ଆସନ୍ତା କାଲି ମକର ସଂକ୍ରାନ୍ତି, ଜାଣନ୍ତୁ ଆପଣଙ୍କ ରାଶି ଉପରେ କ'ଣ ରହିବ ଏହାର ପ୍ରଭାବ
ଆସନ୍ତା କାଲି ମକର ସଂକ୍ରାନ୍ତି, ଜାଣନ୍ତୁ ଆପଣଙ୍କ ରାଶି ଉପରେ କ'ଣ ରହିବ ଏହାର ପ୍ରଭାବ
Makar Sankranti: ଆସନ୍ତା କାଲି ମକର ସଂକ୍ରାନ୍ତି । ଏହି ଦିନରେ ସୂର୍ଯ୍ୟଙ୍କ ଉତ୍ତରାୟଣଗତି ଆରମ୍ଭ ହୁଏ । ତେଣୁ କେତେକ ସ୍ଥାନରେ ଏହି ପର୍ବକୁ ଉତ୍ତରାୟଣୀ ନାମରେ ମଧ୍ୟ ଜଣାଯାଏ । ଆଜି ଠାରୁ ଦିନ ବଡ଼ ହେବା ଆରମ୍ଭ ହୁଏ । ଏହା ଦକ୍ଷିଣ ଭାରତର ଏକ ବଡ଼ ପର୍ବ । ଦକ୍ଷିଣରେ ଏହା ପୋଙ୍ଗଲ ଭାବରେ ପାଳନ କରାଯାଏ । ଆଜିର ଦିନରେ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ଚଳନ କରନ୍ତି । ଚଳିତ ବର୍ଷ ଜାନୁଆରୀ ୧୪, ୨୦୨୩ ରାତି ପ୍ରାୟ ୮ ଟା ସମୟରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବେ । ତେବେ ମକର ସଂକ୍ରାନ୍ତି ଠାରୁ ୫ଟି ରାଶିର ଭାଗ୍ୟ ଖୋଲିବ । ତେବେ ଚାଲନ୍ତୁ ଦେଖିବା କେଉଁ ରାଶିର ବ୍ୟକ୍ତିଙ୍କୁ ମିଳିବ ଶୁଭଫଳ ।
ମେଷ ରାଶି
ଆସନ୍ତା କାଲିଠୁ ଅର୍ଥାତ୍ ମକର ସଂକ୍ରାନ୍ତିଠୁ ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ହେବ । ଭଲ ଦିନ ଆରମ୍ଭ ହେବା ପାଇଁ ଯାଉଛି । ବ୍ୟବସାୟୀ ବିପୁଳ ଲାଭ ପାଇବେ । ନୂତନ ଚାକିରିର ସୁଯୋଗ ସୃଷ୍ଟି ହୋଇପାରେ ବା ଚାକିରି ପରିବର୍ତ୍ତନ କରି ପାରନ୍ତି । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି । ଆସନ୍ତା କାଲି ଭଗବାନ ସୂର୍ଯ୍ୟଙ୍କର ପୂଜାର୍ଚ୍ଚନା କରନ୍ତୁ । ଏହା ସହ ରାଶି ଏବଂ ଗୁଡ ଦାନ କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହେବ ।
ସିଂହ ରାଶି
ଧନ ଲାଭର ଯୋଗ ରହିଛି । ଉଭୟ ବ୍ୟବସାୟ ଏବଂ ଚାକିରି କରୁଥିବା ବ୍ୟକ୍ତିଙ୍କୁ ସଫଳତା ମିଳିବ । ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି । ଚାକିରୀ କ୍ଷେତ୍ରରେ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ହେବ ନୂଆ ସୁଯୋଗ ପାଇବେ । ପ୍ରଗତିର ନୂତନ ବାଟ ଖୋଲିବ । ମନ ସ୍ଥିର ରହିବ । ଏହି ରାଶିର ବ୍ୟକ୍ତି ମକର ସଂକ୍ରାନ୍ତି ଦିନ ଗୁଡ ଦାନ କରନ୍ତୁ ।

ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହେବ । ଆର୍ଥିକ ସ୍ଥିତି ସୁଦୃଢ ହେବ । ନୂଆ ଘର, ଗାଡ଼ି କିଣି ପାରନ୍ତି । ବ୍ୟବସାୟରେ ଦେଖାଯାଉଥିବା ସମସ୍ୟା ଗୁଡିକର ସମାଧାନ ହେବ । ମାନ- ସମ୍ମାନ ବୃଦ୍ଧି ହେବ । କୌଣସି ପରୀକ୍ଷା କିମ୍ବା ବଡ କାର୍ଯ୍ୟରେ ସଫଳତା ପାଇବେ । ଜୀବନରେ କିଛି ବଡ଼ ପରିବର୍ତ୍ତନ ଆସିବ । ଭଲ ଖବର ଶୁଣିବାକୁ ପାଇବେ । ଛାତ୍ରଛାତ୍ରୀ ମାନଙ୍କୁ ସଫଳତା ମିଳିବ ।
ବିଛା ରାଶି
ଆସନ୍ତାକାଲି ଆପଣ ନୂଆ ଗାଡି କିଣି ପାରନ୍ତି । ପରିବାରର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟବସାୟରେ ଅଗ୍ରଗତି ହେବ । ଛାତ୍ରମାନଙ୍କୁ ନୂଆ ଏବଂ ଉତ୍ତମ ସୁଯୋଗ ମିଳିପାରେ । ଅନେକ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ଚାକିରି କରୁଥିବ ବ୍ୟକ୍ତି ମାନେ ଭଲ ଖବର ପାଇପାରିବେ । ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ ।
ମକର ରାଶି
ଆସନ୍ତା କାଲିଠୁ ଆପଣଙ୍କର ଭଲ ସମୟ ଆରମ୍ଭ ହେବା ପାଇଁ ଯାଉଛି । କାରଣ ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ କ୍ରମଶଃ ମକର ରାଶିରେ ପ୍ରବେଶ କରନ୍ତି । ଆପଣଙ୍କ ପାଇଁ ଖୁବ ଖାସ ରହିବ ଆସନ୍ତା କାଲି । କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବା ନିଷ୍ପତ୍ତି ଆପଣ କାଲି ନେଇ ପାରନ୍ତି । ଯାହାର ସୁଫଳ ଆପଣଙ୍କୁ ମିଳିବ । ଅଟକି ରହିଥିବା କାର୍ଯ୍ୟ ମଧ୍ୟ ଶେଷ ହେବ । ବ୍ୟବସାୟରେ ଦେଇଥିବା ଟଙ୍କା ଫେରି ପାଇବେ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications