ମଙ୍ଗଳବାର ରାଶିଫଳ: ପାରିବାରିକ ସମସ୍ୟା ଦେଖାଦେବ, ସତର୍କ ରୁହନ୍ତୁ
ମେଷ: ଆପଣଙ୍କ ପରିବାରରେ ସମସ୍ୟା ସୃଷ୍ଟି ହୋଇପାରେ । ଜୀବନସାଥୀଙ୍କ ସହ ଭଲ ସମୟ ବିତାଇବେ । ହେଲେ କିଛି ସାଧାରଣ କଥାକୁ ବନ୍ଧୁଙ୍କ ସହ ବିବାଦ ସୃଷ୍ଟି ହୋଇପାରେ । କୌଣସି କାମକୁ ନେଇ ଗର୍ବ କରନ୍ତୁ ନାହିଁ, ନଚେତ ଏହା ଆପଣଙ୍କ ଉପରେ ଭାରି ପଡିବ ।
ବୃଷ:ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଜିର ଦିନଟି ମିଶ୍ରିତ ରହିବ । ରାଜନୈତିକ କାର୍ଯ୍ୟକଳାପକୁ ନେଇ ସମ୍ମାନ ବଢିବ। ଧନପ୍ରାପ୍ତିର ସୁଯୋଗ ରହିଛି । ବିବାହକୁ ନେଇ ଭଲ ଖବର ମିଳିପାରେ । ଦିନଟି ଭଲରେ ବିତିବ ।
ମିଥୁନ: ଆଜି ଦିନ ଆପଣଙ୍କ ପାଇଁ ଉତ୍ତମ ଦିନ ଟିଏ । କ୍ରୋଧ ପାଇଁ ପରିବାରରେ ଅଶାନ୍ତି ସୃଷ୍ଟି ହେବ । କିଛି କହିବା ପୂର୍ବରୁ ଚିନ୍ତା କରନ୍ତୁ । ଅଫିସରେ ମାହୋଲ ଉତ୍ତମ ରହିବ । ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ସାଙ୍ଗସାଥୀଙ୍କ ସହ ଭଲରେ ସମୟ କଟିବ ।
କର୍କଟ: ଆଜିର ଦିନଟି ବହୁତ ଭଲରେ କଟିବ । ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି । ପରିବାର ସଦସ୍ୟ କିମ୍ବା ବନ୍ଧୁ ବର୍ଗ ସହ ଭଲ ସମୟ ବିତାଇବେ। କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ, ଶୁଭଫଳ ପ୍ରାପ୍ତି ହେବ ।

ସିଂହ: ଦିନ ଭଲରେ କଟିବ । ଅନ୍ୟ ମାନଙ୍କୁ ସମ୍ମାନ ଦିଅନ୍ତୁ । କଳହରୁ ଦୂରେଇ ରୁହନ୍ତୁ । ଠିକ୍ ସମୟରେ ଖାଇବା କଷ୍ଟକର ହୋଇପାରେ । ଦେଖି ଚାହିଁ ଖର୍ଚ୍ଚ କରନ୍ତୁ। ବାହାରକୁ ଯିବା ସମୟ ରେ ସତର୍କତା ଅବଲମ୍ବନ କରନ୍ତୁ ।
କନ୍ୟା: ଆଜି ନୂଆ ବ୍ୟବସାୟ ଆରମ୍ଭ କରି ପାରନ୍ତି । ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚିନ୍ତାରେ ରହି ପାରନ୍ତି , ଯାହା ଆପଣଙ୍କ ମନୋବଳକୁ ଯଥେଷ୍ଟ ବଢାଇବ । ପରିବାର ସହ ସମୟ ଅତିବାହିତ କରିବେ ।
ତୁଳା: ଆଜି ଆପଣଙ୍କ ଅନ୍ୟ ଜଣଙ୍କ ପାଇଁ ଦୟାଳୁ ଭାବ ପ୍ରକାଶ କରିବେ। ସମାଜ ସେବାରେ ବ୍ୟସ୍ତ ରହି ଆପଣ ଅନ୍ୟମାନଙ୍କୁ ସାହାଯ୍ୟର ହାତ ବଢାଇବେ ଆଜି ଆପଣ ସମ୍ପୂର୍ଣ୍ଣ ଖୋଲା ହୃଦୟରେ ରହିବେ । ମନୋବଳ ଦୃଢ ହେବ, ମାନସିକ ଶାନ୍ତି ମିଳିବ ।
ବିଛା: କାର୍ଯ୍ୟବ୍ୟସ୍ତ ରହି ଆପଣ ପରିବାର ଠାରୁ ନିଜ ଧ୍ୟାନ ହଟାଇ ଦେଇପାରନ୍ତି ଓ ଆପଣଙ୍କୁ ତାହାର ପରିଣାମ ମଧ୍ୟ ଭୋଗ କରିବାକୁ ପଡିବ। ଆଜି ଆପଣଙ୍କ ଜୀବନସାଥୀଙ୍କ ସହ ଥିବା ଝଗଡ଼ା ର ସମାଧାନ ହେବ । କିନ୍ତୁ ଏହି ସମୟରେ ଆପଣଙ୍କୁ ଶାନ୍ତ ଓ ଧୈର୍ଯ୍ୟବାନ ହେବା ଆବଶ୍ୟକ । କୌଣସି ଯୁକ୍ତି କ୍ଷେତ୍ରରେ ଆପଣଙ୍କ କଥାବାର୍ତ୍ତାକୁ ନିୟନ୍ତ୍ରଣରେ ରଖନ୍ତୁ।
ଧନୁ: ଆପଣଙ୍କ ନିଜ ଲୋକ ଆପଣଙ୍କୁ ସମାଲୋଚନା କରିପାରନ୍ତି । କିନ୍ତୁ ଆପଣଙ୍କ ଚାରିପାଖରେ ଥିବା ସମସ୍ତଙ୍କୁ ଆପଣ ଖୁସି କରିବା ସମ୍ଭବ ନୁହେଁ । ଆପଣଙ୍କ ପ୍ରିୟଜନଙ୍କ ପାଇଁ ଭଲ କାମ କରି ଖୁସି ଅନୁଭବ କରିପାରନ୍ତି । ଆଜି କେହି ପୁରୁଣା ବନ୍ଧୁ ଉପହାର ଦେବାର ସମ୍ଭାବନା ରହିଛି ।
ମକର: ବିଦ୍ୟାର୍ଥୀମାନ ଚିନ୍ତାରେ ରହିବେ । ଆଜି କେବଳ ଗୋଟିଏ ପରେ ଗୋଟିଏ ସଫଳତା ଆପଣଙ୍କୁ ମିଳିବ, କିନ୍ତୁ ମନେ ରଖନ୍ତୁ କେବଳ ସଠିକ ଭାବେ ଯୋଜନା ସହିତ ଆପଣଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ସଫଳ ହେବେ ।
କୁମ୍ଭ: ଦିନଟି ମଧ୍ୟମ ଧରଣର ରହିବ । ଆପଣଙ୍କର ଆଧ୍ୟାତ୍ମିକ ମନ ଦିନକୁ ସନ୍ତୁଷ୍ଟମୟ କରିବ ଏବଂ ଆପଣ ସମସ୍ତ ପ୍ରତିକୂଳତାକୁ ଦୂରରେ ରଖିବାରେ ସମର୍ଥ ହେବେ । ଯଦି ଏହା କରିବାରେ ବିଫଳ ହୁଅନ୍ତି, ତେବେ ନିଷ୍ପତ୍ତି ନେବାର ଦକ୍ଷତାରେ ହାନି ପହଞ୍ଚାଇବ ଏବଂ ଆପଣଙ୍କ ଉତ୍ସାହ ମଧ୍ୟ କମ୍ କରିବ।
ମୀନ: ଅର୍ଥିକ ସ୍ଥିତିରେ ଉନ୍ନତି । ଆତ୍ମବିଶ୍ବାସ ଆଜିର ଦିନରେ ବୃଦ୍ଧି ଘଟିବ । ଆପଣ ଆଜି ଦିନଟିର କାର୍ଯ୍ୟଗୁଡିକୁ ଅତି ଆନନ୍ଦର ସହିତ ତୁଲାଇ ପାରିବେ । ଦିନଟି ଭଲରେ ବିତିବ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications