For Quick Alerts
Turn On Notification  
For Daily Alerts
Oneindia App Download

ରାଶି ଫଳ : ବୁଦ୍ଧ ପୁର୍ଣ୍ଣିମାରେ କେମିତି କଟିବ ଆପଣଙ୍କ ଦିନ

ଆପଣଙ୍କ ଜୀବନସାଥୀଙ୍କ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ....

|

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ'ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀଙ୍କ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ....

Rashi phala

ମେଷ: ସୁସ୍ଥ ରହିବେ । ଆଧ୍ୟାତ୍ମିକ କାର୍ଯ୍ୟ କରିବାକୁ ମନ ବଳାଇବେ । ବ୍ୟସ୍ତତା ମଧ୍ୟରେ ଦିନଟି ବିତିବ । ଦୂରଯାତ୍ରା କରିପାରନ୍ତି । ବିଦ୍ୟାର୍ଥୀମାନେ ଭଲ ପ୍ରଦର୍ଶନ କରିବେ ।

ବୃଷ: ଦିଅଁ ଦର୍ଶନ ପାଇଁ ଦୂରଯାତ୍ରା କରିବେ । ଅର୍ଥ ଖର୍ଚ୍ଚ ପୂର୍ବାପେକ୍ଷା ବୃଦ୍ଧି ପାଇପାରେ। ସାମାନ୍ୟ ଅସୁସ୍ଥତା ବୋଧ ହେବ । ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇବ ।

ମିଥୁନ: ଜଗିରଖି ଚଳିବାର ଦିନଟିଏ । ଅର୍ଥ ପ୍ରାପ୍ତିର ଦିନ । ଭଗବାନଙ୍କ ଦର୍ଶନର ସୌଭାଗ୍ୟ ମିଳିବ । ପରିବାରରେ ହସଖୁସି ଲାଗି ରହିବ । ଦିନଟି ପରିବାର ସହ ବିତାଇଲେ ଖୁବ ଭଲ ଯିବ। ଦୂରଯାତ୍ରା କରନ୍ତୁ ନାହିଁ । ସତର୍କ ରୁହନ୍ତୁ।

କର୍କଟ: ମନ ଖୁସି ରହିବ । ତୀର୍ଥଯାତ୍ରା ପାଇଁ ମନ ବଳାଇ ପାରନ୍ତି । ଆଜି କୌଣସି ବ୍ୟକ୍ତିଙ୍କ ଠାରୁ ସୁସମ୍ବାଦ ପାଇ ପାରନ୍ତି । ଆର୍ଥିକ ଅଭିବୃଦ୍ଧି ଘଟିବ । ନୂତନ ବସ୍ତ୍ର କିମ୍ବା ଦ୍ରବ୍ୟ କ୍ରୟ କରିବେ ।

ସିଂହ: ସୁସ୍ଥ ରହିବେ। ବିଳମ୍ବ ହେଉ ପଛେ କାର୍ଯ୍ୟରେ ସଫଳତା ମିଳିବ । ନିଜ ସହ କିଛି ସମୟ ବିତାଇବେ । ପିଲାମାନଙ୍କ ସଫଳତାରେ ଖୁସି ହେବେ । ବ୍ୟବସାୟିକ ଭିତ୍ତିଭୂମି ସୁଦୃଢ ହେବ ।

କନ୍ୟା: ଦିନଟିକୁ ଧର୍ମ କାର୍ଯ୍ୟରେ ବିତାଇବେ । ଆୟ ଅବ୍ୟାହତ ରହିବ । ନୂତନ ବସ୍ତ୍ର କିଣିବାର ଯୋଗ ରହିଛି। ଅପରାହ୍ନରେ ବନ୍ଧୁମିଳନ ଓ ସୁସ୍ୱାଦୁ ଭୋଜନ ହୋଇପାରେ ।

ତୁଳା: ମନ ପ୍ରସନ୍ନ ରହିବ । ତୀର୍ଥ ଯାତ୍ରା କରିବେ । ବ୍ୟୟ ଅଧିକ ହେବ । ଅବସର ସମୟର ସଦ୍‌ଉପଯୋଗ କରିବେ । ବନ୍ଧୁ ବାନ୍ଧବଙ୍କ ଗହଣରେ ଦିନ କାଟିବେ ।

ବିଛା: ଶରୀର ସୁସ୍ଥ ମନ ଭାରାକ୍ରାନ୍ତ ରହିବ । କାର୍ଯ୍ୟାଳୟରେ କାର୍ଯ୍ୟଭାର ବୃଦ୍ଧି ପାଇବ । ଆୟ ଭଲ ହେବ । କିନ୍ତୁ କାର୍ଯ୍ୟକୁ ନେଇ ଚିନ୍ତରେ ରହିବେ । ବ୍ୟବସାୟରେ ପ୍ରତିନ୍ଦ୍ୱନ୍ଦିତା ଲାଗି ରହିବ ।

ଧନୁ: ସୁସ୍ଥ ଏବଂ କର୍ମଚଞ୍ଚଳ ରହିବେ । ସମସ୍ତ କାର୍ଯ୍ୟ ଠିକ୍ ସମୟରେ ସମ୍ପାଦନ କରିବେ । ପାରିବାରିକ ସ୍ନେହ ଶ୍ରଦ୍ଧାରେ ଦିନଟି ବିତିବ । ମନୋରଞ୍ଜନ ପାଇଁ ସମୟ ପାଇବେ । ସମୟର ସଦୂପଯୋଗ କରନ୍ତୁ।

ମକର: ଦୟାଳୁ ସ୍ୱଭାବର ହେବେ । ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ । ଆୟ ଅବ୍ୟାହତ ରହିବ । ମନ ପ୍ରଫୁଲ୍ଲ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

କୁମ୍ଭ: ବୁଝି ବିଚାରି କାର୍ଯ୍ୟ କରିବେ । ବିବାଦୀୟ ଘଟଣାର ଅବସାନ ଘଟିବ । ନିଜର ଅଧିକାର ସାବ୍ୟସ୍ଥ କରିବେ । ରାଜନୈତିକ ବ୍ୟକ୍ତି ବିଶେଷ ସାଂଗଠନିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ ।

ମୀନ: ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । କାର୍ଯ୍ୟାଳୟରେ କାର୍ଯ୍ୟଭାର ବଢିବ । ଦୂରଯାତ୍ରା ଲାଭଜନକ ହେବ । ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟିହୋଇପାରେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Todays Rashi phala.Check oneindia news odia.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X