ଆସନ୍ତାକାଲି ସୂର୍ଯ୍ୟୋପରାଗ: ଜାଣନ୍ତୁ, ଗ୍ରହଣ ସ୍ପର୍ଶ ଓ ସର୍ବମୋକ୍ଷର ସମୟ, ଶ୍ରୀମନ୍ଦିର ନୀତିକାନ୍ତିରେ କଣ ହେଲା ପରିବର୍ତ୍ତନ
ଆସନ୍ତକାଲି ସୂର୍ଯ୍ୟରେ ଲାଗିବ ପରାଗ । ଚଳିତ ବର୍ଷର ଏହା ଦ୍ୱିତୀୟ ସୂର୍ଯ୍ୟପରାଗ । ଯାହା ଆସନ୍ତାକାଲି (ମଙ୍ଗଳବାର) ହେବାକୁ ଯାଉଛି । ତେବେ ସୂଚନା ଆନୁସାରେ ଅପରାହ୍ନ ୪ଟା ୫୬ ମିନିଟ୍ ୫୨ ସେକେଣ୍ଡରେ ସୂର୍ଯ୍ୟରେ ଗ୍ରହଣ ସ୍ପର୍ଶ କରିବ ଏବଂ ସନ୍ଧ୍ୟା ୬ଟା ୨୬ମିନିଟ ୫
Solar Eclipse (Surya Grahan) 2022: ଆସନ୍ତକାଲି ସୂର୍ଯ୍ୟରେ ଲାଗିବ ପରାଗ । ଚଳିତ ବର୍ଷର ଏହା ଦ୍ୱିତୀୟ ସୂର୍ଯ୍ୟପରାଗ । ଯାହା ଆସନ୍ତାକାଲି (ମଙ୍ଗଳବାର) ହେବାକୁ ଯାଉଛି । ତେବେ ସୂଚନା ଆନୁସାରେ ଅପରାହ୍ନ ୪ଟା ୫୬ ମିନିଟ୍ ୫୨ ସେକେଣ୍ଡରେ ସୂର୍ଯ୍ୟରେ ଗ୍ରହଣ ସ୍ପର୍ଶ କରିବ ଏବଂ ସନ୍ଧ୍ୟା ୬ଟା ୨୬ମିନିଟ ୫୨ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ । ଏଣୁ ଏହି ଦିନ ଭୋର ୪ଟା ୫୭ ମିନିଟରୁ ଅନ୍ନଭୋଜନ, ପାକତ୍ୟାଗ ଓ ଦେବନୀତି ନିଷେଧ କରାଯାଇଛି ।

ତେବେ ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିର ନୀତିକାନ୍ତିରେ ଅନେକ ପରିବର୍ତ୍ତନ କରାଯାଇଛି । ୨୫ ତାରିଖ ପାଇଁ ଆଜି ରାତିରୁ ଆରମ୍ଭ ହେବ ନୀତିକାନ୍ତି । ସେହିପରି ପରାଗ ଯୋଗୁଁ ପୟୋଶ୍ରାଦ୍ଧ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଜି ରାତି ୧୨ଟାରେ ଦ୍ୱାରଫିଟା ନୀତି ହେବ । ଭିତର ଶୋଧ, ମଙ୍ଗଳ ଆଳତି, ମଇଲମ, ତଡପ ଶେଷ ହେବ । ଅବକାଶ ଓ ରୋଷହୋମ ଶେଷ ହେବ । ୨ଟା ସୁଦ୍ଧା ସରିବ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ରାଧାଦାମୋଦର ବେଶ । ପରେ ଗୋପାଳବଲ୍ଲଭ, ସକାଳ ଧୂପ, ବାଳଭୋଗ ସହ ଭୋଗମଣ୍ଡପ ଉଠିବ । ତେବେ ଭୋର ୪ଟା ୫୫ମିନିଟ ସୁଦ୍ଧା ଏହି ସମସ୍ତ ନୀତି ଶେଷ ହେବ ।
ସେହିପରି ସୋମବାର ଦୀପାବଳି ପଡୁଥିବାରୁ ପୟାଶ୍ରାଦ୍ଧ ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବଡବଡୁଆ ଡାକିବା ଓ କାଉଁରିଆ କାଠି ଜାଳିବା ପାଇଁ କାକୁଡିଖାଇ ଓ ମଙ୍ଗୁମଠ ନିକଟରେ ୫ଟି ସ୍ଥାନ ଚିହ୍ନଟ କରାଯାଇଛି । ଲୋକେ ଯେପରି ଶୃଙ୍ଖଳିତ ଓ ସୁରକ୍ଷିତ କାଉଁରିଆ ଜାଳିପାରିବେ ସେଥିପାଇଁ ସବୁପ୍ରକାରର ବ୍ୟବସ୍ଥା ହୋଇଛି । ତେବେ ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ ଆରମ୍ଭ ହେବ । ଗ୍ରହଣ ଭୋଗ ନୀତି ହୋଇ ଅନ୍ୟାନ୍ୟ ନୀତି ବଢିବ ।
ସେପଟେ, ଆଜି ବିରାଜିବେ ମା' ମହାକାଳୀ । ମା'ଙ୍କ ମନ୍ଦିରରେ ଚାଲିଛି ମା'ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା । ଭୁବନେଶ୍ୱର ସତ୍ୟନଗର କାଳୀ ପୀଠରେ ୧୧ ଦିନ ପର୍ଯ୍ୟନ୍ତ ମା' ୧୦ ମହାବିଦ୍ୟା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଆଜି ମା'ଙ୍କୁ ମହାକାଳୀ ବେଶରେ ଦର୍ଶନ କରିବେ ଭକ୍ତ । ଆସନ୍ତାକାଲି ସୂର୍ଯ୍ୟୋପରାଗ ପଡ଼ୁଥିବାରୁ ପୂଜା ବନ୍ଦ ରହିବ । ବୁଧବାରଠାରୁ ପୁଣି ପୂଜା ଆରମ୍ଭ ହେବ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications