For Quick Alerts
Turn On Notification  
For Daily Alerts
Oneindia App Download

ଆଜିର ରାଶିଫଳ : ଜାଣନ୍ତୁ କିପରି କଟିବ ଦିନ

ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀଙ୍କ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ....

|

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ'ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀଙ୍କ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ....

Rashi phala

ମେଷ: ମାନସିକ ଶାନ୍ତି ଅତ୍ୟନ୍ତ ଜରୁରୀ। ତେଣୁ ପାଖ ଉଦ୍ୟାନ କିମ୍ବା ମନ୍ଦିର ଯାଆନ୍ତୁ। ଏହାଦ୍ବାରା ମନ ଶାନ୍ତ ଓ ପ୍ରସନ୍ନ ରହିବ। ଉଧାର ଟଙ୍କା ଆପଣଙ୍କ ପାଖକୁ ଫେରିପାରେ । ଏହାଦ୍ବାରା ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହୋଇପାରେ । ଆପଣ ଆଜି ଜୀବନସାଥୀଙ୍କ ସହ ଅଧିକ ସମୟ ବିତାଇବେ।

ବୃଷ : କାମ ବୋଝ ବଢ଼ି ପାରେ। ଘରୁ ବାହାରିବା ବେଳେ ଗୁରୁଜନଙ୍କ ଆଶୀର୍ବାଦ ନେଇ ଯାଆନ୍ତୁ। ଏହାଦ୍ବାରା ଆପଣଙ୍କୁ ଧନ ଲାଭ ହୋଇପାରେ। ଯାହା ସହ କେବେ କେବେ ଦେଖା ହୁଏ ତାଙ୍କ ସହ ସମ୍ପର୍କ ବଢେଇବା ପାଇଁ ଭଲ ଦିନ । ଆପଣଙ୍କ ଜୀବନସାଥୀ ଆପଣଙ୍କୁ ଅଣଦେଖା କରିପାରନ୍ତି, ଯାହାଦ୍ବାରା ଆପଣ ଚିଡଚିଡ ହୋଇପାରନ୍ତି । କୌଣସି ସମସ୍ୟାର ସମାଧାନ ନେଇ ନିଜକୁ ପ୍ରସ୍ତୁତ କରନ୍ତୁ ।

ମିଥୁନ: ବନ୍ଧୁଙ୍କ ଠାରୁ ଅର୍ଥିକ ସହାୟତା ପାଇବେ। ଆପଣଙ୍କ ବ୍ୟବହାର ପରିବର୍ତ୍ତନ କରନ୍ତୁ, ପରିବାର ସହ ସମୟ ବିତାନ୍ତୁ। ଭୋରୁ ଉଠି କାମ କରିବା ଆରମ୍ଭ କରନ୍ତୁ । ନହେଲେ ଆପଣ ପୁରା ଦିନ ବର୍ବାଦ ହେବା ଭଳି ଆପଣକୁ ଅନୁଭବ ହେବ । ଜୀବନସାଥୀଙ୍କ ଠାରୁ ସରପ୍ରାଇଜ୍ ମିଳିପାରେ । ଫିଲ୍ମ ଦେଖିବା ପରେ ଆପଣଙ୍କୁ ଭଲ ଲାଗି ନପାରେ , ଯାହା ଦ୍ବାରା ଆପଣ ଆପଣଙ୍କ ମୂଲ୍ୟବାନ ସମୟ ନଷ୍ଟ କଲେ ବୋଲି ପସ୍ତେଇବେ ।

କର୍କଟ: ଆଜିର ଦିନଟି ସଠିକ୍ ଭାବେ ପୁଞ୍ଜି ନିବେଶ କରିବା ନିମନ୍ତେ ଭଲ ଦିନ। ବ୍ୟବସାୟରେ ଆପଣ ଅର୍ଥ ଖର୍ଚ୍ଚ କରିପାରନ୍ତି । କିଛି ଲୋକ ଆପଣଙ୍କୁ କ୍ରୋଧିତ କରିବାକୁ ଚେଷ୍ଟା କରି ପାରନ୍ତି। କିନ୍ତୁ ଆପଣଙ୍କୁ ଶାନ୍ତ ରହିବା ଉଚିତ ହେବ । ଆପଣଙ୍କ ପସନ୍ଦର ବହି ପଢ଼ିବା ସହ ଗୀତ ଶୁଣନ୍ତୁ, ନିଜକୁ ଅଧିକ ସମୟ ଦିଅନ୍ତୁ ।

ସିଂହ: ଆଜିର ଦିନଟି ଆର୍ଥିକ ସ୍ଥରରେ ବେଶୀ ଖରାପ ରହିବ ନାହିଁ। ଆପଣଙ୍କ ଘରକୁ ଅତିଥି ଆସି ପାରନ୍ତି। ଦିନଟି ଅନ୍ୟ ଦିନ ଅପେକ୍ଷା ଭଲରେ ବିତିବ। ପରିବାର ସହ ସବୁଠୁ ଭଲ ସମୟ ବିତାଇବେ। ରୋମାନ୍ସ କ୍ଷେତ୍ରରେ ଦିନଟି ଏତେ ଭଲ ରହିବ ନାହିଁ । ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହୁଅନ୍ତୁ ।

କନ୍ୟା: ଦିନଟି ଲାଭ ଦାୟକ ହେବ । କେଉଁ ପୁରୁଣା ରୋଗରୁ ଟିକେ ତ୍ରାହି ପାଇ ପାରନ୍ତି । ଅଯଥା ଖର୍ଚ୍ଚ ବନ୍ଦ କରିବା ଦ୍ଵାରା ଧନ ସଞ୍ଚୟ କରିପାରିବେ। ଏହିକଥା ଆଜି ଆପଣ ନିଜେ ବୁଝିବେ। ଆପଣ ଙ୍କ ପ୍ରେମୀ କୁ ମନ କଥା କହି ଦିଅନ୍ତୁ। ଆଜି ହିଁ ଆପଣ ଙ୍କ ପାଇଁ ଭଲ ଦିନ। କାଲି ହୁଏତ ଡେରି ହେଇ ଯିବ।

ତୁଳା: ସନ୍ଧ୍ୟା ସମୟରେ ଆରାମ କରନ୍ତୁ। ଭାଗିଦାରୀ ବ୍ୟବସାୟ ଅର୍ଥ ନିବେଶ କରନ୍ତୁ ନାହିଁ। ଅନେକ ଦିନରୁ ଅସୁସ୍ଥ ଥିବା ବନ୍ଧୁଙ୍କୁ ଦେଖିବା ପାଇଁ ଯାଆନ୍ତୁ। ଛୋଟ ପିଲମାନଙ୍କ ସହ ନିଜେ ପିଲା ଭଳି ବ୍ୟବହାର କରିବେ । ଅନେକ ସମୟ ପିଲାଙ୍କ ସହ ବିତିପାରେ।

ବିଛା: ଅଯଥା ଖର୍ଚ୍ଚରୁ ନିଜକୁ ବଞ୍ଚେଇ ରଖନ୍ତୁ। ସନ୍ଧ୍ୟା ସମୟ ବନ୍ଧୁଙ୍କ ସହ କଟିବ। ସାଙ୍ଗ ହେଇ ଛୁଟି କଟାଇବା ନେଇ ଚର୍ଚ୍ଚା ହେଇପାରେ। ଆପଣଙ୍କ କଥା କହିବା ଶୈଳୀ ଓ କ୍ଷମତା ଫଳପ୍ରଦ ହେବ । ଜୀବନସାଥୀ ଙ୍କ ଠାରୁ ଅଧିକ ପ୍ରେମ ମିଳିପାରେ। ମା ବାପାଙ୍କ ମନ ପସନ୍ଦର ଡିସ୍ ଘରକୁ ଆଣନ୍ତୁ । ଏହା ଦ୍ବାରା ଘରେ ସକାରାତ୍ମକ ମାହୋଲ ତିଆରି ହେବ।

ଧନୁ: ମନରୁ ନକରାତ୍ମକ ଭାବନା ଦୂର କରନ୍ତୁ । ଦେଖିବେ ଖୁବ ଭଲ ଅନୁଭବ କରିବେ । ଜରୁରୀ କାମକୁ ସମୟ ନଦେଇ ଅଯଥା ସମୟ ବର୍ବାଦ କରିବା ଆପଣଙ୍କ ପାଇଁ ଘାତକ ହେବ। ଜୀବନସାଥୀଙ୍କ ମିଶି କିଛି ରୋମାଞ୍ଚକ କାର୍ଯ୍ୟ କରିପାରନ୍ତି। ସ୍ୱାସ୍ଥ୍ୟ ଟିକେ ଖରାପ ରହିପାରେ।

ମକର: ଶାରୀରିକ ବ୍ୟାୟାମ ଆପଣଙ୍କ ପାଇଁ ଲାଭ ଦାୟକ ହେବ। ଦିନ ଆରମ୍ଭ ରୁ ଅର୍ଥହାନୀ ହୋଇପାରେ। ବିବାହ ପ୍ରସ୍ତାବ ନେଇ ଦିନଟି ଖୁବ୍ ଭଲ। ନିଜକୁ ଅଧିକ ସମୟ ଦେବେ। ଫିଲ୍ମ ଦେଖନନ୍ତୁ ନଚେତ ଏକ ଭଲ ବହି ପଢି ଆପଣ ଦିନଟି ବିତାନ୍ତୁ । ଆପଣଙ୍କ ଜୀବନସାଥି ଆପଣଙ୍କ ପାଇଁ କିଛି ଖାସ୍ କରି ପାରନ୍ତି।

କୁମ୍ଭ: କିଛି ଲୋକ ଜାଣିଶୁଣି ଆପଣଙ୍କୁ ଫସାଇବାକୁ ଚେଷ୍ଟା କରିବେ। ବାଦ ବିବାଦରୁ ବଞ୍ଚି ରୁହନ୍ତୁ। ଆଜି ଘରେ ବିବାହକୁ ନେଇ ଆଲୋଚନା ହୋଇପାରେ। ଅଜଣା ବ୍ୟକ୍ତିଙ୍କ କଥାରେ ଆପଣ ପୁଞ୍ଜି ନିବେଶ କରିଥିଲେ, ଆଜି ତାର ଭଲ ଫଳ ପାଇବେ । ଦିନଟି ଭଲରେ କଟିବ ।

ମୀନ: ଆପଣଙ୍କ ଇଚ୍ଛା ଉପରେ ଡରର ଛାୟା ପଡିପାରେ । ତେଣୁ ସାବଧାନ ରୁହନ୍ତୁ । ଜୀବନସାଥୀଙ୍କ ସହ କିଛି ମୂଲ୍ୟବାନ ଜିନିଷ କିଣି ପାରନ୍ତି। ବନ୍ଧୁ ଏବଂ ଜୀବନସାଥୀଙ୍କ ଠାରୁ ସୁଖ ଲାଭ କରିବେ । କିନ୍ତୁ ଦିନ ସାରା କୌଣସି କଥା ଆପଣଙ୍କୁ ଅନ୍ୟମନସ୍କ ରଖିପାରେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
to know more about your career,lovelife and so on. Do follow oneindia odia.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X