତୁ । ବ୍ୟବସାୟୀମାନେ ଆଜି ଲାଭରେ ରହିବେ । ଘରର ପରିବେଶ ଆନନ୍ଦଦାୟକ ରହିବ । ନିଜ ପ୍ରିୟ ଲୋକଙ୍କ ସହିତ ଭଲ ସମୟ ବିତାଇବ । ସ୍ୱାସ୍ଥ୍ୟ ଭଲ ରହିବ ।ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଅପରାହ୍ନରେ କୌଣସି ଶୁଭ ଖବର ମିଳିପାରେ । ବିଦ୍ୟାର୍ଥୀମାନେ ପଠାପଢାରେ କୃତିତ୍ୱ ଅର୍ଜନ କରିବେ । ଆଜି କୌଣସି ନୂଆ କାର୍ଯ୍ୟର ଶୁଭାରମ୍ଭ କରିପାରନ୍ତି ।
ମକର: କାମକାର୍ଯ୍ୟରେ ଆପଣ ବହୁତ ଲାଭ ପାଇପାରନ୍ତି । ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜ ସେବାରେ ମନ ବଳାଇବେ । ବ୍ୟବସାୟରେ ଲାଭ ମିଳିବାର ସମୟ । ଦୂରଯାତ୍ରା କରିବାର ଯୋଜନା କରିପାରନ୍ତି ।
କୁମ୍ଭ : କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଯିବ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ । ଧନଲାଭର ସମ୍ଭାବନା ରହିଛି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବ । କିଛି ଦାନ-ପୁଣ୍ୟ କରନ୍ତୁ ମାନସିକ ଶାନ୍ତି ମିଳିବ । ଆପଣ କମ୍ ପରିଶ୍ରମରେ ସଫଳତା ପାଇବେ ।
ମୀନ: ଅଟକି ରହିଥିବା କାର୍ଯ୍ୟ ସମାପ୍ତ କରିବାର ସମୟ । ରାଜନୈତିକ କ୍ଷେତ୍ରରେ ସମ୍ମାନିତ ହେବେ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications