କାଲିଠୁ ଚନ୍ଦ୍ର ପାଖରେ ଦିଶିବ ଶୁକ୍ର, ଜୁନ ୧୫ ଯାଏଁ ଦେଖିବାକୁ ମିଳିବ ଏହି ବିରଳ ମହାଜାଗତିକ ଦୃଶ୍ୟ

ଭୁବନେଶ୍ୱର: ଆସନ୍ତାକାଲି ସନ୍ଧ୍ୟାରେ ଚନ୍ଦ୍ରର ଅତି ନିକଟରେ ଦେଖାଯିବ ଶୁକ୍ର । ତେବେ କାଲିଠୁ ଆସନ୍ତା ଜୁନ ୧୫ ଯାଏଁ ଦେଖିବାକୁ ମିଳିବ ଏହି ବିରଳ ମହାଜାଗତିକ ଦୃଶ୍ୟ ।

ଆସନ୍ତାକାଲି ଅର୍ଥାତ ୨୩ ତାରିଖ ଚନ୍ଦ୍ର ଓ ଶୁକ୍ର ମଧ୍ୟରେ କୌଣିକ ଦୂରତା ପ୍ରାୟ ୨ ଡିଗ୍ରୀ ରହିବ । ତା ପରଦିନ ସେମାନଙ୍କ ଭିତରେ କୌଣିକ ଦୂରତା ବଢ଼ିଯାଇ ପ୍ରାୟ ୧୫ ଡିଗ୍ରୀ ହେବ । ଆକାଶ ନିର୍ମଳ ଥିଲେ ସନ୍ଧ୍ୟା ୬ଟା ୩୦ରୁ ୯ଟା ୧୫ ଯାଏଁ ଦେଖିହେବ । ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ପ୍ଲାନେଟାରିୟମ ପକ୍ଷରୁ ବ୍ୟବସ୍ଥା ହୋଇଛି । ଆସନ୍ତାକାଲି ସନ୍ଧ୍ୟା ୬ଟା ୩୦ରୁ ୮ଟା ଯାଏଁ ଶୁକ୍ର ଗ୍ରହକୁ ଦେଖିବାର ବ୍ୟବସ୍ଥା କରାଯାଇଛି ।

Venus To Come Closer To Moon

ଓଡ଼ିଶା ତଥା ଭାରତର ସବୁ ଅଞ୍ଚଳରୁ ଆକାଶ ମେଘମୁକ୍ତ ଥିଲେ ଏହାକୁ ମେ ୨୩ ସନ୍ଧ୍ୟା ୬ଟା ୩୦ରୁ ରାତି ୮ଟା ଯାଏ ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ତରଫରୁ ଏହି ଦୃଶ୍ୟକୁ ଦୂରବୀକ୍ଷଣ ଯନ୍ତ୍ରରେ ଦେଖିବାର ବ୍ୟବସ୍ଥା କରାଯିବ । ଆକାଶ ମେଘୁଆ ରହିଲେ କାର୍ଯ୍ୟକ୍ରମ ବାତିଲ୍ ହେବ ବୋଲି ସୂଚନା ଦେଇଛନ୍ତି ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+